ପୁଅ Aryan କୁ ହାତରେ କ୍ଷୀରି ଖୁଆଇଲେ ମା’ ଗୌରୀ, ମୁଣ୍ଡରେ ହାତରଖି ନେଲେ ରାଣ, କଣ କହିଲେ….ଦେଖନ୍ତୁ ଭିଡ଼ିଓ

ବଡ଼ ବଡ଼ ଲୋକ ମାନଙ୍କ ନିକଟରେ ନିଶା ଦ୍ରବ୍ୟ ଭଳି ଜିନିଷ ଦେଖି ବାକୁ ମିଳିଥାଏ। ବେଳେ ବେଳେ କଳାକାର ମାନେ ମଧ୍ୟ ଏଭଳି କାର୍ଯ୍ୟରେ ଲିପ୍ତ ରହି ଥିବାର ଦେଖି ବାକୁ ମିଳି ଥାଏ। ଯେଉଁ ମାନେ ଏଭଳି କୁକର୍ମ କାର୍ଯ୍ୟ କରିବେ ତାଙ୍କୁ ତାଙ୍କ କର୍ମର ଫଳ ନିଶ୍ଚିତ ମିଳିଥାଏ। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଯାହା ଜାଣିଲେ ଆପଣ ମାନେ ଚକିତ ହୋଇ ଯିବେ। ତାହା ହେଉଛି ଆରିୟାନ ଖାଁ ଘରକୁ ଫେରିବା ଖୁସିରେ ତାଙ୍କ ମାଆ ନିଜ ହାତରେ କ୍ଷୀରି କରି ଖୁଆଇ ଦେଇଛନ୍ତି। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ଆପଣ ମାନେ ଜାଣି ଥିବେ ବଲିଉଡର ଅଭିନେତା ଶାହାରୁକ ଖାଁ ଙ୍କ ପୁଅ ଆରିୟାନ ଖାଁ ଡ୍ରଗ୍ସ ପାର୍ଟିରେ ଧରା ପଡି ଆର୍ଥରୋଡ଼ ଜେଲରେ ରହିଥିଲେ। ତାଙ୍କ ପାଇଁ ବେଲ ଚେଷ୍ଟା କରିବା ସ୍ୱତେ ମଧ୍ୟ ବାରମ୍ବାର ତାଙ୍କ ବେଲକୁ ଅଗ୍ରାହ୍ୟ କରା ଯାଉ ଥିଲା। କିନ୍ତୁ ବର୍ତ୍ତମାନ ସେ ବେଲ ଦ୍ୱାରା ଜେଲର ବାହାରି ଯାଇଛନ୍ତି। ସେ ମନ୍ନଥକୁ ଫେରିଲା ବେଳେ ତାଙ୍କ ମାଆ ଗୌରୀ ଖାଁ ତାଙ୍କୁ ଆଲିଙ୍ଗନ କରି ଘର ଭିତରକୁ ନେଇ ଯାଇଥିଲେ। ପରିବାରରେ ଖୁସିର ଲହରୀ ଖେଳି ଯାଇଥିଲା।

ଗୌରୀ ଖାଁ ନିଜ ହାତରେ ପୁଅ ପାଇଁ ୫୬ ପ୍ରକାରର ଖାଇବା ତିଆରି କରିଥିଲେ। ଏମିତିକି ତାଙ୍କ ପୁଅର ପ୍ରିୟ ଖାଦ୍ୟ ସବୁ ତିଆରି କରିଥିଲେ ଓ ଏଥି ସହିତ ନିଜ ହାତରେ କ୍ଷୀରି ତିଆରି କରିଥିଲେ। ତାଙ୍କ ପାଇଁ ରେଷ୍ଟରାଣ୍ଟରୁ ମଧ୍ୟ ଚିଜ, ବର୍ଗର ଆଦି ଅନ୍ୟାନ୍ୟ ଖାଇବା ସବୁ ତାଙ୍କ ପାଇଁ ମଗା ଯାଇ ଥିଲା ବୋଲି ରେଷ୍ଟରାଣ୍ଟ କର୍ତ୍ତୃପକ୍ଷ କହିଥିଲେ। ଏହି ସବୁ ଖାଦ୍ୟକୁ ତାଙ୍କ ମାଆ ନିଜ ହାତରେ ପୁଅକୁ ସ୍ନେହ ଓ ଶ୍ରଦ୍ଧାର ସହିତ ଖୁଆଇ ଦେଇଥିଲେ। ମାଆ ଓ ପୁଅ ଯେତେବେଳେ ଏକାଠି ହୋଇଥିଲେ ମାଆ ପୁଅର ହାତ ନେଇ ନିଜ ମୁଣ୍ଡ ଉପରେ ଥୋଇ କିଛି ଶପଥ କରାଇ ଥିଲେ।

ତେବେ ତାଙ୍କର ଏହି ଭଲ ପାଇବା ଦେଖି ଅଭିନେତା ଶାହାରୁକ ଖୁସିରେ କାନ୍ଦି ପକାଇ ଥିଲେ ଓ ପୁଅକୁ ଆଲିଙ୍ଗନ କରି ପକାଇ ଥିଲେ। ଆରିୟାନ ଖାଁ ଙ୍କ ଉପରେ ୧୪ ଟି ସର୍ତ୍ତ ଲାଗିଛି। ଯେଉଁ ଅଭିଯୋଗରେ ସେ ଜେଲ ଯାଇ ଥିଲେ, ଯଦି ସେହି ଭଳି ଭୁଲ ଆଉ ଥରେ କରନ୍ତି ତାହେଲେ ପୁଣି ଥରେ ତାଙ୍କୁ ଜେଲ ଯିବାକୁ ପଡ଼ିବ ଓ ବେଲ ମଧ୍ୟ ମିଳିବ ନାହିଁ। ଏଥି ସହିତ ସେ କୌଣସି ଡ୍ରଗ୍ସ, ଗଞ୍ଜେଇ ଆଦି ଭଳି ଜିନିଷ ବ୍ୟବହାର କରି ପାରିବେ ନାହିଁ। ତାଙ୍କ ମାଆ ବି ଏହି ସବୁରୁ ଦୁରେଇ ରହିବା ପାଇଁ ପୁଅକୁ କହୁଛନ୍ତି। ମନ୍ନଥରେ ବଲିଉଡର ଅଭିନେତା ଓ ଅଭୁନେତ୍ରୀ ମାନଙ୍କ ଭିଡ଼ ଲାଗି ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment