ବାପା ମାଆଙ୍କ ଦୁଃଖ : ପୁଅ ଜନ୍ମ ହୋଇଛି କିନ୍ତୁ ପୁଅର ଦୁଇଟି ଯାକ କାନ ନାହିଁ, ଚିକିତ୍ସା ପାଇଁ ସହାୟତା ମାଗୁଛନ୍ତି, ପୂରା ଘଟଣା ଜାଣି ହେବେ ଦୁଃଖିତ ଦେଖନ୍ତୁ ଭିଡ଼ିଓ

0

ଏମିତି କେହି ପିତାମାତା ନାହାଁନ୍ତି ଯେ ତାଙ୍କର ପିଲା ଦରକାର ନଥାଏ। ପ୍ରତ୍ୟେକ ପିତାମାତା ଏକ ସନ୍ତାନ ଚାହାଁନ୍ତି। ଯେତେବେଳେ ମାତୃ ଗର୍ଭରେ ଶିଶୁ ରହିଥାଏ , ଶିଶୁ ଜନ୍ମ ହେବା ପର୍ଯ୍ୟନ୍ତ, ପିତାମାତା ଅନେକ ସ୍ୱପ୍ନ ଦେଖିଥାନ୍ତି। କିନ୍ତୁ କିଛି ଶିଶୁ ଜନ୍ମ ହୋଇ ଥାନ୍ତି ଯେଉଁ ମାନେ ଅନ୍ୟ ପିଲାଙ୍କ ଠାରୁ ଭିନ୍ନ ହୋଇଥାଏ। ଅର୍ଥାତ ଶାରୀରିକ ବିକଳାଙ୍ଗ ହୋଇ ଜନ୍ମ ହୋଇଥାନ୍ତି। ତେବେ ଏହି ଶିଶୁ ମାନେ ଜୀବନ ଧାରଣ ଶୈଳୀ ଅନ୍ୟ ଶିଶୁ ଠାରୁ ଭିନ୍ନ ହୋଇଯାଏ , ନିଜେ ନିଜକୁ ଯେତିକି କଷ୍ଟ ହୋଇଥାଏ ତାଠାରୁ ବାପା ମାଆଙ୍କୁ ମଧ୍ୟ ଅନେକ କଷ୍ଟ ହୋଇଥାଏ। ତେବେ ବନ୍ଧୁଗଣ ଆପଣ ମାନେ ଦେଖିଥିବେ ଅନେକ ସମୟରେ ସୋସିଆଲ ମିଡିଆରେ ଏପରି ବିକଳାଙ୍ଗ ପିଲାଙ୍କ ଚିକିତ୍ସା ପାଇଁ ସହାୟତା ମାଗି ଥିବାର ଦେଖିଥିବେ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଲି କିଛି ଘଟଣା ସାମ୍ନାକୁ ଆସିଛି ଯାହା ଦେଖିଲା ପରେ ଆପଣ ମାନେ ଦୁଃଖରେ ନିଶ୍ଚିତ କାନ୍ଦି ପକାଇବେ। ତେବେ ଘଟଣାଟି ହେଉଛି ଏକ ଗତିବ ଦମ୍ପତିର ପୁତ୍ର ସନ୍ତାନର କାନ ନାହିଁ ଏଥିପାଇଁ ସହାୟତା ଆବଶ୍ୟାକ। ତେବେ ଆପଣ ମାନଙ୍କୁ କଥାଟି ଶୁଣିବା ପାଇଁ ଯେତିକି ଛୋଟ ଲାଗିଛି, ଆପଣ ମାନେ ପ୍ରକୃତ ଘଟଣା ଜାଣିଲେ ପାଦତଳୁ ମାଟି ଖସି ଜୀଵ, ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ;

ଏଭଳି ଏକ ଘଟଣା କରାଫୁଟ ଜିଲ୍ଲାର ଜୟପୁର ବ୍ଲକ ଅନ୍ତର୍ଗତ ଉମୁରି ପଞ୍ଚାୟତର ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ ସେହି ଗ୍ରାମର ରାମଚନ୍ଦ୍ର ଏବଂ କମଳା ନାମରେ ଦମ୍ପତିଙ୍କର କରାଫୁଟ ଡାକ୍ତରଖାନାରେ ଏକ ଶିଶୁ ପୁତ୍ର ଜନ୍ମ ହୋଇଥିଲା। ପୁତ୍ର ସନ୍ତାନ ଜନ୍ମ ହେବା ଦେଖି ସେମାନେ ଅତ୍ୟନ୍ତ ଖୁସି ହୋଇଯାଇଥିଲେ। ହେଲେ କିଛି ସମୟ ପରେ ତାଙ୍କର ଏହି ଖୁସି ବଦଳିଗଲା ଦୁଃଖରେ, କାରଣ ତାଙ୍କର ଏହି ଖିସ ଶୁଣିବା ପାଇଁ ତାଙ୍କ ପୁଅର କାନ ନଥିଲା। ତେବେ ଡାକ୍ତରଙ୍କ ସୂଚନା ଅନୁସାରେ ଶିଶୁଟି ଟିକିଏ ବଡ ହେଲା ପରେ ଜଣା ପଡିବ, ଯେ ତାଙ୍କର ଅନ୍ତ କର୍ଣ ଅଛି ନା ନାହିଁ ।

ଯଦି ଜନ୍ମରୁ ଶିଶୁର ଅନ୍ତ କର୍ଣ୍ଣ ନାହିଁ ତେବେ ଚିକିତ୍ସା ହୋଇ ପାରିବ ନାହିଁ ଏବଂ ଯଦି ଅନ୍ତ କର୍ଣ ଅଛି , ତେବେ ଅପରେସନ ମାଧ୍ୟମରେ ଠିକ କରାଯାଇ ପାରିବ। ତେବେ ଅପରେସନ ପାଇଁ ଅନେକ ଟଙ୍କା ଖର୍ଚ୍ଚ ହେବ, ତେବେ ରାମଚନ୍ଦ୍ର ଏକ ଗରିବ ପରିବାର ର ହୋଇ ଥିବାରୁ ଚିକିତ୍ସା କରିବା ପାଇଁ ଅସମର୍ଥ , ସେ ଅନୁରୋଧ ତାଙ୍କ ପିଲାର ଚିକିତ୍ସା ପାଇଁ କିଛି ଆର୍ଥିକ ସହାୟତା , କାରଣ ବର୍ତ୍ତମାନ କରନା ସମୟରେ ତାଙ୍କର ଆୟ ନାହିଁ ସେ ବହୁତ ଅସୁବିଧାରେ ଅଛନ୍ତି। ତେଣୁ ତାଙ୍କୁ କିଛି ଆର୍ଥିକ ସହାୟତା କଲେ ପିଲାଟିର ଦେହ ଭଲ ହୋଇ ଯାଆନ୍ତା। ଏଣୁ ସରକାରଙ୍କ ନିକଟରେ ଏତିକି ପ୍ରାଥନା ଯେ ପୁଅର ଚିକିତ୍ସା ପାଇଁ ଏହି ଗରିବ ଦମ୍ପତିଙ୍କୁ ସାହାଯ୍ୟ କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।