ପୁଅକୁ କାଠ ଫାଳିଆରେ ନିସ୍ତୁକ ମାଡ଼, ଭିଡିଓ ଭାଇରାଲ୍ ବାପା ଛାଡ଼ିଦିଅ, ମରିଯିବି…

0

ଆଜିର ଦିନରେ ଏମିିତି କିଛି ଦୃଶ୍ୟ ସାମ୍ନାକୁ ଆସିଥାଏ , ଯାହାକୁ ଦେଖିବା ମାତ୍ରେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । ସେହି କରୁଣ ଭିଡିଓ ର ଦୃଶ୍ୟ ଦେଖିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ , କୁହାଯାଏ ବାପା ମା ପିଲାମାନଙ୍କର ଶୁଭଚିନ୍ତକ ହୋଇଥାନ୍ତି । ଭୁଲ ରାସ୍ତାକୁ ଚାଲିଗଲେ ତାଙ୍କୁ ସଠିକ୍ ମାର୍ଗ ଦେଖାଇଥାନ୍ତି , ପିଲାମାନଙ୍କୁ ତାଗିଦ୍ ମଧ୍ୟ କରିଥାନ୍ତି । କିନ୍ତୁ ଆଜି ଯେଉଁ କରୁଣ ଦୃଶ୍ୟ ବିଷୟରେ କୁହାଯାଉଛି , ସେଥିରେ ଜଣେ ହୃଦୟ ନଥିବା ବାପାର ଚିତ୍ର ସମସ୍ତଙ୍କ ସାମ୍ନାକୁ ଆସିଛି । ତେବେ ଆସନ୍ତୁ ଜାଣିବା ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ବିଷୟରେ ।

ସୂଚନା ଅନୁସାରେ ଘଟଣାଟି ର ସଠିକ୍ ସ୍ଥାନ ଏପର୍ଯ୍ୟନ୍ତ ଜଣାପଡି ନାହିଁ , କିନ୍ତୁ ଭୁବନେଶ୍ୱରେ ଏହି ଦୃଶ୍ୟ ମୋବାଇଲରୁ ମୋବାଇଲ ଘୂରି ବୁଲିଛି । ତେବେ ଭିଡିଓ ରେ ଦେଖିବାକୁ ମିଳିଥିବା ଦୃଶ୍ୟରେ ବାପା ପୁଅ ଙ୍କ କଥା ବାର୍ତ୍ତାରୁ କେଉଁ ରାଜ୍ୟରେ ଜଣା ପଡିନାହିଁ । କାରଣ ସେମାନେ ଅଧେ ହିନ୍ଦୀ ଏବଂ ଅଧେ ବିହାରୀ ଭାଷାରେ କଥା ହେଉଥିବାର ଶୁଣିବାକୁ ମିଳିଛି । ଭିଡିଓ ରେ ଗୋଟିଏ ପୁଅ ତାର ବାପାକୁ କାକତି ମିନତୀ କରି ବହୁତ ଅନୁରୋଧ କରୁଛି କି ବାପା ମୋତେ ମାର ନାହିଁ । କିନ୍ତୁ ନିର୍ଦ୍ଦୟ ବାପା ଙ୍କ କାନରେ ସେସବୁ କିଛି ଶୁଣାଯାଉ ନାହିଁ ସେ ପୁଅକୁ ମାରି ଚାଲିଛନ୍ତି ।

କୁହାଯାଉଛି ସେହି ଭିଡିଓଟି ପ୍ରାୟତଃ ଅଢେଇ ମିନିଟ ର ହେବ , ସେହି ସମୟରେ ଜଣେ ବାପା ଏକ କାଠ ଫାଳିଆରେ ପୁଅକୁ ନିର୍ଦ୍ଧୁମ ମାରି ଚାଲିଛନ୍ତି । ପୁଅ କାନ୍ଦି କାନ୍ଦି ଯେତେ କାକତି ମିନତୀ କରୁଛି ବାପା ମତେ ଛାଡିଦିଅ ମୁଁ ମରିଯିବି ମତେ ଆଉ ମାର ନାହିଁ କିନ୍ତୁ ବାପା ପୁଅର କୌଣସି କଥା ଶୁଣୁ ନାହାନ୍ତି । ସେ ଲଗାତାର ଭାବେ କାଠଫାଳିଆ ସାହାର୍ଯ୍ୟରେ ମାରି ଚାଲିଛନ୍ତି , କାଠଫାଳିଆ ହାତରୁ ଖସିଯାଉଥିଲେ ମଧ୍ୟ ପୁଣି ଥରେ ଉଠାଇ ମାରି ଥିବାର ଭିଡିଓ ରେ ଦେଖିବାକୁ ମିଳିଛି ।

ତେବେ ପୁଅ ଟିର ବୟସ ପାଖାପାଖି 12 ବର୍ଷ ହେବ , ତେବେ ଏହି ଛୋଟ ପିଲାକୁ ଏଭଳି ନିର୍ଦ୍ଦୟ ଭାବରେ ମାରିଚାଲିଛନ୍ତି ଯାହା ବର୍ତ୍ତମାନ ଚିନ୍ତାର ବିଷୟ ପାଲଟିଛି । ଆଜିର ଦିନରେ ଏମିତି ହୃଦୟହୀନ ବ୍ୟକ୍ତି ଥାଇପାରନ୍ତି ଯାହା ଏହି ଭିଡିଓ ରୁ ହିଁ ଜଣା ପଡିଛି । କାରଣ ପିଲାଟି ଏତେ କାକତି ମିନତୀ କରିବା ପରେ ମଧ୍ୟ ବାପା ଙ୍କ ମନରେ ଟିକିଏ ହେଲେ ପରିବର୍ତ୍ତନ ଆସିନାହିଁ । ପୁଅର କୌଣସି କଥା ନଶୁଣି ସେ ବାରମ୍ୱାର କାଠଫାଳିଆରେ ମାଡ ମାରି ଚାଲିଛନ୍ତି । ତେବେ ଏଭଳି ହୃଦୟହୀନ ବ୍ୟକ୍ତିଙ୍କୁ ରାକ୍ଷାସ ଠାରୁ ହୀନ କହିଲେ ମଧ୍ୟ କୌଣସି ଉତ୍ତ୍ୟକ୍ତି ହେବ ନାହିଁ । ନଚେତ୍ ଜଣେ ଛୋଟ ପିଲା ସହିତ ବାପା ଏପରି କାମ କିପରି କରିପାରିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।