ଆଜି ସକାଳୁ ସକାଳୁ ଅର୍ଚ୍ଚନା ନାଗଙ୍କୁ ଭେଟିବା ପାଇଁ ଅର୍ଚ୍ଚନାଙ୍କ ୫ ବର୍ଷର ପୁଅ ଆସି ପହଁଚି ଥିଲା ଇଡି କାର୍ଯ୍ୟାଳୟରେ। ଆଉ ନିଜ ପୁଅକୁ ଦେଖି ଅର୍ଚ୍ଚନା କୁଣ୍ଡେଇ ଧରି ଭୋ ଭୋ ହୋଇ କାନ୍ଦି ପକାଇ ଥିଲେ। ଆଉ ମା ପୁଅ ଉଭୟ କିଛି ସମୟ ପାଇଁ କଥା ମଧ୍ୟ ହୋଇଥିଲେ। ଆଉ ପାଞ୍ଚ ବର୍ଷର କୁନି ପୁଅ ମା ଅର୍ଚ୍ଚନାଙ୍କୁ ପଚାରି ଥିଲା ମା ତୁ ଘରକୁ କେବେ ଯିବୁ। ତୁ କଣ ପାଇଁ ଘରକୁ ଯାଉନୁ ତୁ କଣ ଏଇଟି ରହି ଯିବୁ। ଇମିତି ଅନେକ କିଛି ପ୍ରଶ୍ନ କରିଥିଲା ଅର୍ଚ୍ଚନାଙ୍କୁ ତାଙ୍କ ପୁଅ। ଆଉ ଯାହାର ଉତ୍ତର କିଛି ବି ଦେଇ ପାରି ନଥିଲେ ଅର୍ଚ୍ଚନା।
ପୁଅକୁ ଛାତିରେ ଜାବୁଡ଼ି ଧରି ଭାବ ବିହ୍ବଳ ହୋଇ ପଡ଼ିଥିଲେ ଅର୍ଚ୍ଚନା।ଆଉ ପୁଅକୁ କହିଥିଲେ କି ଠିକ୍ ସମୟରେ ଖିଆ ପିଆ କରିବୁ ଆଉ ପାଠ ମନ ଦେଇ ପଢ଼ିବୁ। ଆଉ ଏ ସମୟର ଦୃଶ୍ୟ ସେଠାରେ ସମସ୍ତଙ୍କୁ ଭାବ ବିହ୍ବଳ କରି ଦେଇଥିଲା। ତେବେ ଅର୍ଚ୍ଚନା ତାଙ୍କର କଳା କାରନାମା ପାଇଁ ଯେବେ ଠାରୁ ଗିରଫ ହୋଇଛନ୍ତି ସେବେଠୁ ସେ ତାଙ୍କ ପୁଅକୁ ଭେଟି ନାହାଁନ୍ତି। ଆଉ ଆଜି ଇଡି କାର୍ଯ୍ୟାଳୟ ଭିତରେ ମା ପୁଅ ଭେଟ ସମସ୍ତଙ୍କୁ ଭାବ ବିହ୍ବଳ କରି ଦେଇଥିଲା। ଆଉ ପାଖରେ ରହିଥିଲେ ଅର୍ଚ୍ଚନା ନାଗଙ୍କ ବାପା ଆଉ ଏ ଦୃଶ୍ୟ ଦେଖି ସାରି ସେ ବି ମଧ୍ୟ କାନ୍ଦି ପକାଇ ଥିଲେ।
ତେବେ ଅର୍ଚ୍ଚନା ତାଙ୍କ ପୁଅ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଥିଲେ କି ତୁ ବ୍ୟସ୍ତ ହୁଅନା ସବୁ କିଛି ଠିକ୍ ହୋଇଯିବ। ପୁଣି ଘରକୁ ଫେରିବି। ଆଉ ତ ପାଖରେ ରହିବି। ତତେ ସ୍କୁଲ ନେଇଯିବି ଆଉ ତ ମନ ପସନ୍ଦର ଖାଇବା ନିଜେ ରାନ୍ଧି କି ଦେବି। ଆଉ ଅଳ୍ପ ଦିନ ତୁ ଟିକେ ଅପେକ୍ଷା କରି ଯା। ଏମିତି କିଛି କହି ଅର୍ଚ୍ଚନା ତା କିଣି ପୁଅ କୁ ବୁଝାଇ ଦେଇଥିଲା। ଆଉ ତା ପରେ ଆଜି ଅର୍ଚ୍ଚନାଙ୍କୁ କୋର୍ଟରେ ହାଜିର୍ କରା ଯାଇଛି।
ଆଉ ସେପଟ ମଧ୍ୟ କୋର୍ଟରେ ପହଁଚି ଯାଇଛନ୍ତି ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ। ଆଉ ମିଳିଥିବା ସୂଚନା ଅନୁଯାୟୀ ଜଗବନ୍ଧୁଙ୍କୁ ମଧ୍ୟ ରିମାଣ୍ଡରେ ଆଣିବା ପାଇଁ ନିବେଦନ କରି ପାରେ ଇଡି। ଜଗବନ୍ଧୁଙ୍କୁ ୧୫ ଦିନ ପାଇଁ ରିମାଣ୍ଡରେ ଆଣିବା ପାଇଁ ନିବେଦନ କରି ପାରେ ଇଡି। ଆଉ ଏସବୁ ମାମଲାରେ ଅଧିକ ତଥ୍ୟ ମିଳି ପାରେ ବୋଲି ଆଶା ରଖିଛି ଇଡି। ଆଉ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ସାମ୍ନା ସାମ୍ନୀ ଜେରାର କରାଯିବ ବୋଲି ସୂଚନା ମଧ୍ୟ ମିଳିଛି। ଆଉ ଆଜି ନିଜ ପୁଅକୁ ଦେଖି ଅର୍ଚ୍ଚନା ତାଙ୍କର ଲୁହକୁ ସମ୍ଭାଳି ପାରି ନଥିଲେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।