ରାତିର ଶୁନଶାନ୍ ଅନ୍ଧାରରେ ରାଜଧାନୀର ରାଜଭବନ ନିକଟ ଜନଗହଳି ପୁର୍ଣ୍ଣ ରାସ୍ତା କଡରେ ବସିଛନ୍ତି ଜଣେ ବୟସ୍କ ମହିଳା। ଆଖିରେ ତାଙ୍କର ଲୁହ ଝରି ଆସୁଛି। ତେବେ ମହିଳା ଜଣଙ୍କ ରାତିର ଶୁନଶାନ୍ ଅନ୍ଧାର ଭିତରେ ଏ ମହିଳା ଜଣଙ୍କ କାହିଁକି ଏମିତି ବସିଛନ୍ତି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ମହିଳାଙ୍କ ଦୁଃଖ କାହାଣୀ ବାବଦରେ ଶୁଣିଲେ ଆପଣଙ୍କ ଆଖିରୁ ନିଶ୍ଚିତ ଭାବେ ପାଣି ଝରି ଆସିବ। ତେବେ ଆସନ୍ତୁ ଜାଣିବା ଏହି ମା ଜଣଙ୍କ କଣ କହୁଛନ୍ତି ଆଉ ତାଙ୍କ ଜୀବନର ସେ କେଉଁ ଦୁଃଖ ବିଷୟରେ କହୁଛନ୍ତି।
ମହିଳା ଜଣଙ୍କ ହେଉଛନ୍ତି ମଞ୍ଜୁଲତା ମହାନ୍ତି। ଘର ଭଦ୍ରକ ଜିଲ୍ଲାର କେଉଁ ଅପହଞ୍ଚ ମଫସଲ ଗାଁରେ। ମଞ୍ଜୁଲତାଙ୍କ ଗୋଟିଏ ବୋଲି ପୁଅ ଯିଏକି ପାଠ ପଢ଼ି ଚାକିରୀଟିଏ କରିଥିଲେ। ଆଉ ତାଙ୍କର ଚାକିରୀ ପଇସାରେ ସୁଖେ ଦୁଃଖେ ଚଳି ଯାଉଥିଲେ। ସମୟ କ୍ରମେ ପୁଅର ଦେହ ଭୀଷଣ ଖରାପ ହେଲା ଡ଼ାକ୍ତର ପରୀକ୍ଷା କରି କହିଲେ ଯେ ପୁଅ ପୂର୍ଣ୍ଣଚନ୍ଦ୍ରଙ୍କ କିଡନୀ ନଷ୍ଟ ହୋଇ ଯାଇଛି। ଆଉ ଏହା ଶୁଣି ପରିବାର ଭାଙ୍ଗି ପଡିଲେ ଦୁଃଖରେ। ଆଉ ଏହାପରେ ପୁଅର ଚିକିତ୍ସା କରାଗଲା। ଖର୍ଚ୍ଚ ହେଲା ଲକ୍ଷ ଲକ୍ଷ ଟଙ୍କା। କିନ୍ତୁ ପୁଅ ଭଲ ହେଲାଣି।
ଏହାପରେ ମଞ୍ଜୁଲତାଙ୍କ ସ୍ବାମୀ ପଡ଼ିଲେ ପକ୍ଷାଘାତ ରୋଗରେ। ଆଉ ଗୋଟିଏ ଦୁଃଖର ପାହାଡ଼ ଛିଡି ପଡ଼ିଲା ମଂଜୁଲତାଙ୍କ ଉପରେ। ଆଉ ଏ ସବୁକୁ ସାମ୍ନା କରୁଥିଲେ କେବଳ ମଞ୍ଜୁଲତା। କାରଣ ସାହାରା ହେବା ପାଇଁ ଆଉ କେହି ବି ପାଖରେ ନଥିଲେ। କାହା କଥା ଆଗେ ବୁଝିବେ ସେହି ଚିନ୍ତାରେ ଭାଙ୍ଗି ପଡିଲେ ମଞ୍ଜୁଲତା। ଦୁଃଖ ତ ଏତେ ମୁଣ୍ଡ ଟେକି ଛିଡ଼ା ହେବେ କେମିତି। ପୁଅର କଥା ଆଗେ ବୁଝିବେ ନା ଝିଅର କଥା ଆଗେ ବୁଝିବେ କିଛି ବୁଝି ପାରୁ ନଥାନ୍ତି ମଞ୍ଜୁଲତା।
ଆଉ ଏହାପରେ ପୁଅକୁ ବଞ୍ଚାଇବା ପାଇଁ ନିଜର କିଡନୀ ଦେବା ପାଇଁ ପ୍ରସ୍ତୁତ ହେଲେ ମଂଜୁଲତା। ପୁଅ ବଞ୍ଚି ପାରିଲେ ଘରର ସମସ୍ତ ଭଲରେ ରହିବେ ଭାବି ଡ଼ାକ୍ତରଙ୍କ ସହିତ ପରାମର୍ଶ କଲେ ମଞ୍ଜୁଲତା। କିନ୍ତୁ ମଞ୍ଜୁଲତା ସିନା ବିନାଟ ମୂଲ୍ୟରେ ନିଜର କିଡନୀ ଦେଇଦେବେ କିନ୍ତୁ ଅପରେସନ ପାଇଁ ତ ଟଙ୍କାର ଆବଶ୍ୟକତା ରହିଛି।ଆଉ ସେଥିପାଇଁ ମଞ୍ଜୁଲତା ଭିକ ମାଗି ଧାର କରଜ କରି ୫ ଲକ୍ଷ ଟଙ୍କା ରୋଜଗାର କରି ପୁଅକୁ ନିଜର କିଡ଼ନି ଦାନ କଲେ। ଆଉ ପୁଅ ଏବେ ଆସି ଘରେ ରହିଛି କିନ୍ତୁ ଅପରେସନ ପରେ ଔଷଧ ଖାଇବା ପାଇଁ ମଧ୍ୟ ପଇସାଟିଏ ନାହିଁ। ଆଉ ଏପଟେ ସ୍ବାମୀ ସେମିତି ଶଯ୍ୟାଶାୟୀ ହୋଇ ପଡ଼ିଛନ୍ତି। ଆଉ ନିଜର କିଡନୀ ଦେଇ ମଞ୍ଜୁଲତା ମଧ୍ୟ ରୋଗୀ ପାଲଟି ଯାଇଛନ୍ତି ସେଥିପାଇଁ ମଞ୍ଜୁଲତା କିଛି ଉପାୟ ନ ପାଇ ରାଜଧାନୀ ଧାଇଁ ଆସିଛନ୍ତି ସରକାରଙ୍କ ପାଖରୁ କିଛି ସାହାଯ୍ୟ ଆଶାରେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।