ବାସ୍ତୁ ଶାସ୍ତ୍ର ଅନୁଯାୟୀ ପୂଜା ଘର ସବୁଠୁ ଘରର ମୁଖ୍ୟ ସ୍ଥାନ ହୋଇଥାଏ। ଏହି ସ୍ଥାନରୁ ଆମକୁ ସକାରାତ୍ମକ ଉର୍ଜା ପ୍ରାପ୍ତ ହୋଇଥାଏ। ଏଥିପାଇଁ ଘରେ ପୂଜାଘର ନିର୍ମାଣ କରିବା ପୂର୍ବରୁ ବାସ୍ତୁ ଶାସ୍ତ୍ରରେ କୁହାଯାଇଥିବା ମହତ୍ତ୍ୱପୂର୍ଣ୍ଣ ନିୟମର ପାଳନ ଅବଶ୍ୟ କରିବା ଉଚିତ୍। ତେବେ ଆମେ ଆମ ଅଜାଣତରେ ପୂଜା ଘର ମଧ୍ୟରେ ଏମିତି କିଛି ରଖି ଦେଇଥାନ୍ତି ଯାହା ଅଶୁଭ ମାନା ଯାଇଥାଏ।ତେବେ ଆସନ୍ତୁ ଜାଣିବା ପୂଜାଘର ସମ୍ବନ୍ଧିତ ମହତ୍ତ୍ୱପୂର୍ଣ୍ଣ ବାସ୍ତୁ ନିୟମ।
୧. ପୂଜାଘରକୁ କେବେ ବି ଅସ୍ୱଚ୍ଛ ରଖନ୍ତୁ ନାହିଁ। ଭଗବାନଙ୍କୁ ଆପଣ ଯେଉଁ ସ୍ଥାନରେ ରଖିଛନ୍ତି ସେହି ସ୍ଥାନଙ୍କୁ ସର୍ବଦା ସ୍ୱଚ୍ଛ ରଖନ୍ତୁ। ଏହା ସହିତ ଆପଣ ମଧ୍ୟ କେବେ ବି ପୂଜା ଘର ଭିତରକୁ ସ୍ୱଚ୍ଛ ନହୋଇ ପ୍ରେବେଶ କରନ୍ତୁ ନାହିଁ।୨. ପୂଜାଘରର କବାଟ କେବେବି ଦକ୍ଷିଣ ଦିଗକୁ ଖୋଲି ହେଉଥିବା ଉଚିତ୍ ନୁହେଁ। କାରଣ ଦକ୍ଷିଣ ଦିଗ ମୃତ୍ୟୁର ଦେବତା ଯମରାଜଙ୍କର ଅଟେ। ତେଣୁ ଏହି ଦିଗକୁ ଭଗବାନଙ୍କ ଘରର କବାଟ ରଖନ୍ତୁ ନାହିଁ।ଦେବୀ ଦେବତାଙ୍କ ମୁଁହ ମଧ୍ୟ ଦକ୍ଷିଣ ଦିଗ ରଖନ୍ତୁ ନାହିଁ ଏହା ସହିତ ଦେବୀ ଦେବତାଙ୍କ ମୁଁହକୁ ସାମ୍ନା ସାମ୍ନୀ ମଧ୍ୟ ରଖିବା ଉଚିତ୍ ହୋଇ ନଥାଏ।
୩. ପୂଜା ଘରେ କେବେ ନାଚୁ ଥିବା ଗଣେଶ ମୂର୍ତ୍ତି, ତାଣ୍ଡବ କରୁଥିବା ଶିବ ମୂର୍ତ୍ତି ବା ଫୋଟ ରଖନ୍ତୁ ନାହିଁ। ହନୁମାନ ଓ ଦୁର୍ଗାଙ୍କ ରୁଦ୍ରରୂପ ଥିବା ମୂର୍ତ୍ତି ବା ଫୋଟ ମଧ୍ୟ ରଖନ୍ତୁ ନାହିଁ। ସମସ୍ତ ଦେବତା ଶାନ୍ତ ଓ ବିରାଜମାନ ଅବସ୍ଥାରେ ଥିବା ମୂର୍ତ୍ତି ବା ଫୋଟହିଁ ଠାକୁର୍ ଘରେ ସ୍ଥାପିତ କରନ୍ତୁ। ପୂଜା ଘରେ କେବେ ବି ଦେବୀ ଦେବତାଙ୍କ ଖଣ୍ଡିତ ମୂର୍ତ୍ତି ରଖନ୍ତୁ ନାହିଁ।୪. ପୂଜା ଘର ଭିତରେ କୌଣସି ବି ଜୀବିତ ବା ମୃତ ବ୍ୟକ୍ତିଙ୍କ ଫୋଟ ଆଦୌ ରଖନ୍ତୁ ନାହିଁ ଏହାକୁ ଅଶୁଭ ବୋଲି ମାନା ଯାଇଥାଏ। ସାଧୁସନ୍ଥ ମାନଙ୍କ ଫୋଟ ମଧ୍ୟ ପୂଜା ଘର ଭିତରେ ରଖିବା ଉଚିତ୍ ହୋଇ ନଥାଏ।
୫. ପୂଜା ଘର ଭିତରେ ରଖୁଥିବା କୌଣସି ବି ଦେବା ଦେବୀଙ୍କ ମୂର୍ତ୍ତିକୁ ଗୋଟିଏରୁ ଅଧିକ ରଖନ୍ତୁ ନାହିଁ ତାହା ସହିତସେହି ମୂର୍ତ୍ତିର ଉଚ୍ଚତା ୪-୫ ଇଞ୍ଚ୍ ହୋଇଥିବା ଦରକାର୍। କିନ୍ତୁ ଶିବଲିଙ୍ଗର ଉଚ୍ଚତା ୨ ଇଞ୍ଚରୁ ବେଶି ହେବା ଉଚିତ୍ ନୁହେଁ। ଏହା ସହିତ ପୂଜା ଘରେ ରଖିଥିବା ଦେବା ଦେବୀଙ୍କୁ ପାଖାପାଖି ରଖନ୍ତୁ ନାହିଁ।୬. ପୂଜା ଘରେ ସୂର୍ଯ୍ୟ ଦେବ ,ଗଣେଶ, ପାର୍ବତୀ ,ଶିବ ଏବଂ ଭଗବାନ ବିଷ୍ଣୁଙ୍କ ଏହି ପାଞ୍ଚ ଦେବାଦେବୀଙ୍କ ଫୋଟ ଅବଶ୍ୟ ରଖନ୍ତୁ ଏମାନଙ୍କ ବିନା ପୂଜା ଘର ସଂମ୍ପୂର୍ଣ୍ଣ ହୋଇ ନଥାଏ।୭. ପୂଜା ଘରେ ଏପରି ମୂର୍ତ୍ତି ରଖନ୍ତୁ ତାହା ଯେମିତି ଭାଙ୍ଗିବ ନାହିଁ ଏବଂ ଏବଂ ଏହି ମୂର୍ତ୍ତିକୁ ସହଜରେ ସ୍ୱଚ୍ଛ କରି ହେଉଥିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।