ପୁଣି ଆସିଲା ଖୁସି ଖବର ! ଘରକୁ ଫେରୁଛନ୍ତି ସୁମିତ ଓ ତପସ୍ୱିନୀଙ୍କ ଶ୍ୱଶୁର , ଗେଟ୍ ମୁଁହରେ ଚାହିଁ ବସିଛନ୍ତି ତପସ୍ୱିନୀ…. ଦେଖନ୍ତୁ Video

0

ପୂରଣ ହେବ ତପସ୍ୱିନୀ ଙ୍କ ଅଧୁରା ସ୍ୱପ୍ନ , ପୁଣି ହସି ଉଠିବ ସୁନାର ସଂସାର । ତପସ୍ୱିନୀ ପାଇବେ ପୂରା ବୋହୂର ଅଧିକାର , ଫେରିବେ ସୁମିତ ଆଉ ଶ୍ୱସୁର ପ୍ରମୋଦ ସାଉ । ତପସ୍ୱିନୀ ସ୍ୱପ୍ନ ଦେଖିଥିବା ସୁନାର ସଂସାର ପୁଣି ହସି ଉଠିବ । ଦାଣ୍ଡ ଦୁଆର ଘର ଭିତର ସବୁ ଏବେ ଖା ଖା ହୋଇ ରହିଛି , ବହୁ ଦିନ ହୋଇଗଲାଣି ନା ସ୍ୱାମୀ ଆସିଛନ୍ତି ନା ଶ୍ୱସୁର । କିନ୍ତୁ ଏବେ ସବୁକିଛି ଠିକ୍ ହେବାକୁ ଯାଉଛି , ଏକ ବିଶେଷ ସୂତ୍ର ରୁ ମିଳିଥିବା ସୂଚନା ଅନୁସାରେ ସୁମିତ୍ ଆଉ ତପସ୍ୱୀନିଙ୍କ ଶ୍ୱସୁର ପ୍ରମୋଦ ସାଉ ଘରକୁ ଫେରୁଛନ୍ତି ।

ଲୁହଝରା ଆଖିରେ ତପସ୍ୱିନୀ ଶ୍ୱସୁରଙ୍କ ଆଶୀର୍ବାଦ ନେଇ ଘରକୁ ସ୍ୱାଗତ କରିବେ ଶ୍ୱସୁର ଆଉ ସ୍ୱାମୀଙ୍କୁ । ଘର ପୁରା ଭରାଭରା ଲାଗିବ , ଯେଉଁ ଆଶା ପ୍ରେମର ଆରମ୍ଭରୁ ଥିଲା ତାହା ଏବେ ସତ ହେବାକୁ ଯାଉଛି । ଶ୍ୱସୁର ସ୍ୱାମୀଙ୍କ ଭଲ ପାଇବା ପାଇବେ ତପସ୍ୱିନୀ , ତପସ୍ୱିନୀଙ୍କର ଅଧୁରା ସ୍ୱପ୍ନ ଏବେ ପୂରଣ ହୋଇଯିବ । ବାଦ ବିବାଦ ଥାନା କୋର୍ଟ କୋଚେରୀ କୁ ଯାଇ ମାମଲା କେତେ କୁଆଁଡେ ବାଟ ମୋଡିଲା । କିନ୍ତୁ ପ୍ରେର ଅଧିକାର ସିନ୍ଦୁର ପାଇଁ , ଆଉ ବୋହୂର ଅଧିକାର ଗୃହ ପ୍ରବେଶ ପାଇଁ ସେମିତି ଅଳି ବସିଥିଲେ ତପସ୍ୱିନୀ ।

ସହଜ ନଥିଲା ଅଧିକାର ଜିଦ୍ ପାଇଁ ସୁମିତ୍ ଙ୍କ ଘର ଆଗରେ ଅଳି ବସିଥିଲେ ଆଉ ସଂଘର୍ଷରେ ଆଖିରୁ କେତେ ଲୁହ ଝୟରାଇ ଥିଲେ ତପସ୍ୱିନୀ । ତଥାପି ତପସ୍ୱିନୀ ଭାଙ୍ଗି ପଡି ନଥିଲେ , ନିଜ ଜିଦ୍ ରେ ଅଟଳ ଥିଲେ । ଜିଦ୍ ଥିଲା ବୋହୂ ହେଇ ବୋହୂର ଅଧିକାର ପାଇବା ପାଇଁ , ଶେଷରେ ସେ ଗୃହ ପ୍ରବେଶ କରିଥିଲେ । କିନ୍ତୁ ଗୃହ ସିନା ପ୍ରବେଶ କରି ପାରିଲେ ବୋହୂର ସ୍ନେହ ପ୍ରେମ ଟିକେ ମିଳିଲାନି । ଗୃହ ପ୍ରବେଶ କରିବା ଦିନ ଠାରୁ ନା ଶ୍ୱଶୁର ଘରକୁ ଆସିଲେ ନା ସୁମିତ ଘରକୁ ଆସିଲେ , ଦୁହେଁ ବାହାରେ ରହିଲେ । ତପସ୍ୱିନୀ ଦେଖିଥିବା ସ୍ୱପ୍ନ ଯେମିତି ଅଧୁରା ହୋଇ ରହିଯାଇଥିଲା ।

ଯେଉଁ ରାସ୍ତା ଯେଉଁ ଘର ଆଗରେ ହଜାର ହଜାର ଲୋକଙ୍କ ଭିଡ ଜମୁଥିଲା ଆଉ ତପସ୍ୱିନୀଙ୍କୁ ନ୍ୟାୟ ଦେବାକୁ ସାଦ୍ ଦେଉଥିଲେ । କିନ୍ତୁ ତପସ୍ୱିନୀ ଗୃହପ୍ରବେଶ କଲା ପରଦିନ ଠାରୁ ଆଉ କାହା ପାଖରେ ଖବର ନାହିଁ , ଯେ ତପସ୍ୱିନୀ ଏବେ କେମିତି ଅଛନ୍ତି । ରାସ୍ତାଘାଟ ଘର ସାମ୍ନା ସବୁକିଛି ଖାଁ ଖାଁ ହୋଇ ଯେମିତି ରହିଛି । ପୁରୁଷ ଶୂନ୍ୟ ହୋଇ ଯାଇଥିଲା ଘର କିନ୍ତୁ ଏବେ ତପସ୍ୱିନୀଙ୍କ ମୁହଁ ରେ ପୁଣି ହସ ଫେରିଆସିବ । କାରଣ ଘରକୁ ଫେରୁଛନ୍ତି ସ୍ୱାମୀ ଆଉ ଶ୍ୱସୁର , ସୁଖର ସଂସାର ପୁଣି ସକାଳର ଚା କପ ରୁ ଆରମ୍ଭ ହୋଇ ରାତିରେ ଟିଭି ଆଗରେ ଚର୍ଚ୍ଚାରେ ସରିବ ।ସମସ୍ତେ ଥିବେ ପରିବାରରେ ସାମିଲ , ସବୁକିଛି ବଦଳିଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।