ପୁଣି ଅଭାବନୀୟ ଘଟଣା ଦେଖା ଦେଇଛି- ନିୟନ୍ତ୍ରଣ ହରାଇ ଟ୍ରକ ପଛରେ ପିଟିଲା ବାଇକ,ସିସିଟିଭି ରେ କଏଦୀ ହେଲା ଲାଇଭ

0

ଦିନ କୁ ଦିନ ପୃଥିବୀ ରେ ଜନସଂଖ୍ୟା ବୃଦ୍ଧି ହେଉଛି ସେହିପରି ଧୀରେ ଧୀରେ ଯାନବାହନ ରେ ବଢ଼ିବାରେ ଲାଗିଛି। ଯାହା ପାଇଁ ବିଭିନ୍ନ ପ୍ରକାରର ଘଟଣା ଦେଖିବାକୁ ମିଳୁଛି। ବର୍ତ୍ତମାନ ସମୟରେ ପ୍ରତ୍ୟେକ ଦିନ କିଛି ନା ଘଟଣା ଆଖି ଆଗକୁ ଆସୁଛି। ଯେଉଁଭଳି ଭାବେ ଜନସଂଖ୍ୟା ବିପୁଳ ପରିମାଣରେ ବଢୁଛି ସେହିପରି ଗାଡି ମଟର ଏବଂ ଯାନବାହାନ ରେ ମଧ୍ୟ ବୃଦ୍ଧି ହେଉଛି ଯାହା କୁ ନେଇ ବିଶ୍ଵ ଦରବାରରେ ଅଭାବନୀୟ ଘଟଣା ଦେଖା ଦେଉଛି। ତେବେ ଆସନ୍ତୁ ଜାଣିବା ସେହିପରି ଏକ ଘଟଣା ସମ୍ପର୍କରେ।

ଘଟଣା ଟି ହେଲା ଦୃତ ଗତିରେ ଆସିଥିବା ବାଇକ୍ ଚାଳକ ନିୟନ୍ତ୍ରଣ ହରାଇ ଏକ ଚାଉଳ ବୋଝେଇ ଟ୍ରକ୍ ପଛରେ ଧକ୍କା ଦେଇଥିଲା। ଏହି ବାଇକ ରେ ଦୁଇ ଜଣ ଥିଲେ ଏବଂ ଏଥିମଧ୍ୟରୁ ଦୁର୍ଘଟଣାରେ ବାଇକ୍ ଆରୋହୀ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିଲେ। ଆହତ ଯୁବକଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ପାପଡ଼ାହାଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଏହି ଦୁର୍ଘଟଣାର ଲାଇଭ ଭିଡିଓ ଘଟଣା ସ୍ଥଳରେ ଥିବା ପେଟ୍ରୋଲ ପମ୍ପରେ ଲାଗିଥିବା ସିସି ଟିଭିରେ କଏଦ ହୋଇଛି।

ଗତକାଲି ରାତିରେ ନବରଙ୍ଗପୁର ଜିଲ୍ଲା ଜଟାବାଲ ଗାଁ ନିକଟ ଏକ ପେଟ୍ରୋଲ ପମ୍ପ ନିକଟରେ ଘଟଣା ଟି ହୋଇଥିଲା ଏବଂ ଏହା ସମ୍ମୁଖରେ ଥିବା ମୁଖ୍ୟ ରାସ୍ତା ଦେଇ ଏକ ଚାଉଳ ବୋଝେଇ ଟ୍ରକ ଯାଉଥିବା ସମୟରେ ପିପଲଗୁଡା ଗାଁର ଦୁଇ ଜଣ ଯୁବକ ସାମ ଭତରା ଓ ନବୀନ ଭତରା ଏକ ବାଇକରେ ଦ୍ରୁତ ଗତିରେ ଆସି ନିୟନ୍ତ୍ରଣ ହରାଇ ଚାଉଳ ବୋଝେଇ ଟ୍ରକକୁ ପଛପଟୁ ପିଟିଦେଇଥିଲେ।

 

ଫଳରେ ସଂଗେ ସଂଗେ ବାଇକ ଚଳାଉଥିବା ଯୁବକ ସାମ ଭାତରାର ମୃତ୍ୟୁ ହୋଇଯାଇଥିବା। ବେଳେ ଅନ୍ୟ ଯୁବକ ନବୀନ ଭତରା ଆହତ ଅବସ୍ଥାରେ ପାପଡାହାଣ୍ଡି ମେଡିକାଲରେ ଚିକିତ୍ସିତ ହେଉଛି। ଏହି ସବୁ ଘଟଣା ଦୁର୍ଘଟଣା ସ୍ଥଳ ନିକଟରେ ଥିବା ପେଟ୍ରୋଲ ପମ୍ପରେ ଲାଗିଥିବା ସିସି ଟିଭି କ୍ୟାମେରାରେ ଏକଦ ହୋଇଛି।ଏହି ଘଟଣା କୁ ନେଇ ତାଙ୍କ ଘର ଲୋକ ଟିକିଏ ବିଳମ୍ବରେ ପହଂଚି ଥିଲେ।

ଏହି ଘଟଣା ଟି ଘଟି ଯିବା ପରେ ସ୍ଥାନୀୟ ଲୋକ ଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ଏବଂ ଏହାକୁ ସମସ୍ତେ ତୀବ୍ର ନିନ୍ଦା ସମସ୍ତେ କରିଛନ୍ତି। ଏହିପରି ଘଟଣା କୁ ରୋକିବା ପାଇଁ ସରକାର ବିଭିନ୍ନ ପ୍ରକାର ସଚେତନ କରିଥିଲେ ମଧ୍ୟ ପ୍ରତ୍ୟେକ ଦିନ ଏହି ପରି ଘଟଣା ଦେଖା ଦେଇଛି। ଏହା ବର୍ତ୍ତମାନ ସମୟରେ ନୀତି ଦିନିଆ ଘଟଣା ହୋଇ ଗଲାଣି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।