ଖେଳ ସରିଲା ! ଅରୁଣ ବୋଥ୍ରା ଙ୍କ ପାଇଁ ବଢିଲା ଅଡୁଆ, ସମସ୍ତ ତଥ୍ୟ ମାଗିଲେ ନିର୍ଭୟା ଓକିଲ ସୀମା, ଆପଣଙ୍କ ମତରେ କ’ଣ ସତରେ ପରୀ ନ୍ୟାୟ ପାଇବ ?

0

ଆଜିର ଏହି କାମ ପିପାସୁ ପୁରୁଷ ମାନେ ନାରୀର ମହତ୍ତ୍ୱ କୁ ଭୁଲି ତାଙ୍କର ଇଜ୍ଜତ ସହ ଖେଳୁଛନ୍ତି।ନାରୀ କୁ ଗୋଟିଏ ଉପଭୋଗ ସାମଗ୍ରୀ ବୋଲି ମନେ କରୁଛନ୍ତି।କାମ ବାସନା ରେ ଅନ୍ଧ ହୋଇ ମହିଳାଙ୍କ ଜୀବନକୁ ନଷ୍ଟ କରି ଦେଉଛନ୍ତି।ମହାତ୍ମା ଗାନ୍ଧୀ କହୁଥିଲେ ନାରୀ ମାନେ ଉନ୍ନତି କଲେ ଦେଶ ମଧ୍ୟ ଉନ୍ନତି କରିବ ଏବଂ ପ୍ରକୃତ ସ୍ୱାଧୀନତା ସେତେବେଳେ ମିଳିବ ଯେତେବେଳେ ନାରୀଟିଏ ରାତ୍ରି ସମୟରେ ମଧ୍ୟ ରାସ୍ତାରେ ଏକା ଯାଇ ପାରିବ।

କିନ୍ତୁ ଆଜିର ସମାଜ ଏପରି ଦୂଷିତ ହୋଇଛି କି ନାରୀଟିଏ ଦିନରେ ମଧ୍ୟ ଏକା ଯିବାକୁ ଡରୁଛି।ଏମତିକି ଝିଅଟିଏ ଆଜି ନିଜ ଘରେ ମଧ୍ୟ ନିଜକୁ ଅସୁରକ୍ଷିତ ମନେକରୁଛି।ତେଣୁ ଏଠି ବେବିନା,ଇତିଶ୍ରୀ, ସସ୍ମିତା, ନିର୍ଭୟା, ମାଧବୀ ଲତା ପରି ଝିଅମାନେ ଆଜି ଏହି ପଶୁ ମାନଙ୍କର ଶିକାର ହୋଇ ପ୍ରାଣ ହରାଉଛନ୍ତି।

ଏବେ ସେହିପରି ନୟାଗଡ଼ ର ପରି ହତ୍ୟା ମାମଲା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।ଏହାର ନ୍ୟାୟ ପାଇଁ ଏବେ ସାରା ରାଜ୍ୟରେ ବିଭିନ୍ନ ବିକ୍ଷୋବ ଚାଲି ଥିଲେ ମଧ୍ୟ ପରି ପରିବାର ଲୋକଙ୍କୁ ଏହାର ନ୍ୟାୟ ମିଳି ପାରି ନାହିଁ।ଜଣେ ଅଟୋ ଡ୍ରାଇଭର ର ୬ ବର୍ଷର ଝିଅକୁ ଅତି ନିର୍ମମ ଭାବେ ହତ୍ୟା କରାଯାଇ ଏକ ଅଖାରେ ପୁରାଇ ବାଡ଼ି ପଛପଟେ ଫିଙ୍ଗାଇ ଦିଆଗଲା।ପ୍ରମାଣ ନଷ୍ଟ କରିବା ପାଇଁ ମୃତ ଶରୀରରେ କେମିକାଲ ପକାଇ ଦିଆ ଗଲା।

ତେବେ ବର୍ତ୍ତମାନର ପରୀ ଘଟଣା ନୟାଗଡ଼ ର ପଲ୍ଲୀରୁ ଯାଇ ଦିଲ୍ଲୀ ରେ ପହଞ୍ଚିଲାଣି।ତେବେ SIT ସରୋଜ କୁ ଗିରଫ କରି ସରୋଜ କୁ ପରୀ ର ପ୍ରକୃତ ହତ୍ୟାକାରୀ ବୋଲି ପ୍ରମାଣ କରିବା ସହିତ ସରୋଜ ଦ୍ୱାରା ସମ୍ପୂର୍ଣ୍ଣ ହତ୍ୟାକାଣ୍ଡ ର ସିନ ରିକ୍ରିଏଟ୍ କରି ସାରିଥିବା ପରେ ମଧ୍ୟ ପରୀ ର ପରିବାର ଲୋକେ ଏହାକୁ ମାନିବା ପାଇଁ ରାଜି ନୁହନ୍ତି।ସେମାନେ କହିଛନ୍ତି କି ସରୋଜ ନିର୍ଦୋଷ ଅଟେ।ବଡ଼ବଡ଼ିଆ ଙ୍କୁ ଲୁଚେଇବା ପାଇଁ SIT ସରୋଜ କୁ ଫସେଇ ଦେଉଛି।

ତେବେ କୋର୍ଟ ମଧ୍ୟ ସରୋଜ ଙ୍କୁ ନାବାଳକ ବୋଲି ଘୋଷଣା କରିଛନ୍ତି।ତେବେ ପରୀ କେସ ନିର୍ଭୟା ଙ୍କ ଓକିଲ ସୀମା ଲଢନ୍ତୁ ବୋଲି ସମସ୍ତେ ଚାହୁଁ ଥିଲେ ଓ ସୀମାଙ୍କୁ ଟ୍ୱିଟ ମଧ୍ୟ କରି ଥିଲେ।ସମ୍ବିତ ନନ୍ଦ ମଧ୍ୟ ଏନେଇ ସୀମାଙ୍କୁ ଟ୍ୱିଟ କରି ଥିଲେ।

ଏହାରି ଭିତରେ ସୀମା ଫୋନ ଯୋଗେ ପରୀ ମାଙ୍କ ସହିତ କଥା ହୋଇଛନ୍ତି ଓ ତାଙ୍କ ଠାରୁ ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ସୂଚନା ନେଇଛନ୍ତି।ଗତକାଲି ପରୀ ମା ସହିତ ସୀମା ଫୋନରେ କଥା ହୋଇ ଥିଲେ।ତେବେ ସୀମା କହିଛନ୍ତି ସେ ଯେମିତି ହେଲେ ପରୀ କୁ ନ୍ୟାୟ ଦେବେ।ସୀମା ତାଙ୍କ ଟ୍ୱିଟର ପେଜ୍ ରେ ମୁଖ୍ୟମନ୍ତ୍ରୀ ଙ୍କୁ ଟ୍ୟାଗ ମଧ୍ୟ କରିଛନ୍ତି।

ଏହା ସହିତ ସୀମା ଟ୍ୱିଟର ପେଜ୍ ରେ ଲେଖିଛନ୍ତି କି ପରୀ କୁ ଦୁଷ୍କର୍ମ କରା ଗଲା ଓ ତା ଦେହରୁ ଅଙ୍ଗ କାଢ଼ି ନିଆ ଗଲା ମାତ୍ର ତାକୁ ଏପର୍ଯ୍ୟନ୍ତ ନ୍ୟାୟ ମିଳିଲା ନାହିଁ।ତେଣୁ ସେ ଏହି କେସ ଲଢ଼ିବେ ଓ ପରୀ କୁ ନ୍ୟାୟ ଦେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।