ପୁଣି ଓଡିଶାରେ ଭାଇରାଲ ହେଲା “Ollywood” ହିରୋଇନ ପ୍ରକୃତି ମିଶ୍ର (Prakruti Mishra) ଙ୍କ ଏହି ଭିଡିଓ

ଆପଣ ମାନେ ସିନେମା ଇଣ୍ଡଷ୍ଟ୍ରିରେ କାମ କରୁଥିବା ସବୁ ଅଭିନେତ୍ରୀ ଓ ଅଭିନେତା ମାନଙ୍କୁ ଖୁବ୍ ଭଲ ଭାବରେ ଜାଣି ଥିବେ। ତେବେ ଫ୍ୟାନସ୍ ନିଜ ନିଜ ପ୍ରିୟ କଳାକାର ମାନଙ୍କ ଅଭିନୟ ଜୀବନ ବ୍ୟକ୍ତିଗତ ଜୀବନ ବାବଦରେ ଜାଣିବା ପାଇଁ ମଧ୍ୟ ଦର୍ଶକ ମାନେ ଖୁବ୍ ଆଗ୍ରହ ପ୍ରକାଶ କରିଥାନ୍ତି। କେହି କେହି ନିଜ ପ୍ରିୟ ଅଭିନେତା ଅଭିନେତ୍ରୀ ମାନଙ୍କ ଜୀବନଶୈଳୀକୁ ଅନୁସରଣ ମଧ୍ୟ କରିଥାନ୍ତି। କାରଣ ଅଭିନେତା ଅଭିନେତ୍ରୀ ମାନଙ୍କ ଜୀବନଶୈଳୀ ସାଧାରଣ ଲୋକଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ସେମାନଙ୍କ ରିଲ ଲାଇଫ ଓ ସେମାନଙ୍କ ରିଅଲ ଲାଇଫ କଣ ସବୁ ଘଟଣା ଘଟି ଯାଉଛି ତାହା ଜାଣିବା ପାଇଁ ଅନେକ ଦର୍ଶକ ଖୁବ୍ ଆଗ୍ରହ ପ୍ରକାଶ କରିଥାନ୍ତି।

ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଅଭିନେତ୍ରୀଙ୍କ ବାବଦରେ କହିବାକୁ ଯାଉଛୁ ଯିଏକି ନିଜର ଦମଦାର ଅଭିନୟ ପାଇଁ କେବଳ ଓଲିଉଡ଼ରେ ନୁହେଁ ବରଂ ବଲିଉଡ୍ ରେ ମଧ୍ୟ ରାଜ କରୁଛନ୍ତି।ସେମିତି ଜଣେ ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର।ତେବେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣି ଥିବେ। ନିଜର ଅଭିନୟକୁ ପାଇଁ ପ୍ରକୃତି ମିଶ୍ର ଯେତିକି ଲୋକପ୍ରିୟ ତା ଠାରୁ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ସେତିକି ଚର୍ଚ୍ଚିତ।

ନିଜର ଲୁକସ୍ କୁ ନେଇ ସବୁ ସମୟରେ ଚର୍ଚ୍ଚା ରେ ରହିଥାନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର।ଶିଶୁ କଳାକାର ଭାବେ ଅଭିନୟ ଜଗତରେ ପାଦ ରଖିଥିଲେ ପ୍ରକୃତି।ମାତ୍ର ୪ ବର୍ଷ ବୟସରେ ହିଁ ସେ ଓଲିଉଡ଼ ସିନେମା ଜଗତରେ ଅଭିନୟ ଆରମ୍ଭ କରି ଦେଇ ଥିଲେ। ଆଉ ଏହାପରେ ପ୍ରକୃତି ମିଶ୍ର ବଡ ପରଦାରେ ଅଭିନେତ୍ରୀ ଭାବେ ନଜର ଆସିଥିଲେ। କେବଳ ଓଲିଉଡ ନୁହେଁ ବଲିଉଡ୍ ସିନେମା ଓ ମେଗା ଧାରାବାହିକରେ ମଧ୍ୟ ନିଜର ଅଭିନୟର ଯାଦୁ ଦେଖାଇବାରେ ସକ୍ଷମ ହୋଇ ପାରିଛନ୍ତି ଅଭିନେତ୍ରୀ ପ୍ରକୃତି

ତେବେ ବର୍ତ୍ତମାନ ସମୟରେ ପୁଣି ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ସେ ମୁମ୍ବାଇରୁ ଘରକୁ ଫେରିଛନ୍ତି ଆଉ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି ଯାହା ଖୁବ୍ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ପ୍ରକୃତି ଏକ ହ୍ୱାଇଟ କଲର ଟପ୍ ପିନ୍ଧି ଖୁବ୍ ସୁନ୍ଦର ଭାବରେ ଡାନ୍ସ କରୁଛନ୍ତି। ତେବେ କୁହା ଯାଉଛି କି ପ୍ରକୃତି ମିଶ୍ରଙ୍କ ପୁଣି ଥରେ ଓଡିଶାକୁ ଆସିବା ପଛର କାରଣ ହେଉଛନ୍ତି ବାବୁଶାନ୍। ପ୍ରକୃତି ମିଶ୍ର ପୁଣି ଥରେ ବାବୁଶାନଙ୍କ ପାଇଁ ଓଡ଼ିଶା ଫେରି ଆସିଛନ୍ତି। ତେବେ ଏହାର ସତ୍ୟା ସତ୍ୟ କଣ ରହିଛି ସେ ବାବଦରେ ଜଣା ପଡିନାହିଁ କିନ୍ତୁ ତାଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment