ଦେଖନ୍ତୁ ଭିଡ଼ିଓ : ପୁଣି ଚର୍ଚ୍ଚାରେ ଭାଇରାଲ ବୟ Trailokya Ray, କରୋନା ର ତୃତୀୟ ଲହରକୁ ନେଇ ଗାଇଲେ ଏମିତି ଗୀତ, ଭାଇରାଲ ହେଲା ଭିଡିଓ…

0

ବନ୍ଧୁଗଣ ଭାଇରାଲ ବୟ ତ୍ରୈଲୋକ୍ୟ ରାୟଙ୍କ ବିଷୟରେ ତ ଆପଣ ନିଶ୍ଚୟ ଜାଣିଥିବେ।ସେ ତାଙ୍କର କଥା ପାଇଁ କିପରି ଲୋକପ୍ରିୟତା ଅର୍ଜନ କରିଥିଲେ। ଘରେ ଘରେ ତାଙ୍କ କଥା ପହଞ୍ଚିଥିଲା। ତାଙ୍କ ସ୍ୱରର ଚମକ ସମସ୍ତ ଙ୍କୁ ପ୍ରଭାବିତ କରିଥିଲା। ମୁଁ ସ୍କୁଲ ରେ ପଢୁଛି, ମୁଁ ପ୍ରଥମ ଶ୍ରେଣୀରେ ପଢୁଛି ଏହିଭଳି କିଛି କଥା କହିବାର ଶୈଳୀ ତାଙ୍କୁ ଲୋକପ୍ରିୟ କରାଇ ଥିଲା। ତେବେ ଏହି ବାଳକ ଜଣଙ୍କ ସୋସିଆଲ ମିଡିଆରେ ବହୁତ୍ ଭାଇରାଲ ହେବା ପରେ ସଙ୍ଗୀତ ନିର୍ଦ୍ଦେଶକ ମାନେ ତାଙ୍କ ସହ ଗୀତ କରିବାକୁ ଆଗେଇ ଆସିଥିଲେ। ତାଙ୍କ କଥାକୁ ନେଇ ଅନେକ ଗୀତ ମଧ୍ୟ ରେକର୍ଡ କରା ଯାଇଥିଲା। ତେବେ ଏହାପରେ ସେ ଅଧିକ ମାତ୍ରାରେ ଲୋକ ଲୋଚନକୁ ଆସିବାକୁ ଲାଗିଥିଲେ।

ସମସ୍ତେ ଏହି ବାଳକ କୁ ଚିଁହିଲେ ଏବଂ ତାଙ୍କ କଥାକୁ ପସନ୍ଦ କଲେ।ଏତେ ମଜାଳିଆ ତାଙ୍କ କଥା ରହିଥିଲା ଯେ ତାହା ସମସ୍ତଙ୍କ ହୃଦୟକୁ ଛୁଇଁ ପାରିଥିଲା। ଅନେକ କଥା କୁ ନେଇ ଏହି ବାଳକ ତାର ମନ୍ତବ୍ୟ ଗଣ ମାଧ୍ୟମ ସମୂଖରେ ଅନେକ ସମୟରେ ରଖି ଥିବାର ଦେଖିବାକୁ ମିଳିଛି। ଏହାପରେ ସେସବୁ ମଧ୍ୟ ବହୁତ୍ ଭାଇରାଲ ହୋଇଛି। ଲୋକପ୍ରିୟ ଗାୟକ ଅଭିଜିତ ମଜୁମଦାର, ହ୍ୟୁମାନ ସାଗର ଆଦି ତାଙ୍କ କଥାକୁ ନେଇ ଗୀତ କରିଛନ୍ତି। ଦର୍ଶକ ମହଲରେ ସେସବୁ ମଧ୍ୟ ବେଶ୍ ଆଦୃତ ହୋଇଛି। ସେହିପରି ଏବେ ପୁଣି କରନା ସଚେତନତା ବାର୍ତ୍ତା ଦେଇ ଏକ ମ୍ୟୁଜିକ ଭିଡିଓ ସୁଟ କରା ଯାଉଛି ଏହି ବାଳକ କୁ ନେଇ।

ଅଭିଜିତ ମଜୁମଦାର ଙ୍କ ସହିତ ଏହି ଗୀତରେ ତ୍ରୈଲୋକ୍ୟ ରାୟ ଗାଉ ଥିବାର ଦେଖିବାକୁ ମିଳୁଛି। ମୁଁ ଘର ଭିତରେ ରହୁଛି, ମୁଁ ସାବୁନ୍ ରେ ହାତ ଧୋଉଛି, ମୁଁ ମାସ୍କ୍ ପିନ୍ଧିକି ଯାଉଛି, ମୁଁ ସାନିଟାଇଯାର କରୁଛି, ମୁଁ କଣ ଶୁଣିଲି ତୃତୀୟ ଲହର ମାଡ଼ି ଆସୁଛି। ଏହିଭଳି କିଛି ଗାଇଛନ୍ତି ଟି ରାୟ। ଅଭିଜିତ ମଜୁମଦାର ଙ୍କ ସହିତ ତାଙ୍କର ଏହି ଗୀତ ବେଶ ସୁନ୍ଦର୍ ଲାଗୁଛି ଶୁଣିବାକୁ। ଆପଣ ବି ଏହି ଭିଡ଼ିଓ କୁ ଦେଖିଲେ ବହୁତ୍ ଖୁସି ହୋଇଯିବେ। ଯେଉଁଭଳି ଭାବରେ ଏହି କୁନି ବାଳକ ଜଣଙ୍କ ଏହି ଗୀତ ଗାଉଛି ତାହା ବହୁତ୍ ଶ୍ରୁତି ମଧୁର ହୋଇଛି। ଯାହା ହୃଦୟକୁ ଛୁଇଁଲା ଭଳି ଲାଗୁଛି।

ଆଗରୁ ସେ ଗାଇଥିବା ଗୀତ ମଧ୍ୟ ବହୁତ ଭିଉ ହୋଇଥିବା ବେଳେ ଏବଂ ଅନେକ ପ୍ରଶଂସା ପାଇଥିବା ବେଳେ ଏହି ଗୀତ ମଧ୍ୟ ଲୋକ ମାନଙ୍କୁ ମନୋରଂଜନ ର ସୁରାକ ଯୋଗାଇବ ବୋଲି ଆଶା କରା ଯାଉଛି। ତେବେ ଆପଣଙ୍କୁ କହି ରଖୁଛୁ ଯେ ଏହି ବାଳକ ଜଣଙ୍କ ପ୍ରଥମେ ତାଙ୍କ ସ୍କୁଲ ଅନ୍ୟତ୍ର ଉଠିଯିବା ନେଇ ସେ ତାଙ୍କର ବୟାନ କୁ ଗଣମାଧ୍ୟମ ସମ୍ମୁଖରେ ରଖିଥିଲେ।ଆଉ ତାପରେ ତାଙ୍କର କଥା ବେଶ୍ ଭାଇରାଲ ହୋଇଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।