ଦେଖନ୍ତୁ ଭିଡ଼ିଓ : ପୁଣି ଚର୍ଚ୍ଚାରେ ସୁମିତ- ତପସ୍ୱିନୀ ବିବାଦ ମାମଲା ! ମୂଳରୁ ଆରମ୍ଭ ହେବ ତପସ୍ୱିନୀ ଙ୍କ ଲଢେ଼ଇ, ସୁମିତ ଦେଖି ପାରୁଛନ୍ତି ତ ତପସ୍ଵିନୀ ଙ୍କ କାନ୍ଦ ?

0

ଥମିବାର ନାମ ଧରୁନି ବହୁ ଚର୍ଚ୍ଚିତ ବ୍ରହ୍ମପୁର ର ତପସ୍ୱିନୀ ଏବଂ ସୁମିତ ଙ୍କ ବିବାଦର କାହାଣୀ। ଆଉ ଯାହାକୁ ନେଇ ପୁଣି ଆରମ୍ଭ ହେବାକୁ ଯାଉଛି ତପସ୍ୱିନୀ ଙ୍କ ଲଢେ଼ଇ। ସ୍ବାମୀ, ସୁମିତ ଏବଂ ତାଙ୍କ ଶଶୁର ଘର ପାଇଁ ସେ ପୁଣି କୋର୍ଟର ଦ୍ବାରସ୍ଥ ହେବାକୁ ଯାଉଛନ୍ତି ଏବଂ କୋର୍ଟ ର ଚକ୍କର କାଟି ସେ ତାଙ୍କର ନ୍ୟାୟ ଆଶା ରଖିଛନ୍ତି। କିନ୍ତୁ ଏପଟେ ସୁମିତ ତାଙ୍କ ଓକିଲ ଙ୍କୁ ସାମ୍ନାକୁ ଛାଡ଼ି ନିଜେ ଆତ୍ମ ଗୋପନ କରିଛନ୍ତି। ନା ତାଙ୍କର ଫୋନ୍ ଅନ୍ ରହିଛି ନା ତାଙ୍କର ଲୋକେଶନ୍ ଟ୍ରେିସିଂ ହୋଇ ପାରୁଛି। ନିଜେ ତ ଗଣମାଧ୍ୟମ ସମ୍ମୁଖକୁ ଆସୁ ନାହାଁନ୍ତି ବରଂ ତାଙ୍କର ଓକିଲ ଆସି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖୁଛନ୍ତି।

ଆଉ ଏବେ ଗେଷ୍ଟ ହାଉସ ର ପଇସା ତପସ୍ୱିନୀ ହିଁ ଦେବେ।କାରଣ ସୁମିତ ଯଦି ଫୋନ୍ ଅନ୍ କରନ୍ତି, ଯଦି ଅନଲାଇନ୍ ପଇସା ପୈଠ କରିବାକୁ ଚାହାଁନ୍ତି ତେବେ ସେଥିପାଇଁ ତାଙ୍କୁ ତାଙ୍କ ଫୋନ୍ କୁ ସ୍ୱିଚ ଅନ୍ କରିବାକୁ ପଡ଼ିବ। ତେବେ ଏବେ କିପରି ଭାବରେ ତପସ୍ୱିନୀ ଏହି ରହୁଥିବା ଗେଷ୍ଟ ହାଉସ ର ପଇସା ପୈଠ କରିବେ ଏବଂ ଏହାକୁ ଛାଡ଼ିବା ପରେ ସେ ସୋମବାର ଦିନ ହିଁ କୋର୍ଟ ଯିବେ ବୋଲି ଆଗୁଆ ନିର୍ଣ୍ଣୟ କରି ସାରିଛନ୍ତି। ତେବେ ଏଠି କୁହା ଯାଇପାରେ ଯେ ମାନସିକ ଚାପ କଣ ସୁମିତ ଏବଂ ତପସ୍ୱିନୀ ଙ୍କ ପାଇଁ ଅଲଗା ଅଲଗା କି। ଗୋଟିଏ ଝିଅକୁ ଆଣି ଏପରି ଏକ ସ୍ଥାନରେ ପରିସ୍ଥିତି ରେ ଠିଆ କରିବାରେ କଣ ସୁମିତ ଙ୍କ କୌଣସି ଯୋଗଦାନ ନାହିଁ।

ତେବେ ନ୍ୟାୟିକ ଭାବରେ ତପସ୍ୱିନୀ ହେଉଛନ୍ତି ସୁମିତ ଙ୍କ ସ୍ତ୍ରୀ। ଗୋଟିଏ ସ୍ତ୍ରୀକୁ ଏପରି ଭାବରେ ଏମିତି ଅବସ୍ଥାରେ ରାସ୍ତା ମଝିରେ ଛାଡି ଚାଲିଯିବା କେଉଁ ସ୍ବାମୀ ପାଖରେ ଶୋଭା ଦିଏ? ଯେଉଁ ସାହାସ ନେଇ ତପସ୍ୱିନୀ ଏ ଲଢେ଼ଇ ଲଢ଼ୁଛନ୍ତି, କାହିଁକି ସୁମିତ ସେତିକି ସ୍ପଷ୍ଟବାଦୀ ହୋଇ ପାରୁନାହାନ୍ତି। ସୁମିତ ଙ୍କ ଓକିଲ ବି ଅଜବ ଯୁକ୍ତି ବାଢ଼ିଛନ୍ତି। ସାତ ଦିନ ଧରି ସୁମିତ ତପସ୍ୱିନୀ ଙ୍କ ସହ କଥା ହୋଇ ନଥିଲେ ତେଣୁ ତାଙ୍କୁ ଜଣେଇ ସେଠାରୁ ଯିବା ଉଚିତ୍ ବୋଲି ସେ ମନେ କରି ନାହାଁନ୍ତି ବୋଲି ଓକିଲ କହିଛନ୍ତି।

ତେବେ ଆପଣଙ୍କୁ କହି ରଖୁଛୁ କି ବ୍ରହ୍ମପୁର ଏସ୍‌ଡିଜେଏମ୍‌ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗତ ୩ ତାରିଖରୁ ତପସ୍ବିନୀ ଓ ସୁମିତ ଏକାଠି ରହି ଆସୁଥିଲେ। ଆଉ ଗତ ଶୁକ୍ରବାର ଦିନ ସ୍ବାମୀ ସୁମିତ ଅତିଥି ଭବନରୁ ବାହାରି ତାଙ୍କ କାର୍ଯ୍ୟସ୍ଥଳ ବାଲିଶିରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ଆଉ ଫେରି ନାହାନ୍ତି। ଏପରକି ତାଙ୍କ ମୋବାଇଲ ଫୋନ୍‌ ବନ୍ଦ ରହିଛି। ସ୍ୱାସ୍ଥ୍ୟକେନ୍ଦ୍ର କୁ ଫୋନ୍ କରି ପଚାରିବାରୁ ସେ ଜାଣିବାକୁ ପାଇଲେ ଯେ ସେ ଛୁଟିରେ ରହିଛନ୍ତି। ତେଣୁ ସ୍ବାମୀଙ୍କ ବାଟକୁ ଅନାଇ ବସିଥିବା ତପସ୍ବିନୀ ଶେଷରେ ଶନିବାର ଆସିକା ଥାନାର ଦ୍ୱାରସ୍ଥ ହୋଇଛନ୍ତି ଏବଂ ଏନେଇ ଅଭିଯୋଗ ମଧ୍ୟ ଆଣିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।