ପୁଣି ଛାତ୍ର ଶିକ୍ଷକ ସମ୍ପର୍କରେ ଲାଗିଲା କଳଙ୍କ ! ଛାତ୍ରୀ ସହିତ ଯୌନ ସମ୍ପର୍କ ରଖିବା ପାଇଁ ଫେଲ୍ ଧମକ ଦେଲେ ଶିକ୍ଷକ ! ଆପଣଙ୍କ ମତରେ ଏପରି କଳଙ୍କିତ ଶିକ୍ଷକ ଙ୍କୁ କିପରି ଦଣ୍ଡ ହେବା ଦରକାର ?

0

ଯୁଗ ଯେତେ ଆଗକୁ ଯାଉଛି ମଣିଷ ସେତେ ତଳକୁ ଖସି ଯାଉଛି।ଆଜିର ଏହି ବିଜ୍ଞାନ ର ଯୁଗ ରେ ମଣିଷ ଜୀବନ ର ପ୍ରକୃତ ଜ୍ଞାନ କୁ ଭୁଲି ଯାଉଛି।ମଣିଷ ନିଜ ର ମଣିଷ ପଣିଆ,ମାନବିକତା କୁ ସତେ ଯେମିତି ଭୁଲି ଗଲାଣି।ଆଜିର ଏହି ପାଶ୍ଚାତ୍ୟ ସଭ୍ୟତା ଭିତରେ ମଣିଷ ନିଜର ସଂସ୍କୃତି ଓ ସଭ୍ୟତା କୁ ଭୁଲି ଯାଇଛି।ଆଜି ମଣିଷ ନିଜର ସମ୍ପର୍କ ର ଡୋରି କୁ ମଧ୍ୟ ଭୁଲି ଯାଇଛି।ପ୍ରତି ମୁହୂର୍ତ୍ତରେ ଆମ ସାମ୍ନା କୁ ଆସୁଛି ଅନେକ ନୂଆ ନୂଆ ଘଟଣା,ଯାହା ଆଜି ର ଏହି ମଣିଷର ଅମାନୁଷିକତା କୁ ଦର୍ଶାଉଛି।

ଭାରତୀୟ ସଂସ୍କୃତିରେ ଶିକ୍ଷକ ଓ ଛାତ୍ର ଛାତ୍ରୀ ର ସମ୍ପର୍କ କୁ ସବୁଠୁ ପବିତ୍ର ସମ୍ପର୍କ ବୋଲି କୁହାଯାଏ ।ଆଜି ବି” ଆମେ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ୍ ପରମ ବ୍ରହ୍ମ ତତ୍ସମେଶ୍ରୀ ଗୁରବେ ନମଃ ” ପାର୍ଥନା କୁ ଗାଇ ଥାଉ । କିନ୍ତୁ ଆଜି ଆମେ ଆପଣ ଙ୍କୁ ଏମିତି ଏକ ଘଟଣା ବିଷୟ ରେ କହିବାକୁ ଯାଉଛୁ ଯେଉଁ ଘଟଣା ଶୁଣିଲେ ଆପଣ ଏହି ପର୍ଥାନା ର ମାନେ ହିଁ ବଦଳି ଯାଇଛି ବୋଲି ଲାଗିବ । ତେବେ ନିକଟରେ ଏହି ପରି ଏକ ଅପମାନ ଜନକ ଘଟଣା ଘଟିଛି ଯାହା ସୋସିଆଲ ମିଡିଆରେ ବହୁତ୍ ଭାଇରାଲ ହେବାରେ ଲାଗିଛି।ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର।

ଘଟଣା ଟି ଆସିଛି ରାଜସ୍ଥାନର ଅଲୱାର ଜିଲ୍ଲା ରୁ । ଯେଉଁଠି ଏକ ଶିକ୍ଷକ ଏକ ଛାତ୍ରୀ କ ସହିତ ଏପରି ଜଘନ୍ୟ କାଣ୍ଡ କରିଛନ୍ତି ଯାହା ଏହି ପବିତ୍ର ସମ୍ପର୍କ ରେ କଳା ଦାଗ ଲଗାଇ ଦେଇଛି। ଶିକ୍ଷକ ଜଣଙ୍କ ଛାତ୍ରୀ ଙ୍କୁ ପରୀକ୍ଷା ରେ ଫେଲ କରିବା କୁ ଧମକାଇ ଛାତ୍ରୀ ଜଣଙ୍କ ସହିତ ଶାରିରୀକ ସମ୍ପର୍କ ରଖିବାର ଅଭିଯୋଗ ଆସିଚି।

ସଂପୃକ୍ତ ଶିକ୍ଷକ ଜଣଙ୍କ ରାଜକୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିଯୁକ୍ତ ଶିକ୍ଷକ ଦେବପ୍ରସାଦ ଯାଦବ ଅଟନ୍ତି। ଯିଏକି ନିଜ ଛାତ୍ରୀ ଙ୍କୁ ପରୀକ୍ଷା ରେ ଫେଲ କରାଇ ଦେବା ଭୟ ରେ ବାରମ୍ବାର ଶାରିରୀକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରନ୍ତି। ଏହି ବିଷୟ ରେ ଛାତ୍ରୀ ଜଣଙ୍କ ଅଭିଯୋଗ କରିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ନିମ୍ରାନା ପୋଲିସ୍ ସ୍ତେଷ୍ଟନ ର ବରିଷ୍ଠ ଅଧିକାରୀ ଲୋକେଶ ମିନା ସ୍କୁଲ୍ ରେ ପହଞ୍ଚି ଘଟଣା ର ତଦନ୍ତ କରିବା ସହିତ ସମ୍ପୁକ୍ତ ଶିକ୍ଷକ କୁ ୩ ଘଣ୍ଟା ଜେରା କରିବା ପରେ ଗିରଫ କରିଛନ୍ତି। ତେବେ ଘଟଣା ର ସମ୍ପୁର୍ଣ୍ଣ ତଦନ୍ତ ବର୍ତ୍ତମାନ ଜାରି ରହିଛି। ଜଣେ ଛାତ୍ରୀ ଙ୍କୁ ଏହିଭଳି ଭାବେ ଚାପ ପକାଇବା ଯୋଗୁ ପୋସ୍କ ଆଇନ୍ ଅଧୀନ ହୋଇଛି। ତେବେ ଶିକ୍ଷକ ଦେବପ୍ରସାଦ ଯାଦବ ଙ୍କୁ ଆସନ୍ତା ୨ ତାରିଖ ଦିନ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।