ପୁଣି କ୍ରିକେଟ୍‌ ମଇଦାନକୁ ଓହ୍ଲାଇବେ Sixer କିଙ୍ଗ୍‌ , ସୋସିଆଲ୍‌ ମିଡିଆରେ ପୋଷ୍ଟ କରି ସୂଚନା ଦେଲେ ଯୁବରାଜ, ଦେଖନ୍ତୁ କେଉଁ ମ୍ୟାଚଠୁ ଆରମ୍ଭ କରିବେ…

0

ଆମ ଭାରତର ଜାତୀୟ ଖେଳ ହକି, କିନ୍ତୁ ଯଦି ଦେଖିବା କ୍ରିକେଟକୁ ଆମ ଲୋକମାନେ ଅଧିକ ପ୍ରାଧନ୍ୟ ଦେଇଥାନ୍ତି। ତେବେ ନିକଟରେ IPL ଖେଳ ସରିଛି, ବର୍ତ୍ତମାନ ସମୟରେ ଟି-୨୦ ବିଶ୍ୱକପ ଦୁବାଇରେ ଚାଲିଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ରହିଥିଲା, ସାରା ଭାରତ ବାସୀ ଭାରତ ବିଜୟୀ ଆଶାରେ ଜଗି ରହିଥିଲେ। କିନ୍ତୁ ଭାରତ ପାକିସ୍ତାନ ଠାରୁ ମ୍ୟାଚ ରେ ହାରି ଯାଇଥିଲା। ଏହାପରେ ସାରା ଭାରତ ବର୍ଷରେ ଏକ ପ୍ରକାର ଦୁଃଖର ବାତାବରଣ ଖେଳି ଯାଇଥିଲା। ନିଉଜିଲାଣ୍ଡ ଏବଂ ଭାରତ ମଧ୍ୟରେ ହେବାକୁ ଥିବା ମ୍ୟାଚରେ ସମସ୍ତ କ୍ରିକେଟ ପ୍ରେମୀ ବହୁତ ଆଶା ଭରସା ରଖିଥିଲେ ଏହାପରେ ପୁଣି ଭାରତ ନିଉଜିଲାଣ୍ଡ ଠାରୁ ପରାସ୍ତ ହୋଇଥିଲା।

ମ୍ୟାଚ ହାରିବା ପରେ ଭାରତ ଆଗକୁ ଖେଳି ପାରିବ କି ନାହିଁ ଚର୍ଚ୍ଚା ଜୋର ଧରିଥିଲା। ସୋସିଆଲ ମିଡ଼ିଆରେ ଭିନ୍ନ ଭିନ୍ନ ମନ୍ତବ୍ୟ ଶୁଣିବା ପାଇଁ ମିଳିଥିଲା। ଏହାକୁ ନେଇ ଯୁବରାଜ ସିଂହ ନିଜର ମନ୍ତବ୍ୟ ସୋସିଆଲ ମିଡ଼ିଆରେ ରଖିଥିଲେ। ତେବେ ଭାରତୀୟ କ୍ରିକେଟ ଖେଳର ଆଉ ଜଣେ ଅଧିନାୟକ ହେଉଛନ୍ତି, ଯୁବରାଜ ସିଂହ। ସେ ୨୦୧୧ ମହିସାରେ ବିଶ୍ୱକପ ରେ ସେ ଭଲ ପ୍ରଦର୍ଶନ କରିଥିଲେ, ତାଙ୍କୁ ଅନେକ ଶିଖସର ବୋଲି କହନ୍ତି। ତେବେ ସେ ଗତ ଦୁଇ ବର୍ଷ ପୂର୍ବରୁ କ୍ରିକେଟ ଆନ୍ତର୍ଜାତୀୟ କ୍ରିକେଟ ଖେଳରୁ ବିଦାୟ ନେଇଥିଲେ। ସେ ସୋସିଆଲ ମିଡ଼ିଆରେ କହିଛନ୍ତି, ୨୦୨୨ ମସିହାରେ ପୁଣିଥରେ କ୍ରିଜକୁ ଓଲ୍ହାଇବାକୁ ସଂକେତ ଦେଇଛନ୍ତି।

ଯୁବରାଜ ଆଗକୁ ଖେଳିବେ କି ନାହିଁ, ତାହା ଦେଖିବାର ବିଷୟ ରହିଲା। ତେବେ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି। ଯାହାକି ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ, ଯେଉଁଥିରେ ସେ ୧୫୦ ରନ ପାଳି। ଭିଡ଼ିଓଟିରେ ଯୁବରାଜ ନିଜେ ବ୍ୟାଟିଂ କରୁଛନ୍ତି। ଭିଡ଼ିଓଟିରେ ଏକ ଗୀତ ଯୋଡ଼ା ଯାଇଛି ଯେଉଁଥିରେ ‘ତେରୀ ମିଟି ମେ ମିଲଯାଏ’ ସେ ଲେଖିଥିଲେ ଆପଣଙ୍କ ଲକ୍ଷ ଭଗବାନ ହିଁ ସ୍ଥିର କରିଥାନ୍ତି। ଏକଥା ମଧ୍ୟ ଲେଖିଛନ୍ତି, ଆପଣ ମାନଙ୍କ ଭଲ ପାଇବା ପାଇଁ ମୁଁ ଆଉ ଥରେ କ୍ରିକେଟ ପଡିଆକୁ ୨୦୨୨ ମସିହାରେ ଓଲ୍ହାଇବି, ଆପଣ ମାନଙ୍କ ଭଲ ପାଇବା ପାଇଁ ମୁଁ ଚିର କୃତଜ୍ଞ ହୋଇ ରହିବି।

 

View this post on Instagram

 

A post shared by Yuvraj Singh (@yuvisofficial)

ଯଦି ଯୁବରାଜ ସିଂହଙ୍କ ଅନ୍ତରାଷ୍ଟ୍ରୀୟ କେରିୟର କଥା ଦେଖିବା ତେବେ ସେ ଭାରତ ପାଇଁ ୪୦ ଟି ଟେଷ୍ଟ, ୩୦୪ ଟି ODI ଏବଂ ୫୮ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଯଦି ତାଙ୍କର ରନ ସ୍କୋର କଥା ଦେଖିବା, ତେବେ ସେ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ୧୧ ହଜାରରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି। ଏହା ବ୍ୟତୀତ ସେ ୧୪୮ଟି ୱିକେଟ୍ ମଧ୍ୟ ନେଇଛନ୍ତି। ତେବେ ବନ୍ଧୁଗଣ ଯୁବରାଜ ସିଂହ ଜଣେ ବହୁତ ଭଲ ବ୍ୟାଟ୍ସମ୍ୟାନ ଭାବରେ ମଧ୍ୟ ପରିଚିତ। ଆଗକୁ ଦେଖିବାର ବିଷୟ ରହିଲା, ଯେ ଖେଳୁଛନ୍ତି କି ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।