ପୁଣି ଦୁଃଖର ବିଷୟ-ପରିବାର ର ଭରଣପୋଷଣ କରୁଛି ଜଣେ ବାପା ଛେଉଣ୍ଡ ପୁଅ, ତା ବିଷୟରେ ଜାଣିଲେ ଆଖିରେ ଲୁହ ଆସିଯିବ

0

ଦୁନିଆରେ ଅନେକ ସମୟରେ ବିଭିନ୍ନ ପ୍ରକାର ର୍ଘଟଣା ଘଟୁଛି। ବେଳେ ବେଳେ କିଛି ଘଟଣା ଜାଣିଲେ ଆଶ୍ଚର୍ଯ୍ୟ ଲାଗିଥାଏ ଆଉ ବେଳେବେଳେ କିଛି ଘଟଣାରୁ ଶିଖିବାକୁ ମିଳି ଥାଏ।କିନ୍ତୁ ଏବେ ସେହିପରି ଏକ ଘଟଣା ଦେଖା ଦେଇଛି ଯେଉଁଠି ବାପା ନ ଥିଲେ ମଧ୍ୟ ଜଣେ ପରିବାର ର ଭାରଣପୋଷଣ କରୁପାରୁଛି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ଜାଣିବ।

ଏହି ଘଟଣାଟି ଉତ୍କଳ ବିଶ୍ଵବିଦ୍ୟାଳୟ କ୍ୟମ୍ପସ ରେ ଅମୀତ ପୃଷ୍ଟି ନାମକ ଏକ ଗରିବ ବାଳକ। ଯିଏ କି ବାପା ଛେଉଣ୍ଡ। ବାପା ଆର ପାରି କୁ ଗଲା ପରେ ସେ ବାପାଙ୍କର ବ୍ୟବସାୟ କୁ ଚଳାଉ ଅଛି। ତା ଘରେ କେବଳ ମା ଆଉ ଭଉଣୀ ଅଛି। ତେବେ ଆସନ୍ତୁ ସେ ବିଷୟରେ ଜାଣିବା

ଜଣେ କଅଁଳ କାନ୍ଧରେ ପରିବାରର ବୋଝ।ଯିଏ କି ପାଠ ପଢିବା ସହ ଇଟିଲି ବିକି ପରିବାର ଚଳାଉ ଅଛନ୍ତି ଏହି ନବମ ଶ୍ରେଣୀର ଛାତ୍ର। ଯେଉଁ ସମୟରେ ସେ ଚାପଳାମି,ଖେଳ କୂଦ କରିବା କଥା ସେହି ସମୟରେ ତାର ନିଷ୍ଠୁର ପରିସ୍ଥିତି ସବୁ ସାରି ଦେଇଛି। ଏତେ ପରିସ୍ଥିରେ ମଧ୍ୟ ପାଠ ପଢ଼ି ବଡ଼ ମଣିଷ ହେବାକୁ ଦୃଢ଼ ନିଷ୍ପତି ନେଇଛି ଏହି ଅବୁଝା ମନ। ଏହି ଇଟିଲି ଦୋକାନ ଟି ଭୁବନେଶ୍ୱର ର ଉତ୍କଳ ବିଶ୍ଵବିଦ୍ୟାଳୟ କ୍ୟାମ୍ପସ ଭିତରେ।

ଏହି ଦୋକାନ ଆଗରେ ସବୁବେଳେ ଛାତ୍ର ଏବଂ ଛାତ୍ରୀଙ୍କ ଖାଇବା ପାଇଁ ଭିଡ଼ ଲାଗିଥାଏ।ସେହି ପରିବାର ଚଳେଇବା ଆଉ କେହି ନଥିବାରୁ ସେ ଏହି ବ୍ୟବସାୟ କରିବାକୁ ଆପଣେଇ ନେଇଛନ୍ତି।ଆସନ୍ତୁ ଜାଣିବା ସେ ପିଲା ସମ୍ପର୍କରେ।

ସେହି ପିଲା ବା ଅମୀତ ସେ ସକାଳେ ଇଟିଲି ବେପାର କରେ ଏବଂ ୪ ତା ବେଳ ଟିଉସନ ପଢିବାକୁ ଯାଇଥାଏ।ସେ ନିଜକୁ ଦୃଢ଼ କରିଛନ୍ତି ପାଠ ପଢି କି କିଛି କରିବା ପାଇଁ।ଆଉ ସେ କହୁଛନ୍ତି ମୁଁ ଏଠି କାମ କରି ସାରି ସ୍କୁଲ ଯାଏ ପରେ ପୁଣି ଟିଉସନ ଯାଇଥାଏ।ସେଠାକାର ଗ୍ରାହକ ମ
ମାନେ କହୁଛନ୍ତି,“ସେ ପିଲାଟି ସକାଳେ ଏଠି ବେପାର ପରେ ସ୍କୁଲ ଯାଇଥାଏ ପୁଣି ଆସିଲା ପରେ ଟିଉସନ ଯାଇଥାଏ ଏବଂ ରାତିକି ସେ କ୍ୟାତ୍ରିନ କାମରେ ବା ହୋଟେଲ ପାର୍ଟି ମାନଙ୍କରେ ଖାଇବାକୁ ଦେବା ପାଇଁ ଯାଇଥାଏ। ଅନେକ ଛାତ୍ର ଛାତ୍ରୀ ଏବଂ ଲୋକ ମାନେ ତାର ଏହି ଆତ୍ମ ନିର୍ଭରଶୀଳର ପ୍ରୟାସ ଦେଖିକି ପ୍ରଶଂସା କରିଛନ୍ତି।

ଆଉ ମଧ୍ୟ ସମସ୍ତେ କହୁଛନ୍ତି ଏତେ କମ ବୟସରେ ପରିବାରର ଭାର ନିଜ କାନ୍ଧକୁ ନେବାଟା ବହୁତ ବଡ଼ କାମ କରିଛନ୍ତି।ପରିସ୍ଥିତି ର ଚିନ୍ତା ଆଜି ତାର କଅଁଳ ମନକୁ ଦୃଢ଼ କରିଛି । ଯାହା ହେଉ ତାର ବାପା ଆର ପାରି କୁ ଯିବା ପରେ ଭାଙ୍ଗି ନପଡ଼ି ଆତ୍ମ ନିର୍ଭରଶୀଳ ହୋଇ ପାରିଛି।

ଏହି ଅମୀତ ନାମକ ବାଳକ ଯେ କି ଆଜିକାଲି ଦୁନିଆର ଉଦାହରଣ ସୃଷ୍ଟି କରିଛି ତାହା ହେଲା ଏତେ ବଡ଼ ପରିସ୍ଥିତି ରେ ପଡି ମଧ୍ୟ ଆତ୍ମନିର୍ଭରଶୀଳ ହୋଇ ପାରିଛି। ତା ପିଲା ଦିନର ଖେଳକୁଦ ଏବଂ ମଜା ମସ୍ତି ସବୁ କିଛି ଭୁଲିଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।