ପୁଣି ଏକ ଭିଡିଓ ଭାଇରଲ-ଦେଢଶୁର ଭାଇ ବୋହୁ ସହ ଏମିତି କଣ କଲେ ଥାନାର ଆଶ୍ରୟ ନେବାକୁ ବାଧ୍ୟ ହେଲେ,ତେବେ ଆସନ୍ତୁ ଘଟଣା ସମ୍ପର୍କରେ

0

ଦୁନିଆଟା ଦିନ କୁ ଦିନ ବଦଳି ଯାଉଛି। ମଣିଷ ମଣିଷ ଭିତରେ ଚାଲିଛି ହିଂସା ,ଭାଇ ଭାଇ ଭିତରେ ହିଂସା, କ୍ରୋଧ,ସ୍ୱାର୍ଥ,ଭଉଣୀ ଭଉଣୀ ଭିତରେ ସଂସାରରେ ସବୁବେକେ ଦେଖା ଦେଇଛି। ପ୍ରତ୍ୟେକ ମଣିଷ ଚାହେଁ ଯେ ନିଜର ସ୍ୱାର୍ଥ ଆଉ ନିଜେ ଭଲରେ ରହିବ ଏବଂ ଅବିଶିଷ୍ଟ ଖରାପ ରେ ରୁହନ୍ତୁ।ଏହିଭଳି ସମାଜ ରେ ସବୁଦିନ ଘଟଣା ଘଟୁଛି। ଧୀରେ ଧୀରେ ସମାଜ କଳୁଷିତ ହୋଇ ଯାଉଛି। ସରକାର ମହିଳା ମାନଙ୍କ ପାଇଁ ଯେତେ ସଚେତନତା ବାର୍ତା ଦେଇଥିଲେ ମଧ୍ୟ ଏବେ ବି ମହିଳା ଙ୍କ ସହ ଚାଲିଛି ଅନ୍ୟାୟ,ଦୁଷ୍କର୍ମ, ଅତ୍ୟାଚାର ଇତ୍ୟାଦି। ସେହିପରି ଏକ ଘଟଣା ନଜରରେ ଆସିଛି,ବାଲେଶ୍ୱର ଜିଲ୍ଲାର ଜଳେଶ୍ବର ଥାନା ନିକଟରେ ଦେଢଶୁର ଭାଇ ବୋହୁ କୁ ମାଡ଼ ମାରିଛି। ଯାହା ଦ୍ୱାରା ବର୍ତ୍ତମାନ ସେ ଥାନାର ଦ୍ୱାରସ୍ତ ହୋଇଛି। ଘରେ ସ୍ୱାମୀ ନଥିବା ବେଳେ ଏ ସବୁ ଘଟଣା ଘଟି ଯାଇଛି କେବଳ ପାରିବାରିକ କଳହ କୁ ନେଇ।ତେବେ ଆସନ୍ତୁ ଘଟଣା ଟି କଣ।

ବାଲେଶ୍ୱର ଜିଲ୍ଲାର ଜଳେଶ୍ବର ଥାନା ଅନ୍ତର୍ଗତ ବଡସାହି ବାଲିଆପାଳ ଅଂଚଳର ଘର ଡିହରେ ବାଡ଼ ବସେଇବାକୁ କେନ୍ଦ୍ର କରି ଜଣେ ଦେଢ଼ ଶଶୁର ଆଉ ପରିବାର ଲୋକ ମାନେ ମିଶିକି ଭାଇ ବୋହୁ କୁ ମାଡ଼ ମାରୁ ଥିବାର ଭିଡିଓ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି। ଯାହା ପାଇଁ ସେ ମହିଳା ଜଣଙ୍କ ବହୁତ କଷ୍ଟ ସହ୍ୟ କରି ନପାରି ଥାନାର ଦ୍ୱାରାସ୍ତ ହୋଇଛନ୍ତି।

ଯାହା ସୂଚନାରୁ ମିଳିଛି ତାଙ୍କ ସ୍ୱାମୀ ହେଲେ ଜ୍ଞାନ ରଞ୍ଜନ କରଣ,ସେ ଗୋଆ ରେ ରହିକି କାମ କରି ଥାଆନ୍ତି । ଜ୍ଞାନ ଙ୍କର ଭାଇ ହେଲେ ବାରେନ୍ଦ୍ର ଙ୍କ ସହିତ ଜମି କୁ କେନ୍ଦ୍ର କରି ଅନେକ ସମୟରେ ଗଣ୍ଡଗୋଳ ଲାଗି ରହିଥାଏ। ସେପଟେ ଜ୍ଞାନ ଙ୍କର ପୁଅ ଆଉ ଝିଅ ଅଛନ୍ତି।ଏହାରି ଭିତରେ ଜ୍ଞାନ ରଞ୍ଜନ ଙ୍କ ସ୍ତ୍ରୀ ଡିହରେ ମଜୁରୀ ଲଗାଇ ବାଡ଼ ଦେଇ ଥିବା ସମୟରେ ବରେନ୍ଦ୍ର ଏବଂ ତାଙ୍କ ସ୍ତ୍ରୀ,ପୁଅ ଉକ୍ଷିପ୍ତ ହୋଇ ଜ୍ଞାନ ଙ୍କ ସ୍ତ୍ରୀ ଅମାନୁଷିକ ଭାବେ ମାଡ଼ ମାରିଥିଲେ।ପରେ ମହିଳା ଜଣଙ୍କ ବହୁତ ଗଭୀର ଭାବରେ ଆଘାତ ପାଇଥିଲେ।ଶେଷରେ ସେ ଆଉ କିଛି ନ କରି ପାରି ଜଳେଶ୍ବର ଥାନାର ଆଶ୍ରୟ ନେଇଥିଲେ।ପରେ ପୋଲିସ ଅଭିଯୋଗକୁ ନେଇ ଖୋଲତାଡ କରୁଛି।

ସେହି ମହିଳା ଙ୍କୁ ବହୁତ ମାରିଥିଲେ ଯାହା ଦ୍ୱାରା ତାଙ୍କର ହାତ ଗଭୀର ଆଘାତ ହେବା ସହିତ ଦେହ ବି ଯନ୍ତ୍ରଣା ହେଉଛି ଯାହା ସୂଚନା ଯୋଗ୍ୟ। ଏହି ଘଟଣା କୁ ନେଇ ତୀବ୍ର ନିନ୍ଦା ସମସ୍ତେ କରୁଛନ୍ତି। ଏହି ଭଳି ଘଟଣା ବର୍ତ୍ତମାନ ସମୟରେ ଚାରିଆଡେ ଦେଖା ଦେଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।