ଜରୁରୀ ଖବର – ପୁଣି ଫେବୃଆରୀ 15 ରେ ହେବ ଓଡିଶା ବନ୍ଦ, ସେୟାର କରି ସମସ୍ତ ଙ୍କୁ ଜଣାଇ ଦିଅନ୍ତୁ ଏବଂ ଜାଣନ୍ତୁ କ’ଣ ପାଇଁ ବନ୍ଦ ହେବ ?

0

ପୁଣି ହେବାକୁ ଯାଉଛି ଆଉ ଏକ ଓଡ଼ିଶା ବନ୍ଦ ପାଳନ। କିଛିଦିନ ତଳେ ଚାଷୀ ନେତା ମାନେ ଭାରତ ବନ୍ଦ ଡାକରା ଦେଇଥିଲେ ସେମାନଙ୍କ ଦାବିକୁ ପୂରଣ କରିବାକୁ ନେଇ। ଏବେ ପୁଣି ସେହିଭଳି ଭାବରେ ଆଉ ଏକ ବନ୍ଦ ଡାକରା ଦିଆ ଯାଇଚି ଜଣ ସାଧାରଣ ମାନଙ୍କ ସ୍ବାର୍ଥ କୁ ଦୃଷ୍ଟିରେ ରଖି ସରକାର ଙ୍କୁ ସଚେତନତା ବାର୍ତ୍ତା ଦେବା ପାଇଁ ଏବଂ ଦରଦାମ ର ବୃଦ୍ଧିରେ ହ୍ରାସ କରିବା ପାଇଁ।ତେବେ ଏହାକୁ ନେଇ ଏବେ ଓଡ଼ିଶା କଂଗ୍ରେସ ଓଡ଼ିଶା ବନ୍ଦ କରିବାକୁ ଆହ୍ବାନ ଦେଇଛି।

ଆଉ ଏହି ବନ୍ଦ ର ଆହ୍ବାନ ଦେଇଛି କଂଗ୍ରେସ ଆସନ୍ତା ୧୫ ତାରିଖ କୁ। ଏଥିପାଇଁ କଂଗ୍ରେସ ପକ୍ଷରୁ ଆଜି ସ୍ପଷ୍ଟ କରା ଯାଇଛି। ଆସନ୍ତା ମଙ୍ଗଳବାର ଅର୍ଥାତ୍ ଫେବୃଆରୀ ୧୫ ତାରିଖ ଓଡ଼ିଶା ବନ୍ଦ ପାଇଁ କଂଗ୍ରେସ ଡାକରା ଦେଇଛି ।

ଆଉ ଏହି ବନ୍ଦ ରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ସମସ୍ତ ଛୋଟ ବଡ଼ ସହର ଗୁଡ଼ିକ ବନ୍ଦ କରି ଦିଆଯିବ।ଜନ ସାଧାରଣ ଙ୍କ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇ କଂଗ୍ରେସ ଏହି ପଦକ୍ଷେପ ନେଇଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।ଯେଉଁ କାରଣରୁ ଆସନ୍ତା ୧୫ ତାରିଖ ମଙ୍ଗଳବାର ଦିନ କଂଗ୍ରେସ ଶାନ୍ତି ପୂର୍ଣ୍ଣ ଭାବରେ ଓଡିଶା ବନ୍ଦ ଡାକରା ଦେଇଛି।

ଏହିଦିନ ସକାଳ ୭ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ବନ୍ଦ ରହିବ ସାରା ଓଡ଼ିଶା।ତେବେ ଯାହା ସୂଚନା ରହିଛି ସେହି ଅନୁସାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ ରାଜ୍ୟରେ ତୈଳଦର ରେ ବୃଦ୍ଧି ଯଥା ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ ଦରଦାମ ବୃଦ୍ଧି କୁ ନେଇ ଏହି ବନ୍ଦ ଡାକରା ଦିଆ ଯାଇଛି।

????????????????????????????????????

କେବଳ ଏତିକି ନୁହେଁ ଏହା ସହିତ ଚାଷୀ ମାନଙ୍କ ସମସ୍ୟା ଏବଂ ବେକାରୀଙ୍କୁ କୌଣସି ସୁବିଧା ସୁଯୋଗ ଏବଂ ନିଯୁକ୍ତି ମିଳୁ ନଥିବା ଅଥବା ସେମାନଙ୍କୁ ଅଣଦେଖା କରା ଯାଉ ଥିବାରୁ ଏହାର ପ୍ରତିବାଦ ସ୍ବରୂପ କଂଗ୍ରେସ ଏଥିପ୍ରତି ସ୍ୱର ଉତ୍ତୋଳନ କରିବାକୁ ଯାଉଅଛି।ଏହା ସହ ରାଜ୍ୟର ଜଳ, ଜମିର ଅନିୟମିତତା ଏବଂ ବଣ୍ଟନ ସମସ୍ୟା ଏବଂ ରାଜ୍ୟ ବାସୀଙ୍କୁ ସୁରକ୍ଷା ଦେବାକୁ ନେଇ କଂଗ୍ରେସ ପକ୍ଷରୁ ପ୍ରତିବାଦ କରା ଯାଇଛି। ରାଜ୍ୟବାସୀ ଙ୍କ ସମସ୍ୟା କୁ ବୁଝିବା ଏବଂ ସୁରକ୍ଷା ଦେଇ ପାରୁନଥିବା ଭଳି ସମସ୍ୟାକୁ ନେଇ ଏହି ବନ୍ଦ ପାଳନ କରୁଛି କଂଗ୍ରେସ।

ତେବେ ଓଡିଶାର ସ୍ବାର୍ଥ ପାଇଁ ରାଜ୍ୟବାସୀ ବନ୍ଦକୁ ସହଯୋଗ କରିବେ ବୋଲି କଂଗ୍ରେସ ଆଶା ରଖିଛି।ତେବେ ଏହି ବନ୍ଦ ଡାକରା ଜନ ସଚେତନତା ପାଇଁ ହୋଇଥିବା ବେଳେ ଏହି ବନ୍ଦ ଡାକରା ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବରେ କରିବା ସହିତ ରାଜ୍ୟ ବାସୀଙ୍କୁ ଏହି ବନ୍ଦ ଡାକରାରେ ସାମିଲ ହୋଇ ସହଯୋଗ କରି ଏହାକୁ ସଫଳ କରିବା ପାଇଁ ପିସିସି ସଭାପତି ନିରଞ୍ଜନ ରାଜ୍ୟ ବାସୀଙ୍କୁ ଆହ୍ବାନ ଦେଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।