ପୁଣି ଗୋଟେ ବଡ ଖବର- ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ନିଷ୍ପତି ପ୍ରଥମ ଠାରୁ ଅଷ୍ଟମ ପର୍ଯ୍ୟନ୍ତ ବିନା ପରୀକ୍ଷା ରେ ଉତ୍ତୀର୍ଣ୍ଣ,ଆସନ୍ତୁ ଜାଣିବା ସେ ସୂଚନା ସମ୍ପର୍କରେ

0

ଗତ ବର୍ଷ କାରୋନା ମହାମାରୀ ପାଇଁ ସାରା ବିଶ୍ୱରେ ସବୁ କିଛି ପ୍ରଭାବ ହୋଇଥିଲା ତତସହିତ ଶିକ୍ଷା ବ୍ୟବସ୍ଥା ମଧ୍ୟ ଏହା କବଳରୁ ବଂଚି ନଥିଲା। ସେହିପରି ଆମ ଦେଶରେ ମଧ୍ୟ କାରୋନା ମଧ୍ୟ ତାର କାୟା ବିସ୍ତାର କରିଥିଲା। ଏଥିରେ ଶିକ୍ଷା ବ୍ୟବସ୍ଥା ବହୁତ ଶୋଚନୀୟ କୁ ପଳେଇ ଥିଲା। ସବୁ ଶିକ୍ଷାନୁଷ୍ଠାନ ବନ୍ଦ ହେବା ଦ୍ୱାରା ପିଲା ମାନେ ପଢ଼ିବାରେ ବହୁତ ଅସୁବିଧା ହୋଇଥିଲା । ହେଲେ ଚଳିତ ବର୍ଷ କିମ୍ବା ୨୦୨୧ ଶିକ୍ଷା ବର୍ଷ ସେହିଭଳି ଅସୁବିଧା ଦେଖା ଦେଇଛି।ପିଲା ମାନେ ପରୀକ୍ଷା ନ ଦେଇ ସେମିତି ଉତ୍ତୀର୍ଣ୍ଣ କରା ଯାଉଛି। ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ

ଆସନ୍ତା ଶିକ୍ଷା ବର୍ଷ ଆରମ୍ଭ ରୁ ରିଭିଜନ କ୍ଲାସ ଆରମ୍ଭ ହେବ। ଏହି କ୍ଲାସ ଆରମ୍ଭରୁ ପ୍ରଥମ ୨ ରୁ ୩ ମାସ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନେବା ପାଇଁ ସରକାର ନିଷ୍ପତି ନେଇ ଛନ୍ତି। ଏହି ସମୟରେ ଛାତ୍ର ଛାତ୍ରୀଙ୍କ ପୁରୁଣା ପାଠ ରିଭିଜନ କରାଯିବ। ଛାତ୍ର ଛାତ୍ରୀଙ୍କ ଦକ୍ଷତା ସ୍ତର ବୃଦ୍ଧି ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏହି ନିଷ୍ପତି ନେଇଛି।

ଏଥିପାଇଁ ସବୁ ସରକାରୀ ସ୍କୁଲ ଅନୁଦାନ ପ୍ରାପ୍ତ ଏବଂ ଘରୋଇ ସ୍କୁଲ ପାଇଁ ନିୟମ ଲାଗୁ ହେବ। ପୂର୍ବରୁ କାରୋନା ପାଇଁ ପାଠ ପଢା ବାଧ୍ୟପ୍ତ ହୋଇଥିବାରୁ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀଙ୍କୁ ବିନା ପରୀକ୍ଷାରେ ପାସ କରିବା ପାଇଁ ଘୋଷଣା କରା ଯାଇଥିଲା।ତା ପରେ ସ୍କୁଲ ପୁଣି ଥରେ ଖୋଲାହେଲେ ୩ ମାସ ପାଖାପାଖି ପାଠ ର ପୁନରାବୃତ୍ତି କରାଯିବ କାରଣ ପିଲା ମାନେ ଗୋଟିଏ ଶ୍ରେଣୀ ରୁ ଅନ୍ୟ ଶ୍ରେଣୀ ଯିବା ପରେ ସେ ସବୁ ପଛ ଶ୍ରେଣୀର ପାଠ ଭୁଲି ଯାଇ ଥାଆନ୍ତି ଆଉ ପିଲା ମାନେ ପୁରୁଣା ପାଠ ରେ ସନ୍ଦେହ ରହିଥାଏ।

ଏପଟେ ଖରାର ପ୍ରଭାବ ବହୁତ ଜୋର ରେ ଏବଂ କାରୋନା ର ୨ୟ ଷ୍ଟେପ ପୁଣି ଫେରିଛି ଯାହା ପାଇଁ ସ୍କୁଲ ପ୍ରାୟ ୩ ମାସ ପର୍ଯ୍ୟନ୍ତ ବନ୍ଦ ରହିପାରେ। ଆଉ ଏପ୍ରିଲ ରୁ CBSE ତାର ନୂଆ ଶିକ୍ଷା ବର୍ଷ ଆରମ୍ଭ କରିଛି ହେଲେ ଆମ ସରକାର ଜୁନ ମାସ ରେ ନିଷ୍ପତି ନେବେ ବୋଲି କହିଛନ୍ତି। କିନ୍ତୁ ଏହା ବିଧିବଦ୍ଧ ନିଷ୍ପତି ନୁହେଁ।କାଳେ ଜୁନ ମାସ ବେଳକୁ ଛାତ୍ର ଛାତ୍ରୀ ସ୍କୁଲ ଆସି ପାରନ୍ତି ତେଣୁ ଏହିଭଳି ନିଷ୍ପତି ନିଆ ଯାଉଛି।

ଏଥିରୁ ଫାଇନାଲ୍ ହେଲା ଯେ ଯେବେ ସ୍କୁଲ ଖୋଲା ଯିବ ପ୍ରଥମ ୩ମାସ ପୂର୍ବ ପାଠ ର ପୁନରାବୃତ୍ତି କରାଯିବ ବୋଲି ସରକାର ନିଷ୍ପତି ନେଇଛନ୍ତି। ସରକାର ଙ୍କର ଏହି ନିଷ୍ପତି କୁ ବହୁତ ପ୍ରଶଂସା ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।