ଦେଖନ୍ତୁ ଭିଡିଓ : ପୁଣି ଜଗନ୍ନାଥ ମନ୍ଦିର ଉପରେ କିଏ ଉଡାଇଲା ହେଲିକେପ୍ଟର ? ପୁଣି ଘଟିବ କି ଅଘଟଣ ?

ବନ୍ଧୁଗଣ ଗତକାଲି ଜ୍ୟେଷ୍ଠ ପୂର୍ଣ୍ଣମୀ ବା ଦେବସ୍ନାନ ପୂର୍ଣ୍ଣମୀ ଅବସରରେ ଶ୍ରୀଜିଉଙ୍କ ମହାସ୍ନାନ ନୀତି ସଂପନ୍ନ ହୋଇଛି। ସମ୍ପୂର୍ଣ୍ଣ ନୀତି କାନ୍ତି ର ସହିତ ଜଗତର ନାଥ ଜଗନ୍ନାଥଙ୍କ ଏହି ପବିତ୍ର ସ୍ନାନ ପୂର୍ଣ୍ଣିମା ସମ୍ପନ୍ନ ହୋଇଛି। ତେବେ ଏହି ସମୟ ରେ ଦେଖିବାକୁ ମିଳିଛି ଏକ ଏମିତି ଘଟଣା ଯାହାକୁ ନେଇ ଏବେ ଉଠିଛି ଏକ ବଡ଼ ପ୍ରଶ୍ନବାଚୀ।ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ନିଶ୍ଚିତ ଭାବରେ। କାରଣ ଏହି ସମୟରେ ଅର୍ଥାତ୍ ସ୍ନାନବେଦୀରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସ୍ନାନ ନୀତି ଚାଲିଥିବା ବେଳେ ଶ୍ରୀମନ୍ଦିର ବଳୟ ଉପରେ ଏକ ହେଲିକପ୍ଟର ଉଡ଼ିବା ଦେଖିବାକୁ ମିଳିଥିଲା। ଆପଣ ଜାଣିଛନ୍ତି ଶ୍ରୀମନ୍ଦିର ଅଞ୍ଚଳ ନୋ ଫ୍ଲାଇଂ ଜୋନ୍ ହୋଇଥିବା ବେଳେ ହେଲିକପ୍ଟର ଉଡ଼ିବା ନିଶ୍ଚୟ ସମସ୍ତଙ୍କୁ ଚକିତ କରିଛି।

କାରଣ ସେଠାରେ ଏହି ନିୟମ ରହିଥିବା ବେଳେ ହେଲିକପ୍ଟର ଉଡ଼ିବା କୁ ନେଇ ଅନେକ ଆଶଙ୍କା ପ୍ରକାଶ ପାଇଥିଲା। କିଏ ଏବଂ କିପରି ଏମିତି ସାହାସ କଲା ବୋଲି ସମସ୍ତଂକ ମନରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ଶ୍ରୀମନ୍ଦିର ଅଞ୍ଚଳ ନୋ ଫ୍ଲାଇଂ ଜୋନ୍ ହୋଇଥିବା ବେଳେ ହେଲିକପ୍ଟର ଉଡ଼ିବା ନିଶ୍ଚୟ ଏକ ଆଶ୍ଚର୍ଯ୍ୟ କର ଘଟଣା ଅଟେ। ଏହାକୁ ନେଇ ସାଧାରଣରେ ଏବଂ ପ୍ରଶାସନିକ ସ୍ତରରେ ଆଶଙ୍କା ସୃଷ୍ଟି ହୋଇଥିବା ବେଳେ କିନ୍ତୁ ଏହାକୁ ନେଇ ପୁରୀ ଏସ୍‌ପି କନଓ୍ୱର ବିଶାଲ ସିଂହ ଏହାକୁ ହାଲୁକା ଭାବେ ନେଇଥିବାର ଜଣା ପଡିଛି।

ତାଙ୍କ କହିବା ଅନୁସାରେ ଯେଉଁ ଘଟଣା ଘଟିଛି ଏହାସହ କୌଣସି ବିପଦ ନଥିବା ସେ ଦର୍ଶାଇଛନ୍ତି। ଏହାକୁ ନେଇ ସେ କହିଛନ୍ତି ଯେ, ପୁରୀ ଶ୍ରୀମନ୍ଦିର ଆକାଶରେ ଉଡ଼ିଥିବା ଏହି ହେଲିକପ୍ଟରଟି ଭାରତୀୟ ତଟରକ୍ଷୀ ବାହିନୀର ଅଟେ ଏବଂ ଏବେ ସିକ୍ୟୁରିଟି ଡ୍ରିଲ ଚାଲି ଥିବାରୁ ହେଲକପ୍ଟର ଟି ସେଠାରେ ଉଡ଼ି ଥାଇପାରେ। କିନ୍ତୁ ଏହି ଘଟଣାକୁ ନେଇ ଅଧିକ ତଦନ୍ତ ର ଆବଶ୍ୟକତା ରହିଛି ଏବଂ ତଦନ୍ତ କରା ଯାଉଥିବା ମଧ୍ୟ ଏସ୍‌ପି କହିଛନ୍ତି। କେଉଁ ପରିସ୍ଥିତି ରେ ଏଭଳି ଘଟଣା ଘଟିଲା ତାହାର ତଦନ୍ତ କରାଯିବ।ତେବେ ଏସ ପି ଙ୍କ କହିବା ଅନୁସାରେ ନୋ ଫ୍ଲାଇଂ ଜୋନ୍ ହୋଇଥିବା ବେଳେ ଏଠାରେ ହେଲିକପ୍ଟର ଉଡ଼ିବାର କାରଣ ନିଶ୍ଚୟ ସ୍ପଷ୍ଟ ହେବ।

ତେବେ ମହାପ୍ରଭୁ ଙ୍କ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।ସେ ଚତୁର୍ଦ୍ଧା ଦାରୁ ବିଗ୍ରହଙ୍କ ପାଦପଦ୍ମରେ ପ୍ରଣିପାତ କରିବା ସହ ମହାପ୍ରଭୁଙ୍କ ନିକଟରେ ସମସ୍ତଙ୍କର ସୁଖ ସମୃଦ୍ଧି ମଧ୍ୟ କାମନା କରିଛନ୍ତି। କେବଳ ଏତିକି ନୁହେଁ ଏଥିସହ ମାନବ ସମାଜର ମଙ୍ଗଳ, ସୁସ୍ଥ ଓ ନିରାମୟ ଜୀବନ କାମନା କରିଛନ୍ତି ଗଜପତି ମହାରାଜ ଏହି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment