ଦେଖନ୍ତୁ ଭିଡ଼ିଓ : ପୁଣି Live ଆସି କାହିଁକି ଛନ୍ଦିତା କହିଲେ ଏମିତି….

0

ବନ୍ଧୁଗଣ ନିଶ୍ଚିତ ଭାବରେ ଅଭିନୟ ଜଗତର କିଛି କଳାକାର ମାନେ ଅନେକ ସମୟରେ ସେମାନଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାର ବହୁତ୍ କମ ସୁଯୋଗ ଦେଇଥାନ୍ତି ତାଙ୍କର ପ୍ରସଂଶକ ମାନଙ୍କୁ। କିନ୍ତୁ ସେଲିବ୍ରିଟି ମାନେ ଅନେକ ସମୟରେ ତାଙ୍କର ପ୍ରସଂଶକ ମାନଙ୍କ ପାଇଁ ଅନେକ କିଛି ବାର୍ତ୍ତା ଦେଇଥାନ୍ତି ଏବଂ ଲାଇଭ ଭିଡିଓ ଆସି ମଧ୍ୟ ସେମାନଙ୍କର ଫ୍ୟାନ ମାନଙ୍କ ସହିତ ବେଳେବେଳେ ସମୟ ଅତିବାହିତ କରିଥାନ୍ତି। ଆଉ ତାଙ୍କର ଅନେକ ସୁନ୍ଦର ସୁନ୍ଦର ମୁହୂର୍ତ୍ତ ସବୁକୁ ପ୍ରଶଂସକ ମାନଙ୍କ ପାଇଁ ସୋସିଆଲ ମିଡିଆରେ ପୋଷ୍ଟ କରନ୍ତି ଏବଂ ଦର୍ଶକ ମାନଂକର ପ୍ରତିକ୍ରିୟା ର ଉତ୍ତର ମଧ୍ୟ ଦେଇଥାନ୍ତି। ଯାହା ତାଙ୍କ ଫ୍ୟାନ ମାନଙ୍କୁ ଖୁସି କରାଇଥାଏ।

ତେବେ ଅନେକ ଏମିତି କଳାକାର ଅଛନ୍ତି ଯେଉଁମାନେ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ରହିବା ସହିତ ସେଠାରେ ତାଙ୍କର ଅବକାଶ ସମୟ ଅତିବାହିତ କରୁ ଥିବାର ଦେଖିବାକୁ ମିଳିଥାଏ। ସେମାନଙ୍କ ମଧ୍ୟରୁ ଅଭିନେତ୍ରୀ ଛନ୍ଦିତା ପାଢ଼ୀ ଅନ୍ୟତମ।ସେ ଅନେକ ସମୟରେ ତାଙ୍କର ପ୍ରଶଂସକ ମାନଙ୍କ ର ନିକଟତର ହୋଇଥାନ୍ତି ସୋସିଆଲ ମିଡ଼ିଆ ଜରିଆରେ। ତେବେ ଆପଣ ମାନେ ସମସ୍ତେ ଜାଣିଛନ୍ତି ଓଡ଼ିଶାର ଓଡ଼ିଆ ଟେଲି ଜଗତର କିଛି ଲୋକପ୍ରିୟ ଅଭିନେତ୍ରୀ ମାନଙ୍କ ଭିତରୁ ଜଣେ ଜଣାଶୁଣା ଅଭିନେତ୍ରୀ ଭାବରେ ଛନ୍ଦିତା ପାଢ଼ୀ ବେଶ୍ ପରିଚିତ। ଏହା ବି ଜାଣିଥିବେ ଯେ ତାଙ୍କର ଅଭିନୟ ର ଅନ୍ଦାଜ କେତେ ଭିନ୍ନ ଅନ୍ୟ କଳାକାର ମାନଙ୍କ ଠାରୁ।

ନିଜର ଜୀବନ୍ତ ଅଭିନୟ ର ପାରଦର୍ଶିତା ପାଇଁ ସେ ବେଶ୍ ପ୍ରଶଂସା ସାଉଁଟି ସାରିଛନ୍ତି। ତାଙ୍କର ଅଭିନୟ ଯେତିକି ଦମଦାର ତାଙ୍କର ସୁନ୍ଦରତା ମଧ୍ୟ ସେତିକି ଆକର୍ଷଣୀୟ। ତାଙ୍କର ଅନେକ ପ୍ରଶଂସକ ମଧ୍ୟ ରହିଛନ୍ତି। ତେବେ ସେ ଅନେକ ସମୟରେ ସୋସିଆଲ ମିଡିଆରେ ସକ୍ରିୟ ରହିଥିବାର ଦେଖି ବାକୁ ମିଳୁଛି। ତେବେ ଅନେକ ସମୟରେ ତାଙ୍କର ଫଟୋ, ଭିଡିଓ ସୋସିଆଲ ମିଡିଆରେ ସେ ସେୟାର କରୁ ଥିବାର ଦେଖିବାକୁ ମିଳିଥାଏ। ଏବେ ତାଙ୍କର ଏକ ଲାଇଭ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ସେ ତାଙ୍କର ଫ୍ୟାନ ମାନଙ୍କ ସହ ମନଖୋଲି ବହୁତ୍ ଖୁସି ମଜାଜ୍ ର ସହ କଥା ହେଉଥିବାର ଦେଖିବାକୁ ମିଳିଛି।

କେହି ଜଣେ ଫ୍ୟାନ ତାଙ୍କ ବାହାଘର କେବେ ହେବ ବୋଲି ପଚାରିବା ପରେ ସେ ହସି ହସି କହୁଛନ୍ତି ଯେ ଏକା ଅଛି, ଖୁସି ଅଛି, ଆପଣ ମାନଙ୍କ ସହ ସମୟ ଅତିବାହିତ କରୁଛି। ଯେବେ ସମୟ ଆସିବ ବିବାହ କରିବି ଏବଂ ଆପଣ ମାନେ ସମସ୍ତେ ଜାଣି ପାରିବେ।ଏହାପରେ ଆସିବାକୁ ଯାଉଥିବା ତାଙ୍କର ପରବର୍ତ୍ତୀ ସିରିଏଲ୍ ବିଷୟରେ ସେ କହିଛନ୍ତି ଯେ ସିଦ୍ଧାର୍ଥ ଟିଭି ରେ ତାଙ୍କର ଅଭିନୀତ ସିରିଏଲ ମଙ୍ଗୁଲା କନ୍ୟା ବହୁତ୍ ଶୀଘ୍ର ଆସିବ। ଲକଡାଉନ ପରେ ସୁଟିଂ ଆରମ୍ଭ ହେବା ମାତ୍ରେ ଆପଣ ଆପଣଙ୍କ ପ୍ରିୟ କଳାକାର ମାନଙ୍କ ସହ ଏହାକୁ ଦେଖି ବହୁତ୍ ଉପଭୋଗ କରିବେ ବୋଲି ସେ କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।