ପୁଣି ମାଡି ଆସୁଛି ବାତ୍ୟା ‘ଲାରୀ’ ! ଘଣ୍ଟା ପ୍ରତି ୧୩୫ କିମି ବେଗରେ ବହିବ ପବନ, ସତର୍କ ସୂଚନା ଜାରି କଲା ପ୍ରଶାସନ, ସେୟାର କରି ସମସ୍ତଙ୍କୁ ଜଣାନ୍ତୁ

ପ୍ରାକୃତିକ ଦୁର୍ବିପାକ କେତେବେଳେ ଘଟିବ ତାହା କେହି କହି ପାରିବେ ନାହିଁ। ତେବେ ଏସବୁର ଭୟାବହତା ଅନେକ ଥାଏ, ଆଜିକାଲି ବିଭିନ୍ନ ପ୍ରକାର ହାଇଟେକ ଟେକନ୍ନଲୋଜି ଦ୍ୱାରା ପ୍ରାକୃତିକ ଦୁର୍ବିପାକ ସମ୍ୱନ୍ଧରେ ପୂର୍ବ ସୂଚନା ମିଳିଥାଏ। ଯେମିତି କି କେତେବେଳେ ବର୍ଷା ହେବ, ବନ୍ୟା ଏବଂ ବାତ୍ୟା ତାହା ଆମେ ଆତି ସହଜରେ ଜାଣି ପାରୁଛୁ। ତେବେ ଏସବୁ ଦୁର୍ବିପାକ ମଧ୍ୟରୁ ବାତ୍ୟା ହେଉଛି, ଅନେକ ଭୟାନକ ସାବ୍ୟସ୍ତ ହୋଇଥାଏ। ତେବେ ଆପଣ ମାନେ ସମସ୍ତେ ପ୍ରତି ବର୍ଷ ପ୍ରାୟତଃ ବନ୍ୟା ବାତ୍ୟା ଦେଖିବା ପାଇଁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏକ ବାତ୍ୟା ଆସୁଥିବାର ସୂଚନା ମିଳିଛି। ଯାହା ଆମେ ଆପଣ ମାନଙ୍କୁ ଆସୁଥିବା ବାତ୍ୟା ସମ୍ୱନ୍ଧରେ ଅବଗତ କରାଇବୁ, ପୁଣି ବାତ୍ୟା କଥା ଶୁଣି ନିଶ୍ଚିତ ଭାବରେ ଭୟ ଭିତ ହେବେ। ତେବେ ଏକ ଭୟଙ୍କର ଲାରୀ ବାତ୍ୟା ମାଡି ଆସୁଛି ବୋଲି ସୂଚନା ମିଳିଛି। ଏଭଳି ଖବର ସମସ୍ତଙ୍କ ମନରେ ଏକ ଭୟର ବାତାବରଣ ଖେଳି ଯାଇଛି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ମାଡି ଆସୁଥିବା ବାତ୍ୟା ସମ୍ପର୍କରେ ଜାଣିବା;

ସୂଚନା ଅନୁସାରେ, କାନାଡ଼ାରୁ ଏଭଳି ଏକ ଖବର ଶୁଣିବା ପାଇଁ ମିଳୁଛି। ଆକ୍ୟୁ ୱେଦରର ବରିଷ୍ଠ ଗବେଷକ ରବ ମିଲରଙ୍କ ଆକଳନ ଅନୁସାରେ ଏକ ଭୟଙ୍କର ବାତ୍ୟା ଲାରୀ ମାଡି ଆସୁଛି ଓ ଏହା କାନାଡ଼ାର ଆଟଲାଣ୍ଟିକ ନ୍ୟୁଫାଉଣ୍ଡଲ୍ୟାଣ୍ଡ ଦ୍ୱୀପରେ ଲ୍ୟାଣ୍ଡଫଲ କରିବ ବୋଲି ଅନୁମାନ କରା ଯାଉଛି। ଲ୍ୟାଣ୍ଡଫଲ ସମୟରେ ଯଦି ପବନର ବେଗ ଅତ୍ୟଧିକ ମାତ୍ରାରେ ରହିବ, ତା’ହେଲେ ବହୁତ କ୍ଷୟ କ୍ଷତି ମଧ୍ୟ ହୋଇପାରେ। ସେଥିପାଇଁ ଦକ୍ଷିଣ ପୂର୍ବ ନ୍ୟୁଫାଉଣ୍ଡ ବର୍ଗର ଲୋକ ମାନଙ୍କୁ ସତର୍କ ସୂଚନା ମଧ୍ୟ ଦିଆ ଯାଇଛି। ଏହାର ଘଣ୍ଟା ପ୍ରତି ପବନର ବେଗ ୧୫୦ କିମି ହେବାର ସମ୍ଭାବନା ରହିଛି।

ତେବେ ବାତ୍ୟା ଯୋଗୁ ସମୁଦ୍ରରେ ମାଛ ଧରିବା ଓ ଗାଧୋଇବା ପାଇଁ ଗାଇଡ଼ଲାଇନ ଜାରି ମଧ୍ୟ କରା ଯାଇଛି। ତେବେ ଏହାରି ପ୍ରଭାବରେ କାନାଡ଼ାର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ସହ ପବନ ମଧ୍ୟ ଆରମ୍ଭ ହୋଇ ଗଲାଣି। ଏହାରି ପ୍ରଭାବରେ ବହୁତ ଜନ ଜୀବନ ମଧ୍ୟ ନଷ୍ଟ ହୋଇଯିବ, ଯାହାକୁ ନେଇ ଗବେଷକ ମାନେ ବହୁତ ବଡ଼ ଚିନ୍ତାରେ ରହିଛନ୍ତି। ତେବେ ଏହି ବାତ୍ୟା ବରମୁଡା ଅତିକ୍ରମ କରିବା ସମୟରେ ପବନର ବେଗ ଧୀରେ ଧୀରେ ବଢି ୧୬୫ କିମି ରହିଥିଲା। ବର୍ତ୍ତମାନ ଏହା ଧୀରେ ଧୀରେ କମି ପବନର ବେଗ ୧୩୦ ରହିବ ବୋଲି ବର୍ତ୍ତମାନ ଅନୁମାନ କରା ଯାଉଛି। ବର୍ତ୍ତମାନ ସୁଦ୍ଧା କାନାଡ଼ା ଉପକୂଳରେ ଜୁଆର ହେଉ ଥିବାର ସୂଚନା ମିଳୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment