ପୁଣି ନୂଆ ଟୁଇଷ୍ଟ ! ତପସ୍ଵନୀ ପାଦ ଛୁଇଁବା ବେଳେ, ଶ୍ୱଶୁର କହିଲେ ‘ମୋତେ ଛୁଉଁନା’… ଦେଖନ୍ତୁ ଭିଡ଼ିଓ

0

ବର୍ତ୍ତମାନ ସମାଜରେ ସବୁ ଠାରୁ ପାରିବାରିକ କଳହ ବହୁ ମାତ୍ରାରେ ଦେଖିବା ପାଇଁ ମିଳୁଛି। ଆଜିକାଲିର ଯୁବକ ଯୁବତୀ ମାନେ ମନ ମୁତାବକ ନିଜ ପସନ୍ଦରେ ବିବାହ କରୁଛନ୍ତି। କିନ୍ତୁ ତାଙ୍କର ଏଭଳି ନିଷ୍ପତ୍ତିରେ ତାଙ୍କ ପରିବାର ଲୋକ ମାନେ ବିରୋଧ କରି ଥାଆନ୍ତି। ଏଥିପାଇଁ ପରିବାରରେ ବହୁତ କଳି ଝଗଡା ସୃଷ୍ଟି ଲାଗି ରହିଥାଏ। ଏହା ପରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଭିତରେ ମଧ୍ୟ ଝଗଡ଼ା ଦେଖା ଯାଇଥାଏ। ସ୍ତ୍ରୀ ମଧ୍ୟ ତା’ର ସ୍ୱାମୀ ପାଖରେ ରହିବା ପାଇଁ ବହୁତ ଦୁଃଖ, କଷ୍ଟ କରିଥାଏ। ଶେଷରେ ନିଜର ଲକ୍ଷ୍ୟରେ ମଧ୍ୟ ସଫଳ ହୋଇଥାଏ। ତେବେ ବନ୍ଧୁଗଣ ତପସ୍ୱିନୀ ତାଙ୍କ ଶ୍ୱଶୁରଙ୍କୁ ଜୁହାର ହେବା ସମୟରେ ତାଙ୍କ ଶ୍ୱଶୁର ତାଙ୍କୁ ଛୁଉଁନା ବୋଲି କହିଥିଲେ। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ବିଷୟରେ ଜାଣିବା;

ସୂଚନା ଅନୁସାରେ, ଓଡ଼ିଶାରେ ବର୍ତ୍ତମାନ ଗୋଟିଏ ଖବରକୁ ନେଇ ଚର୍ଚ୍ଚା ଜୋର ସୋର ଭାବରେ ଲାଗି ରହିଛି। ତପସ୍ୱିନୀ ଦାସ ଓ ଡାକ୍ତର ସୁମିତ ସାହୁଙ୍କ ଘଟଣାକୁ ନେଇ ଚାରି ଆଡ଼େ ଶୁଣିବା ପାଇଁ ମିଳୁଛି। ସେ ଦୁଇ ଜଣଙ୍କୁ ନେଇ ପ୍ରତିଦିନ କିଛି ନା କିଛି ନୂଆ ନୂଆ ତଥ୍ୟ ଶୁଣିବା ପାଇଁ ମିଳୁଛି। ମହିଳା ତାଙ୍କ ସ୍ୱାମୀଙ୍କ ପାଖରେ ରହିବା ପାଇଁ ଶ୍ୱଶୁର ଘର ସମ୍ନାରେ ଦୀର୍ଘ ଦିନ ଧରି ଧାରଣାରେ ବସି ରହିଥିଲେ। ମାନ୍ୟବର କୋର୍ଟ ଏହି ସବୁ ମାମଲା ଶେଷ କରି ଦେଇଛନ୍ତି।

ତେବେ ଆପଣ ମାନେ ଜାଣିଥିବେ ଯେ, କୋର୍ଟ ତପସ୍ୱିନୀଙ୍କୁ ତାଙ୍କ ଶ୍ୱଶୁର ଘରେ ରହିବା ସୁଯୋଗ ଦେଇଛନ୍ତି ଓ ମହିଳାଙ୍କର ମଧ୍ୟ ତାଙ୍କ ଶ୍ୱଶୁର ଘରକୁ ଗୃହ ପ୍ରବେଶ ହୋଇ ଯାଇଛି। ମହିଳା ବର୍ତ୍ତମାନ ତାଙ୍କ ଶ୍ୱଶୁର ଘରର ଉପର ଘରେ ରହୁଛନ୍ତି। କିନ୍ତୁ ଏଠାରେ ଏକ ବଡ଼ କଥା ଶୁଣିବା ପାଇଁ ମିଳିଛି। ମହିଳାଙ୍କ ମାଆ ନିଜର ପ୍ରତିକ୍ରିୟା ଦେଇଛନ୍ତି ଯେ, ତାଙ୍କ ଝିଅ ଶ୍ୱଶୁର ଘରେ ରହିବା ନେଇ ସେ ବହୁତ ଖୁସି ଅଛନ୍ତି। ତାଙ୍କ ଝିଅ ପୋଲିସ ପ୍ରୋଟେକ୍ସନରେ ରହିଛନ୍ତୁ ବୋଲି ତାଙ୍କ ମାଆ କହୁଛନ୍ତି। ତାଙ୍କ ଝିଅ ବହୁତ ଦୁଃଖ, କଷ୍ଟ ଓ ଧର୍ଯ୍ୟ ଫଳରେ ସେ ଆଜି ତାଙ୍କ ଶାଶୂଘରେ ପାଦ ଥାପି ପାରିଛନ୍ତି ବୋଲି ତାଙ୍କ ମାଆ ପ୍ରତିକ୍ରିୟା ଦେଇଛନ୍ତି।

ତେବେ ଆହୁରି ବଡ଼ କଥା ଶୁଣିବା ପାଇଁ ମିଳିଛି ଯେ, ତାଙ୍କ ଝିଅ ଘର ଭିତରକୁ ପ୍ରବେଶ କଲା ପରେ ତାଙ୍କ ଶ୍ୱଶୁରଙ୍କ ପାଦ ଧରି ଜୁହାର ହେବା ସମୟରେ ତାଙ୍କ ଶ୍ୱଶୁର ଛୁଉଁନା ବୋଲି କହିଥିଲେ। ତଥାପି ମହିଳା ଧର୍ମରେ ସବୁବେଳ ପାଇଁ ଅଛନ୍ତି ଓ ରହିଥିବେ ବୋଲି ତାଙ୍କ ମାଆ କହୁଛନ୍ତି। ତାଙ୍କ ଝିଅ ଉପରେ ସମ୍ପୂର୍ଣ୍ଣ ଭାବରେ ଭରସା ଓ ବିଶ୍ୱାସ ରହିଛି, ଯାହା ଫଳରେ କି ସେ ତାଙ୍କ ଶ୍ୱଶୁର ଘର ଲୋକଙ୍କର ମନ କିଣି ଚଳି ପାରିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।