ପୁଣି ନୂଆ ଭାଇରସ ! COVID ଡେଲଟା ପ୍ଲସ୍ ଭାରିଆଣ୍ଟ କ’ଣ ? ଏବଂ ଏହାର ଲକ୍ଷଣଗୁଡ଼ିକ ଜାଣନ୍ତୁ…

0

ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଛନ୍ତି, ଯେ କରନା ଭାଇରସ ସମଗ୍ର ଦେଶରେ ଦୀର୍ଘ ଦୁଇ ବର୍ଷ ଧରି ଲାଗିରହିଛି, ଏହା କମିବାର ନାମ ଧରୁନାହିଁ। ପ୍ରଥମ ଲହରରେ ଯଦିଅ ଲୋକେ ସଂକ୍ରମିତ ହେଉଥିଲେ, କିନ୍ତୁ ଏହାର ମୃତ୍ୟୁ ହାର ବହୁତ କମ ଥିଲା, ଏହା ପରେ ଦ୍ୱିତୀୟ ଲହର ଯେତେବେଳେ ଆସିଲା, ଏହା କ୍ଷିପ୍ର ବେଗରେ ବ୍ୟାପିବାରେ ଲାଗିଛି, ଯେତିକି ମାତ୍ରରେ ଲୋକେ ସଂକ୍ରମିତ ହେଉଛନ୍ତି, ତାହାରି ତୁଳନାରେ ମୃତ୍ୟୁ ହାର ମଧ୍ୟ ବହୁତ ରହୁଛି। ମୋଟା ମୋଟୀ ଭାବରେ କହିବା ପାଇଁ ଗଲେ, କରନା ଭାଇରସ ବିଭିନ୍ନ ପ୍ରକାର ରୂପ ବଦଳୁଛି।

ତେବେ ବର୍ତ୍ତମାନ ସମୟରେ ଦେଶରେ ଦ୍ଵିତୀୟ ଲହର ସମାପ୍ତ ପରେ ଦେଶରେ ବିଭନ୍ନ ସ୍ଥାନରେ ଡେ଼ଲ୍ଟା ଭାରିଆଣ୍ଟର ପ୍ରଭାବ ଦେଖିବା ପାଇଁ ମିଳୁଛି। ଡେ଼ଲ୍ଟା ଭାରିଆଣ୍ଟ ବର୍ତ୍ତମାନ ଡେ଼ଲ୍ଟା ପ୍ଲାସ ରେ ପରିଣତ ହୋଇଛି। ବିଭିନ୍ନ ସ୍ଥାନରେ ଏହାର ଲକ୍ଷଣ ଦେଖିବା ପାଇଁ ମିଳିଛି, ଯଦି ଆମେ ମହାରାଷ୍ଟ୍ର କଥା କହିବା ମୋଟ ୨୧ ଟି ମାମଲା ସାମ୍ନାକୁ ଆସିଥିବା ବେଳେ ମୁମ୍ବାଇରୁ ୨ ଟି ଲକ୍ଷଣ ଚିନ୍ହଟ ହୋଇଛି। ତେବେ ଏହି ୨୧ ଟି ମାମଲା ମଧ୍ୟରୁ ରତ୍ନଗିରିରେ ସର୍ବାଧିକ ୨ ଟି ମାମଲା ଦେଖିବାକୁ ମିଳିଛି। ଏହାଛଡ଼ା ତାମିଲନାଡୁ, ପଞ୍ଜାବ ଏବଂ ମଧ୍ୟପ୍ରଦେଶରୁ ସର୍ବ ମୋଟ ୩୫ ଟି ମାମଲା ସାମ୍ନାକୁ ଆସିଛି। ତେବେ ଏଭଳି ପରିମାଣ ଲୋକେ ଦେଖିବା ପରେ ପୁଣି ସେମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି। ତେବେ ଏହି ଡେ଼ଲ୍ଟା ପ୍ଲାସ ଭାରିଆଣ୍ଟ କଣ ଏବଂ ଏହାର ଲକ୍ଷଣ କିପରି ଆସନ୍ତୁ ଜାଣିବା;

କୋଭିଡ ଡେଲ୍ଟା ପ୍ଲାସ ଭାରିଆଣ୍ଟ କଣ ?

ଡେଲ୍ଟା ଭାରିଆଣ୍ଟ ଯାହାର ଅନ୍ୟନାମ ହେଉଛି B.1.617.2, ଏହା ପ୍ରଥମେ ଆମ ଦେଶରେ ଦେଖିବା ପାଇଁ ମିଳିଥିଲା। ଏହା ପରେ ଅନ୍ୟାନ୍ୟ ଦେଶରେ ବିସ୍ତାରିତ ହେବାରେ ଲାଗିଲା, ତେବେ ଏହି ଭାଇରସ ଧୀରେ ଧୀରେ ଏହାର ରୂପ ପରିବର୍ତ୍ତନ କରି ଡେଲ୍ଟା ପ୍ଲାସ ରେ ପରିବର୍ତ୍ତନ ହୋଇଛି। ଏହା ପ୍ରଥମେ ୟୁ ରୋପରେ ଦେଖିବା ପାଇଁ ମିଳିଥିଲା। ତେବେ ସ୍ପାଇକ୍ ପ୍ରୋଟିନ୍ କରୋନା ଭୂତାଣୁର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି ପ୍ରମାଣିତ ହୋଇଛି, ଏହା ସାହାଯ୍ୟରେ ଭାଇରସ ଖୁବ ଶୀଘ୍ର ମନୁଷ୍ୟ ଶରୀରରେ ପ୍ରବେଶ କରି ସଂକ୍ରମିତ କରିଥାନ୍ତି। ଏହା ଅଧିକ ସଂକ୍ରମନାତ୍ମକ ଭାଇରସ ବୋଲି କୁହାଯାଉଛି। ଆସନ୍ତୁ ଜାଣିବା ଏହାର ଲକ୍ଷଣ ଗୁଡିକ ବିଷୟରେ;

ଡେଲଟା ପ୍ଲସ୍ ଭାରିଆଣ୍ଟର ଲକ୍ଷଣ କଣ ?

(୧) ଏହି ଡେଲଟା ପ୍ଲସ୍ ଭାରିଆଣ୍ଟ ସାଧାରଣ କାଶ, ଜ୍ୱର, ଥଣ୍ଡା ଏହା ବ୍ୟତୀତ ଶରୀର ଅଵସ ଲାଗିଥାଏ।

(୨) ଡେଲଟା ପ୍ଲସ୍ ଭାରିଆଣ୍ଟ ଥିବା ମନୁଷ୍ୟ ଶରୀରରେ, ଫୁସଫୁସକୁ ପ୍ରଭାବିତ କରିବା ସହିତ ନିଶ୍ୱାସ-ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭୂତ ହୋଇଥାଏ।

(୩) ଏସବୁ ଲକ୍ଷଣ ବ୍ୟତୀତ, ଚର୍ମରେ କୁଂଚକୁଞ୍ଚିଆ ଦାଗ ଭଳି ଦେଖା ଯିବା, ନଖରେ ରଙ୍ଗ ପରିବର୍ତ୍ତନ ହେବା , ଗଳାରେ ଯନ୍ତ୍ରଣା ଅନୁଭବ କରିବା, ସ୍ୱାଦ ଏବଂ ଗନ୍ଧ ହ୍ରାସ, ପତଳା ଝାଡା ଏବଂ ମୁଣ୍ଡବିନ୍ଧା ଭଳି କେତେକ ସାଧାରଣ ଲକ୍ଷଣ ଦେଖା ଯାଇଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।