ପୁଣି ଓଡିଶାରେ ସୁକୁଟି ସାହୁ ଙ୍କ ପରେ ଆଞ୍ଜେଲ ପ୍ରିୟା ! Facebook ରେ କେମିତି ଠକୁଥିଲେ ଶୁଣନ୍ତୁ…ଦେଖନ୍ତୁ ଭିଡ଼ିଓ

0

ଡିଜିଟାଲ ଯୁଗରେ ଡିଜିଟାଲ ଠକେଇ। ଆଖି ପିଚୁଲାକେ ହୋଇ ଯାଉଛି ଏକାଉଣ୍ଟ୍ ଖାଲି। ଏମିତି ଅନେକ ଘଟଣା ଆପଣ ବର୍ତ୍ତମାନ ସମୟରେ ନିୟମିତ ଭାବରେ ଶୁଣିବାକୁ ପାଉଥିବେ। ଆପଣଙ୍କ ଆଖ ପାଖରେ ବି ଏମିତି କାହା ସହିତ ନିଶ୍ଚୟ ଘଟିଥିବ। ସେହିଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି ଯେଉଁ ଘଟଣାରେ ଜଣେ ଲେଡୀ ମାଷ୍ଟର ମାଇଣ୍ଡ ଧରା ପଡ଼ିଛନ୍ତି।ସେ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ତାଙ୍କର କାରନାମା କୁ ନେଇ। ଆଉ ଶେଷରେ ବନ୍ଧା ବି ହେଇଛନ୍ତି। ତାଙ୍କୁ କୁହା ଯାଉଛି ଫେସବୁକ୍‌ କୁଇନ୍‌। ମିଳିଥିବା ସୂଚନା ଅନୁସାରେ ଫେସବୁକ୍‌ରେ ଫେକ୍‌ ଆକାଉଣ୍ଟ ଖୋଲି ଯୁବକଙ୍କୁ ଚୂନା ଲଗାଉଥିଲେ ଏହି ଯୁବତୀ ଜଣଙ୍କ।

ଫେସବୁକ୍ ପ୍ରୋଫାଇଲ୍ ରେ ସୁନ୍ଦର୍ ସୁନ୍ଦର ଯୁବତୀଙ୍କ ଫଟୋ ଲଗାଇ କିଛି ଦିନ ଯୁବକଙ୍କ ସହ ଚାଟିଂ କରୁଥିଲେ। ପ୍ରଥମେ ଯୁବକଙ୍କୁ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଉଥିଲେ । ପରେ ଯୁବକଙ୍କ ସହ ବନ୍ଧୁତା ସ୍ଥାପନ କରି ବିଭିନ୍ନ ଆଳ ଦେଖାଇ ଟଙ୍କା ଲୁଟିବା ପାଇଁ ଉଦ୍ୟମ କରୁଥିଲେ। ଆଉ ପରେ ବିବାହ ପ୍ରତିଶ୍ରୁତି ଦେଇ ସେମାନଙ୍କ ପାଖରୁ ଲୁଟୁଥିଲେ ହଜାର ହଜାର ଟଙ୍କା। ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଶେଷରେ ତାଙ୍କୁ ଗିରଫ କରିଛି ସହିଦନଗର ଥାନା ପୋଲିସ। ତେବେ ଯାହା ଜଣା ପଡିଛି ପ୍ରାୟ ୧୫ରୁ ଅଧିକ ଯୁବକଙ୍କୁ ଫସାଇଛନ୍ତି ଏହି ଯୁବତୀ ଜଣଙ୍କ।ଏହି ଯୁବତୀଙ୍କ ନାମ ହେଉଛି ପ୍ରିୟଙ୍କା ପ୍ରିୟଦର୍ଶିନୀ ପରିଡା ଏବଂ ତାଙ୍କର ଘର ହେଉଛି ବାଣପୁର ନିକଟ ନାଚୁଣୀ ଗାଁରେ।

ଯାହା ଜଣା ପଡିଛି ଅନେକ ସମୟରେ ଭିନ୍ନ ଭିନ୍ନ ପରିଚୟ ଦେଇ ସେ ଯୁବକଙ୍କୁ ଫସାଇଥାନ୍ତି। କେତେବେଳେ ନିଜକୁ ଡାକ୍ତର କହି ତ ପୁଣି କେତେବେଳେ ନିଜକୁ ଇଞ୍ଜିନିୟର କେତେବେଳେ ନିଜକୁ ମଡେଲ ତ, ଆଉ କେତେବେଳ ନିଜକୁ ଅଭିନେତ୍ରୀର ପରିଚୟ ଦେଉଥିଲେ। ଏମିତି କହି ସେ ଯୁବକଙ୍କୁ ପ୍ରେମ ଜାଲରେ ଫସାଉଥିଲେ। ଆଉ ପରେ ପ୍ରେମରେ ଫସାଇ ଟଙ୍କା ନେଲା ପରେ ସେ ତାଙ୍କର ଆକାଉଣ୍ଟକୁ ବନ୍ଦ କରି ଦେଉଥିଲେ। ଆଉ ଯଦି କଥା ହେବା ପାଇଁ କିମ୍ୱା ତାଙ୍କୁ ଜାଣିବା ପାଇଁ କେହି ଭିଡିଓ କଲ୍‌ କରନ୍ତି ତେବେ ସେ ଘରେ ଥିବାର ବାହାନା କରି କାହା ଫୋନ ଉଠାଉନଥିଲେ।

ତେବେ ଏହି ମାଷ୍ଟରମାଇଣ୍ଡ ପ୍ରିୟଙ୍କାଙ୍କ ଗିରଫ ପରେ ତାଙ୍କ ନିକଟରୁ ନଗଦ ଟଙ୍କା ସହ ମୋବାଇଲ, ଏଟିଏମ୍‌ କାର୍ଡ, ବ୍ୟାଙ୍କ ପାସ୍‌ ଓ ଚେକ୍‌ ବୁକ୍‌ ଆଦି ପୋଲିସ୍ ଜବତ କରିଛି।ତେବେ ସୋସିଆଲ ମିଡିଆରେ ଯୁବକଙ୍କ ସହ ବନ୍ଧୁତା ସ୍ଥାପନ କରି ଲକ୍ଷାଧିକ ଟଙ୍କା ଲୁଟୁଥିବା ଏହି ଯୁବତୀ ଅନ୍ୟପକ୍ଷରେ ଏକାଧିକ ଯୁବତୀ ମାନଙ୍କୁ ନେଇ ଏକ ଗ୍ୟାଙ୍ଗ୍‌ ବି ତିଆରି କରିଥିଲେ ଏବଂ ସେମାନଙ୍କୁ ସେ ନିଜେ ଟ୍ରେନିଂ ବି ଦେଉଥିଲେ। ଏ ଘଟଣା ଯଦିଓ ନୂଆ ନୁହଁ ତଥାପି ଅନେକ ଏ ଦିଗରେ ସଚେତନ ନୁହଁନ୍ତି। ଆପଣ ଏଥିପ୍ରତି ଯଥା ପୂର୍ବକ ଧ୍ୟାନ ଦିଅନ୍ତୁ ନହେଲେ ଆପଣ ବି ଏପରି ଠକାମୀ ର ଶିକାର ହୋଇ ପାରନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।