ପୁଣି ପୋଷ୍ଟ Office କୁ ଆସିଲା ଦମଦାର ସ୍କିମ , ମାତ୍ର 150 ଟଙ୍କା କରିଦେବ ଲକ୍ଷପତି

0

ସମାଜରେ ସାଧାରଣ ଲୋକମାନଙ୍କ ପାଇଁ ତଥା ଦିନ ମଜୁରିଆଙ୍କ ସୁଖ ସୁବିଧା ପାଇଁ ପ୍ରତ୍ୟେକ କ୍ଷେତ୍ରରେ ରାଜ୍ୟ ସରକାର ବିଭିନ୍ନ ପ୍ରକାର ଯୋଜନା ମାନ କରିଥାନ୍ତି । ଯେଉଁଥିରେ ସାଧାରଣ ଲୋକମାନେ ବିଶେଷ ଭାବରେ ଉପକୃତ ହୋଇପାରିବେ । ତେବେ ବର୍ତ୍ତମାନ ସମୟରେ ଆଉ ଏକ ଯୋଜନା ଶୁଭାରମ୍ଭ ହୋଇଛି , ଯେଉଁଥିରେ ଆପଣ ମାନେ ମାତ୍ର 150 ଟଙ୍କା ରଖନ୍ତୁ , ଆପଣଙ୍କୁ ମିଳିବ 15 ଲକ୍ଷ ଟଙ୍କା ଟଙ୍କା । ଯଦି ଆପଣ ପ୍ରତିଦିନ 150 ଟଙ୍କା ସଞ୍ଚୟ କରନ୍ତି , ତାହେଲେ 15 ଲକ୍ଷ ଟଙ୍କାର ମାଲିକ ହୋଇପାରିବେ ।

ତେବେ ଏମିତିକା ଅଫର୍ ଦେଉଛି ପୋଷ୍ଟ ଅଫିସ , ପବ୍ଲିକ ପ୍ରଭିଡେଣ୍ଟ ଫଣ୍ଡ ବା ପିପିଏଫ୍ ସ୍କିମ ରେ ଲବଡମ ନିବେଶ କଲେ ସହଜରେ ଲକ୍ଷ ଲକ୍ଷ ଟଙ୍କା ର ଫଣ୍ଡ ହୋଇପାରିବ । ପ୍ରତି ମାସରେ ପିପିଏଫ୍ ରେ ଆପଣ ଦୈନିକ 150 ଟଙ୍କା ସଞ୍ଚୟ କରି ଜମା କଲେ 15 ବର୍ଷ ପରେ ପ୍ରାୟ 15 ଲକ୍ଷ ଟଙ୍କା ହୋଇ ପାରିବ । ଆପଣ ଦୈନିକ 150 ଟଙ୍କା ସଞ୍ଚୟ କରୁଛନ୍ତି , ତାହାଲେ ମାସକୁ 4 ହଜାର 5 ଶହ ଟଙ୍କା ସଞ୍ଚୟ କରିଥାନ୍ତି । ଏହାକୁ ପିପିଏଫ୍ ରେ ନିବେଶ କଲେ ଆପଣଙ୍କ ବାର୍ଷିକ ନିବେଶ 54 ହଜାର ଟଙ୍କା ହେବ । 15 ବର୍ଷରେ ଆପଣଙ୍କ ପିପିଏଫ୍ ଏକାଉଣ୍ଡ ମେଚର ହୋଇଯିବ ।

ତା ପରେ ଆପଣଙ୍କୁ 14 ଲକ୍ଷ 64 ହଜାର 555 ଟଙ୍କା ମିଳିବ , ବର୍ତ୍ତମାନ ପିପିଏଫ୍ ବାର୍ଷିକ 7.1 ପ୍ରତିଶତ ସୁଧ ମିଳୁଛି । ମେଚର ହେବା ଯାଏ ଏମିତି ସୁଧ ମିଳିବ , ପିପିଏଫ୍ ଆୟକର ଟ୍ୟାକ୍ସ ଆକ୍ଟ ସେକ୍ସନ ଏଇଟି ସି ଅନୁଯାୟୀ ଟ୍ୟାକ୍ସ ବେନିଫିଟ୍ ମିଳିଥାଏ । ପୋଷ୍ଟାଲର ଏହି ପପୁଲାର ସ୍କିନ ରେ ଲକ୍ଷେ 50 ହଜାର ଟଙ୍କା ପର୍ଯ୍ୟନ୍ତ ପୁଞ୍ଜି ବିନିଯୋଗ ପାଇଁ ରିହାତି ନିଆଯାଇ ପାରେ । ପିପିଏଫ୍ ରେ ଅର୍ଜିତ ସୁଧ ଏବଂ ମେଚରିଟି ରାଶି ମଧ୍ୟ ଟ୍ୟାକ୍ସ ମୁକ୍ତ , ପିପିଏଫ୍ ଏକାଉଣ୍ଡରେ ଋଣ ସୁବିଧା ମଧ୍ୟ ରହିଛି । ପିପିଏଫ୍ ଏକାଉଣ୍ଡ ଯେଉଁ ବର୍ଷ ଖୋଲିଥିବେ , ତାହା ଶେଷ ହେବାର ବର୍ଷେ ପୂରା ହେବା ପରେ ଏବଂ 5 ବର୍ଷ ପୂରା ହେବା ପୂର୍ବରୁ ଋଣ ପାଇଁ ଆବେଦନ କରିପାରିବେ ।

ଯଦି ଆପଣଙ୍କ ପିପିଏଫ୍ ସ୍କିମ ରେ ଟଙ୍କା ନିବେଶ କରି ଭରପୁର ଲାଭ ଉଠାଇବା ପାଇଁ ଚାହାନ୍ତି , ତେବେ ଆପଣଙ୍କ ଘର ପାଖରେ ଥିବା ପୋଷ୍ଟ ଅଫିସ୍ ରେ ନିଶ୍ଚୟ ଯୋଗାଯୋଗ କରନ୍ତୁ । ଏହା ଆପଣଙ୍କ ପାଇଁ ପ୍ରଚୁର ଲାଭ ଦାୟକ ହେବ , ଏଥିପାଇଁ ଆପଣ ପ୍ରତିଦିନ 150 ଟଙ୍କା ସଞ୍ଚୟ କରନ୍ତି ତେବେ 15 ଲକ୍ଷ ଟଙ୍କାର ମାଲିକ ହୋଇ ପାରିବେ । ଏହାର ଅଧିକ ତଥ୍ୟ ଜାଣିବା ପାଇଁ ନିକଟସ୍ଥ ପୋଷ୍ଟ ଅଫିସରେ ମଧ୍ୟ ବୁଝି ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।