ଜରୁରୀ ଖବର : ପୁଣି ପ୍ରଧାନମନ୍ତ୍ରୀ ନେଲେ ବଡ ନିଷ୍ପତି, ଆଉ ଦେଶ ବ୍ୟାପୀ ଲାଗିବନି ଲକଡାଉନ୍, ସେୟାର କରି ସମସ୍ତଙ୍କୁ ଜଣାଇ ଦିଅନ୍ତୁ

0

ଏବେ ଆୟତ୍ତ ବାହାରେ କରନା ସଂକ୍ରମଣର ସ୍ଥିତି। ସାରା ଦେଶରେ ସୃଷ୍ଟି ହୋଇଛି ଏକ ଭୟାନକ ସ୍ଥିତି। କରନା ରେ ଆକ୍ରାନ୍ତ ଙ୍କ ସଂଖ୍ୟା ଦିନକୁ ଦିନ ଯେଉଁଭଳି ଭାବରେ ବଢୁ ଛନ୍ତି ସେହିଭଳି ଭାବରେ କରନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଅବଶ୍ୟ କରନା ରେ ଆକ୍ରାନ୍ତ ମାନେ ବହୁତ୍ ସଂଖ୍ୟାରେ ପ୍ରତିଦିନ ସୁସ୍ଥ ମଧ୍ୟ ହେଉଛନ୍ତି। ତେବେ ସାରା ଦେଶରେ କରନା ସଂକ୍ରମଣ ଦୈନିକ ରେକର୍ଡ ଛୁଁଥିବା ବେଳେ ଏହାକୁ ନେଇ ଏକ ଭୟାବହତା ଦେଖା ଦେଇଛି ସାଧାରଣରେ ନିଶ୍ଚିତ ଭାବରେ।ତେବେ ଏହି ଭଳି ପରିସ୍ଥିତି ଉପୁଜିଥିଲେ ମଧ୍ୟ ବର୍ତ୍ତମାନ ଦେଶବ୍ୟାପୀ ଲକ୍ ଡାଉନ୍ ର ଆବଶ୍ୟକତା ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି।

ଆପଣଙ୍କୁ କହି ରଖୁଛୁ ଯେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ଖବର ପ୍ରକାଶ କରିଛନ୍ତି ଜାତୀୟ ଗଣମାଧ୍ୟମ। ତେବେ କରନା ସଂକ୍ରମଣ ର ଉଗ୍ର ରୂପ କୁ ଦେଖି ରାଜ୍ୟ ସରକାର ଗୁଡ଼ିକ ଲକ୍ ଡାଉନ୍ ଏବଂ ଶଟ୍ ଡାଉନ୍ ଭଳି ଅନେକ ପଦକ୍ଷେପ ନେଉଥିବା ବେଳେ ଏହାକୁ ନେଇ ଆଉ ଦେଶବ୍ୟାପୀ ଲକ୍ ଡାଉନ୍ କରିବାର କୌଣସି ଆବଶ୍ୟକତା ନାହିଁ।ଆପଣ ଜାଣିଛନ୍ତି କରନା ଭାଇରସ୍ ର ଏହି ଦ୍ଵିତୀୟ ଲହର ର ସଂକ୍ରମଣ ଦେଶର ସ୍ବାସ୍ଥ୍ୟ ଭିତ୍ତିଭୂମି ଉପରେ ପ୍ରବଳ ଚାପ ପକାଇବାରେ ଲାଗିଛି। ଫଳ ସ୍ୱରୂପ ହସ୍ପିଟାଲ୍ ରେ ବେଡ୍ ମିଳୁ ନଥିବା ବେଳେ ଆକ୍ରାନ୍ତ ଙ୍କୁ ଅକ୍ସିଜେନ୍ ମିଳୁନାହିଁ ଏବଂ ଏପରିକି ସଂକ୍ରମଣରେ ମୃତ୍ୟୁ ପରେ ଶ୍ମଶାନ ରେ ଶବ ଦାହ ପାଇଁ ଜାଗା ମଧ୍ୟ ମିଳୁନାହିଁ।

ଆଉ ଏପରି ସ୍ଥଳେ ଗତବର୍ଷ ଭଳି ଲକ୍ ଡାଉନ୍ ଭଳି ପଦକ୍ଷେପ ନେଇ କରନା ସଂକ୍ରମଣ ର ଚେନ କୁ ଭାଙ୍ଗିବାକୁ ଅନେକ ବିଶେଷଜ୍ଞ ମାନେ ମତ ଦେଉଛନ୍ତି।ଆଉ ଏହାରି ଭିତରେ ଆମେରିକାର ସରକାର୍ ଙ୍କ ମୁଖ୍ୟ ସ୍ବାସ୍ଥ୍ୟ ପରାମର୍ଶଦାତା ଏହା କହିଥିଲେ ଯେ ଭାରତରେ ଏଭଳି ସଂକ୍ରମଣ କୁ ରୋକିବାକୁ ହେଲେ ଦେଶବ୍ୟାପୀ ଲକ୍ ଡାଉନ୍ କରିବା ନିହାତି ଆବଶ୍ୟକ ଅଟେ।କିଛି ମାସର ଶକ୍ତ ଲକ୍ ଡାଉନ୍ କଟକଣା ଫଳରେ କରନା ର ସଂକ୍ରମଣକୁ ଏଡାଇ ଦିଆ ଯାଇ ପାରିବ। କେବଳ ସେ ନୁହନ୍ତି ଦିଲ୍ଲୀ ଏମ୍ସ ର ମୁଖ୍ୟ ମଧ୍ୟ ଭାରତର ଏଭଳି ପରିସ୍ଥିତି ରେ ଶକ୍ତ ଲକ୍ ଡାଉନ୍ ର ପ୍ରସ୍ତାବ ଦେଇ ଆସୁଛନ୍ତି।

ତେବେ କେନ୍ଦ୍ର ସରକାର ଏହାର ସପକ୍ଷରେ ନଥିବା ବେଳେ ବର୍ତମାନ ଦେଶର ୧୦ ଟି ରାଜ୍ୟରେ ସଂକ୍ରମଣ ର ସ୍ଥିତି କୁ ଅନୁଧ୍ୟାନ କରି ଲକ୍ ଡାଉନ୍ ଶଟ ଡାଉନ୍ ଭଳି କଟକଣା ଘୋଷଣା କରା ଯାଇଛି। ତେବେ ଦେଶବ୍ୟାପୀ ଲକ୍ ଡାଉନ୍ କରିବା ଦ୍ୱାରା ଏହା ଦେଶର ଅର୍ଥନୀତି କୁ ଦୁର୍ବଳ କରିଦେବ ଏବଂ ରୋଜଗାର ଛଡାଇ ନେବା ସହିତ ପ୍ରବାସୀ ଶ୍ରମିକଙ୍କ ଅବସ୍ଥାକୁ ଆହୁରି ବେଶୀ ଖରାପ୍ କରିଦେବ ବୋଲି କେନ୍ଦ୍ର ସରକାର ସାରା ଦେଶରେ ଲକ୍ ଡାଉନ୍ କରିବା ସପକ୍ଷରେ ନଥିବା କଥା କେନ୍ଦ୍ର ସରକାର ଙ୍କ ପକ୍ଷରୁ କୁହାଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।