ପୁଣି ପ୍ରକୃତିର ମହା ତାଣ୍ଡବ ! ଏହି ଭୟଙ୍କର ଦୃଶ୍ୟ ଦେଖିଲେ ଆଖିରୁ ଲୁହ ଆସିଯିବ…ଦେଖନ୍ତୁ ଭିଡ଼ିଓ

0

ବର୍ତ୍ତମାନ ସମୟରେ ପ୍ରତ୍ୟେକ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି କିନ୍ତୁ ଅଧିକ ମାତ୍ରାରେ ପ୍ରଭାବିତ ହୋଇଛି କେରଳ ରାଜ୍ୟ । ତେବେ ସୂଚନା ଅନୁସାରେ କେରଳ ରେ ବର୍ଷା ବିତ୍ପାତ ଯୋଗୁଁ 18 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 20 ଜଣ ନିଖୋଜ ରହିଛନ୍ତି । ଲଘୁଚାପ ପ୍ରାଭାବରେ ଲଗାଣ ବର୍ଷା ଯୋଗୁଁ କୋଟାୟାମ କୋକାୟର ଏବଂ ଇଡୋକେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂସ୍ଖଳ ହୋଇଛି । ସେପଟେ ଇଣ୍ଡିଆରଏଫ୍ ଟିମ ଯୁଦ୍ଧ କାଳୀନ ଭିତ୍ତିରେ ବିଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଭୂସ୍ଖଳ ଯୋଗୁଁ ସେପଟେ କୋଟାୟମ ର କୋଟିକଲ ରେ ଗୋଟିଏ ପରିବାର ନିଚ୍ଛିନ୍ନ ହୋଇଯାଇ ଥିବାର ସୂଚନା ମିଳିଛି ।

ଘରେ ପାଖରେ ଥିବା ପାହା଼ଡରୁ ପାଣି ଏବଂ ଆବର୍ଜନା ମାଡି ଆସିବାରୁ ଘୋର ପତି ହୋଇଯାଇଥିଲା । ଏଥିରେ ଥିବା ମା ଏବଂ ସ୍ୱାମୀ ଓ ସ୍ତ୍ରୀ ସହ 4 ଜଣ ଛୁଆ ପ୍ରାଣ ହରାଇଛନ୍ତି , ଏହା ଛଡା 3ଟି ଘର ମଧ୍ୟ ଭାସିଯାଇଛି । ଦୁଇ ଦିନ ଧରି ପ୍ରବଳ ବର୍ଷା ଯୋଗୁଁ କେରଳ ର ପ୍ରାୟ ସମସ୍ତ ଡ୍ୟାମ ପୂରିବା ସ୍ଥିତି ରେ ରହିଛି , ଡ୍ୟାମରେ ଜଳ ପତ୍ତନ କମ ରଖିବା ଲାଗି ଗେଟ୍ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଯୋଗୁଁ ତଳିଆ ଅଞ୍ଚଳ ର ସ୍ଥିତି ଆହୁରି ସଙ୍ଗୀନ ହେବ ବୋଲି ଅନୁମାନ କରାଯାଉଛି । ସେପଟେ ମୁଖ୍ୟମନ୍ତ୍ରୀ ପରିସ୍ଥିତି ର ସମୀକ୍ଷା କରିବା ସହ ସ୍ଥିତି ଉଦବେଗ ଜନକ ଥିବା କହିଛନ୍ତି ରାଜ୍ୟ ସମବାୟ ମନ୍ତ୍ରୀ ।

ରାଜ୍ୟ ସମବାୟ ମନ୍ତ୍ରୀ ବିଏନ ବାସବନ୍ ଭୂସ୍ଖଳନ ସ୍ଥଳକୁ ଯାଇ ବୁଲି ଦେଖିଛନ୍ତି , ଏହାସହ ଉଦ୍ଧାର କାର୍ଯ୍ୟର ତଦାରଖ କରିଛନ୍ତି । ଆଜି ମଧ୍ୟ ବର୍ଷା ହେବାର ସମ୍ଭାବନା ଥିବାରୁ କୋଟାୟମ , ଏଡନାକୁଲମ ,ଇଡୁକିଥ , ପଲକୋଟ ଜିଲ୍ଲାକୁ ରେଡ ଆଲଟ ଜାରି କରାଯାଇଛି । କୋଟାୟମରେ ରାଜ୍ୟ ପରିବହନର ଗୋଟିଏ ବସ୍ ବୁଡିଯାଇ ଥିବାର ଦେଖିବାକୁ ମିଳିଥିଲା । ବିଭିନ୍ନ ସ୍ଥାନରେ ଆଣ଼୍ଡିଆରଏଫ ଟିମ୍ ସେମାନଙ୍କରଲ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଘରୁ ଲୋକମାଙ୍କୁ ସୁରକ୍ଷିତ ସ୍ଥାନକୁ ଇଣ୍ଡିଆରଏଫ୍ ଟିମ ନେଉଛନ୍ତି ଏବଂ ଅନେକ ଜାଗାରେ ପାଣି ଭରି ରହିଛି ।

ସରକାର ବର୍ତ୍ତମାନ ସହାୟତା ଲୋଡିଛନ୍ତି ଏବଂ ବିଭିନ୍ନ ସ୍ଥାନରେ ଇଣ୍ଡିଆରଏଫ୍ ଟିମ ଉଦ୍ଧାର କାର୍ଯ୍ୟକୁ ତ୍ୱାରନ୍ୱିତ କରୁଛନ୍ତି । ଟିଭି ସ୍କ୍ରିନ ରେ ମଧ୍ୟ ଆପଣ ମାନେ ଦେଖି ପାରୁଥିବେ କିଭଳି ଲୋକମାନଙ୍କୁ ଉଦ୍ଧାର କରାଯାଉଛି । ଡ୍ୟାମ ଗୁଡିକରେ ଜଳ ପତ୍ତନ ବୃଦ୍ଧି ପାଇବାରେ ଲାଗିଛି , ତେଣୁ ତଳିଆ ଅଞ୍ଚଳରେ ଥିବା ଲୋକମାନେ ବର୍ତ୍ତମାନ ବହୁତ ପ୍ରଭାବିତ ହେଉଛନ୍ତି । ଅନେକ ଘର ଗୁଡିତ ମଧ୍ୟ ଭୁଷୁଡି ପଡୁଥିବାର ଚିତ୍ର ଆପଣ ମାନେ ନିଶ୍ଚୟ ଦେଖି ପାରୁଥିବେ । ବର୍ତ୍ତମାନ ସୁଦ୍ଧା ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ମଧ୍ୟ ଆଶଙ୍କା ରହିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।