ଦେଖନ୍ତୁ ଭିଡ଼ିଓ : ପୁଣି ରହସ୍ୟ ଘେରରେ ହଷ୍ଟେଲର room ନମ୍ୱର ୱାନ୍, କ’ଣ ହୋଇଥିଲା ସେଦିନ room ନମ୍ୱର ୱାନ୍ ରେ…..

0

ଏସିଏଫ୍ ସୌମ୍ୟରଂଜନଙ୍କ ମୃତ୍ୟୁ ଘଟଣାକୁ ନେଇ ଅନେକ ରୋଚକ ମୋଡ ସାମ୍ନାକୁ ଆସୁଛି। ତେବେ ଏହି ଅଧିକାରୀ ଙ୍କ ମୃତ୍ୟୁ କୁ ଅନେକ ଦିନ ବିତି ଯାଇଥିଲେ ମଧ୍ୟ ତଥାପି ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇ ପାରିନି। ଏସିଏଫ ସୌମ୍ୟଙ୍କ ମୃତ୍ୟୁର ସତ ସାମ୍ନାକୁ ଆସି ପାରିନଥିବା ବେଳେ ଗୋଟେ ପରେ ଗୋଟେ ନୂଆ ମୋଡ ରହସ୍ୟକୁ ଆହୁରି ରୋଚକ କରି ଦେଉଛି।ଏହି ସମୟରେ ସ୍ତ୍ରୀ ବିଦ୍ୟାଭାରତୀ ଙ୍କୁ ନେଇ ସନ୍ଦେହ ବଢୁଥିବା ବେଳେ ଅନେକ ରହସ୍ୟ ରୁ ମଧ୍ୟ ପରଦା ହଟୁଛି। ଆପଣ ଜାଣିଛନ୍ତି ବିଦ୍ୟାଭାରତୀ ହେଉଛନ୍ତି ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ(ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ରଙ୍କ ପତ୍ନୀ।

ଏସିଏଫ୍‌ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ପରେ ଚର୍ଚ୍ଚାକୁ ଆସିଛନ୍ତି ବିଦ୍ୟାଭରତୀ ପଣ୍ଡା। ଏହାକୁ ନେଇ ଏବେ ତଦନ୍ତ ଚାଲି ରହିଛି। ନୂଆ ନୂଆ ତଥ୍ଯ ମଧ୍ୟ ସାମ୍ନାକୁ ଆସୁଛି।ତେବେ ଏସବୁ ଅନୁସନ୍ଧାନ ଭିତରେ ଆଉ ଏକ କଥାକୁ ନେଇ ଚର୍ଚ୍ଚା ହେଉଛି। ବିଦ୍ୟାଭାରତୀ ବଲାଙ୍ଗୀର ରେ ରହୁଥିବା ସମୟରେ ଯେଉଁଠି ପାଠ ପଢିଥିଲେ ସେହି ସ୍ଥାନରେ ସେ ବେଚଲର ପାର୍ଟି ଦେଇଥିଲେ ଯାହାକୁ ନେଇ ସନ୍ଧାନ ଜାରି ରହିଛି।ତେବେ ବିଦ୍ୟାଭାରତୀ ଯେଉଁ ଷ୍ଟେଟମେଣ୍ଟ ଦେଇଛନ୍ତି ଯେ ସେ ସେଠାରେ ବେଚଲର ପାର୍ଟି ଦେଇଛନ୍ତି ତେବେ ଏଠାରେ ପ୍ରଶ୍ନ ଉଠୁଛି ସେ ସେଠାରେ କେଉଁଠାରେ ରହିଥିଲେ।ସେ ଏଠାରେ କାହା କାହାକୁ ଭୋଜି ଦେଇଥିଲେ।

ଏ ପୂରା ଘଟଣାର ଖୁଳାସା ହେବ। କାରଣ ଦିବ୍ୟା ଯେଉଁଠି ପଢୁଥିଲେ ସେଠାକୁ ଯାଇ ଏ ବିଷୟରେ ତଦନ୍ତ ମଧ୍ୟ ହୋଇଛି। ତେବେ ସେ ପଢୁଥିବା ଇନ୍‌ଷ୍ଟିଚ୍ୟୁଟ୍‌ ର ଅଧିକାରୀ ହେମନ୍ତ କୁମାର ପ୍ରଧାନଙ୍କ ଅନୁମତି ନେଇ ସେ ଏକ ଭୋଜି ଆୟୋଜନ କରିଥିଲେ।ଏହି ଭୋଜିରେ ସେ ଚିକେନ୍‌ ଓ ମଟନ ହୋଇଥିଲା।ଆଉ ଏଥିରେ ୧୩୦୦୦ ଟଙ୍କା ଖର୍ଚ୍ଚ ହୋଇଥିଲା ବୋଲି ସେ କହିଥିଲେ।ବଲାଙ୍ଗିର ପ୍ରାଣୀଧନ ନିରୀକ୍ଷଣ ତାଲିମ୍‌ କେନ୍ଦ୍ର ହଷ୍ଟେଲ୍‌ରେ ଏହି ଭୋଜି ଆୟୋଜନ କରା ଯାଇଥିଲା। ତାଲିମ କେନ୍ଦ୍ରର ୮୦ ଜଣ ଛାତ୍ରଛାତ୍ରୀ ଓ ଷ୍ଟାଫ୍‌ ଭୋଜି ଖାଇଥିଲେ ବୋଲି ଇନ୍‌ଷ୍ଟିଚ୍ୟୁଟ୍‌ ର ଅଧିକାରୀ କହିଛନ୍ତି। ତାର ଫଟୋ ମଧ୍ୟ ତାଙ୍କ ପାଖରେ ରହିଛି ବୋଲି ସେ କହିଛନ୍ତି।

୨୦୧୯ ଅକ୍ଟୋବର ୧୬ ତାରିଖରେ ବିଦ୍ୟାଭାରତୀ ବଲାଙ୍ଗିର ପ୍ରାଣୀଧନ ନିରୀକ୍ଷଣ ତାଲିମ୍‌ କେନ୍ଦ୍ରରେ ଆଡମିଶନ୍‌ କରିଥିଲେ। ସେ ଇନ୍‌ଷ୍ଟିଚ୍ୟୁଟ୍‌ ହଷ୍ଟେଲର ରୁମ୍‌ ନମ୍ବର ୧ରେ ରହୁଥିଲେ। ତାଙ୍କ ସହ ଆଉ ଦୁଇଜଣ ମହିଳା ଛାତ୍ରୀ ରହୁଥିଲେ। ସୂଚନା ଅନୁସାରେ ମହାମାରୀ କରୋନା ପାଇଁ ସେ ୨୦୨୦ ମାର୍ଚ୍ଚ ୧୮ ତାରିଖରେ ହଷ୍ଟେଲ ଛାଡ଼ିଥିଲେ ବିଦ୍ୟାଭାରତୀ । ପରେ ୨୦୨୦ ଡିସେମ୍ବର ୧ ତାରିଖରେ ସେ ସୌମ୍ୟରଞ୍ଜନଙ୍କୁ ବିବାହ କରିଥିଲେ ଏବଂ ଗତ ୧୨ ତାରିଖ ରାତିରେ ପୋଡ଼ି ହୋଇ ଗୁରୁତର ହୋଇଥିଲେ ସୌମ୍ୟ ଏବଂ ପରେ କଟକ ନିଆଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଗତ ମଙ୍ଗଳବାର ତାଙ୍କର ମୃତ୍ୟୁ ଘଟିଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।