ଦେଖନ୍ତୁ Shocking ଭିଡ଼ିଓ : ପୁଣି ରକ୍ତରଞ୍ଜିତ ହେଲା ରାଜଧାନୀ; ନୂଆ ବସଷ୍ଟାଣ୍ଡରେ ଗୋଡେଇ ଗୋଡେଇ ହାଣିଲେ..

ହଁ ଆଜ୍ଞା ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବରମୁଣ୍ଡା ନାମକ ବସ ଷ୍ଟାଣ୍ଡ ନିକଟରେ , ତେବେ ଘଟଣା ରୁ ଯାହା ଜଣା ପଡିଛି କି ଦୁଇ ବସ ମଧ୍ୟରେ ଟାଇମିଙ୍ଗ କୁ ନେଇକି ଏଭଳି ଏକ ଭୟଙ୍କର କାଣ୍ଡ ସୃଷ୍ଟି ହୋଇଛି , ଆଉ ଯାହା ଫଳରେ ସେଠାରେ ବ୍ରହ୍ମହପୁର ରୁ ଛତ୍ରପୁର ବାହାରିଥିବା ଯାତ୍ରୀ ଯୋଉ ମାନେ କି ବସ ଯୋଗେ ବିଭିନ୍ନ ସ୍ଥାନକୁ ଯିବା ପାଇଁ ଆସିଥିଲେ ସେମାନେ ବର୍ତ୍ତମାନ ପଡିଛନ୍ତି ବିପଦରେ, ଆଉ ବହୁତ ଅସୁବିଧାକୁ ମଧ୍ୟ ସେମାନେ କରୁଛନ୍ତି ସାମ୍ନା |

ସାଧାରଣତଃ ଭାବେ ସବୁବେଳେ ଶୁଣିବାକୁ ମିଳେ କି ବରମୁଣ୍ଡା ବସ ଷ୍ଟାଣ୍ଡ ରେ ସବୁବେଳେ ଗୁଣ୍ଡା ଗିରି ମାରପିଟ ଆଉ, ଗୋଟିଏ ବସ ଡ୍ରାଇଭର ଓ କର୍ମଚାରୀ ମାନେ ଅନ୍ୟ ଏକ ବସ ର ଡ୍ରାଇଭର ଓ କର୍ମଚାରୀ ମାନଙ୍କ ସହିତ ଗଣ୍ଡଗୋଳ ଲାଗିଥାଏ ଓ ଯାହା ଫଳରେ ଦୁଇ ବସ ର କର୍ମଚାରୀ ମଧ୍ୟ ଆହତ ହେବା ସହିତ ବସ ରେ ରହୁଥିବା ଯାତ୍ରୀ ମାନେ ମଧ୍ୟ ହଇରାଣ ହୁଅନ୍ତି ଓ ବସ ଟି ର ମଧ୍ୟ କ୍ଷତି ହୁଏ |

ଠିକ ସେହିଭଳି ପରିସ୍ଥିତି ସୃଷ୍ଟି ହେଇଛି ବରମୁଣ୍ଡା ନିକଟରେ, ଯାହା ଜଣା ପଡିଛି କି ଦୁଇ ବସ ଭିତରେ ଟାଇମିଙ୍ଗ ର ଅସୁବିଧା ଯୋଗୁଁ ଦୁଇ ବସ ର ଡ୍ରାଇଭର ଓ କର୍ମଚାରୀ ଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗିଥିଲା ଓ ରାସ୍ତା ମଝିରେ ଜଣେ ଅନ୍ୟ ଜଣଙ୍କୁ ହାଣିବା ପାଇଁ ଗୋଡେଇ ମଧ୍ୟ ଥିଲେ ଆଉ ଯାହା ଫଳରେ ଅନେକ କ୍ଷତି ମଧ୍ୟ ଦୁଇ ବସରେ ହୋଇଛି , ଡ୍ରାଇଭର ବସିଥିବା ଜାଗାରେ ଥିବା କାଚ ଟି ଭାଙ୍ଗି ମଧ୍ୟ ଯାଇଥିବାର ଯାହା ସୂଚନା ମିଳିଛି |

ତେବେ ଯାହା ଜଣା ପଡିଛି କି ବ୍ରହ୍ମପୁର ରୁ ଛତ୍ରପୁର କୁ ଭୋର ସମୟରେ ଆସିଥାଏ ଦୀଲଦାର ଓ ବାବାମଣି ନାମରେ ଦୁଇଟି ବସ , କିନ୍ତୁ ଯାହା ଜଣା ପଡିଛି ଏହି ଦୁଇଟି ବସ ବୋରମୁଣ୍ଡା ଷ୍ଟେସନ ପାଖରେ ଗୋଟିଏ ଟାଇମ ରେ ପହଞ୍ଚିଥିଲେ , ଆଉ ଯାହା ଫଳରେ ଦୁଇ ବସ ର କର୍ମଚାରୀ ଓ ଡ୍ରାଇଭର ମଧ୍ୟରେ ଆରମ୍ଭ ହୋଇଯାଇଥିଲା ଗଣ୍ଡଗୋଳ ଆଉ ହାନକଟା, ତେବେ ସ୍ଥାନୀୟ ଯୁବକ ମାନଙ୍କର ଯାହା କହିବା କଥା କି ବାହାରୁ ଦୁର୍ବୁତ୍ତ ମାନେ ଆସିକି ଏପରି କାର୍ଯ୍ୟ ସବୁବେଳେ କରନ୍ତି, ସ୍ଥାନୀୟ ଲୋକ ମାନଙ୍କର ଦୁର୍ବଳତା ଯୋଗୁଁ ଏମିତି ହେଉଛି ବାରମ୍ବାର

ତେବେ ଘଟଣା ଟି ଘଟିବା ପରେ ପୋଲିସ ସୂଚନା ପାଇଁ ଘଟଣା ସ୍ଥଳରେ ପହଞ୍ଚିଥିଲା ଓ ପୁରୁଣା ବସ ଷ୍ଟାଣ୍ଡ ରୁ ନୂଆ ବସ ଷ୍ଟାଣ୍ଡ ଯାଏ ପୋଲିସ ଘେରାଉ କରି ଅଭିଯୁକ୍ତ ମାନଙ୍କୁ ଧରିବାର ଚେଷ୍ଟା ଚଳାଇଛି , ଓ ପଛରେ ଆସିଥିବା ଗାଡି ବାବାମଣି ର ଯାତ୍ରୀ ମାନଙ୍କୁ ବସ ରୁ ବାହାର କରି ଦିଆଯାଇଛି, ଯାହା ଏବେ ସେସିଆଲ ମିଡିଆରେ ଏହି ଖବରଟି ଖୁବ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment