ଓଡ଼ିଆ ଟେଲି ଜଗତର କିଛି ଲୋକପ୍ରିୟ ଅଭିନେତ୍ରୀ ମାନଙ୍କ ଭିତରୁ ଜଣେ ଜଣାଶୁଣା ଅଭିନେତ୍ରୀ ଭାବରେ ଜାଙ୍କଲିନ ପରିଡ଼ା ବେଶ୍ ପରିଚିତ। ନିକଟରେ ସେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଆପଣ ତ ଜାଣିଛନ୍ତି ସେ ତାଙ୍କର ପୁରୁଷ ବନ୍ଧୁ ଅରବିନ୍ଦ ଙ୍କୁ ବିବାହ କରିଛନ୍ତି। ନିକଟରେ ସେ ବିବାହ କରିଥିବା ବେଳେ ସେ ତାଙ୍କର ଅନେକ ଫଟୋ, ଭିଡିଓ ଅନେକ ସମୟରେ ସୋସିଆଲ ମିଡିଆରେ ସେୟାର କରୁ ଥିବାର ଦେଖିବାକୁ ମିଳୁଛି। ଯାହା ପ୍ରଶଂସକ ମାନଙ୍କ ପାଇଁ ସେ ପୋଷ୍ଟ କରିଥାନ୍ତି ଏବଂ ତାଙ୍କର ପ୍ରଶଂସକ ମାନେ ମଧ୍ଯ ଏହାକୁ ବେଶ୍ ପସନ୍ଦ କରନ୍ତି।
ଆପଣ ଦେଖିବାକୁ ପାଇଥିବେ ବିବାହ ସମୟରେ ଜାଙ୍କଲୀନ ବିବାହର ଅନେକ ସୁନ୍ଦର୍ ମୁହୂର୍ତ୍ତର ଫୋଟୋ ଏବଂ ଭିଡିଓ କୁ କେଉଁଭଳି ଭାବରେ ପୋଷ୍ଟ କରିଥିଲେ। ଆଉ ସେଥିରୁ ଏହା ସ୍ପଷ୍ଟ ଭାବରେ ଜଣା ପଡୁଥିଲା ଯେ ସେ ଏହି ବିବାହରେ ବହୁତ୍ ଖୁସି ଅଛନ୍ତି। ଅନେକ ସମୟ ରେ ଘରେ ସମସ୍ତଙ୍କ ସହ ବହୁତ୍ ଭଲ ଭାବରେ ଖୁସି ର ସହିତ ସେ ସମୟ ଅତିବାହିତ କରିଥିବାର ମଧ୍ଯ ଦେଖିବାକୁ ମିଳିଥାଏ।ତେବେ ବିବାହ ପରେ ଏହି ଚୁଲବୁଲି ଅଭିନେତ୍ରୀ ଜଣଙ୍କ ଶଶୁର ଘରକୁ ଆସିବା ପରେ ମଧ୍ୟ ସେଠାରେ ସେ ବହୁତ ଖୁସିରେ ରହି ଥିବାର ଦେଖିବାକୁ ମିଳିଛି।ସେ ଏଠାରେ ଅନେକ ସମୟରେ ସ୍ବାମୀ ଅରବିନ୍ଦ ଙ୍କ ସହ ଭିଡିଓ ସୁଟ କରି ପୋଷ୍ଟ କରୁଛନ୍ତି।
ବିଭିନ୍ନ ପ୍ରକାର ଗୀତରେ ସୁନ୍ଦର ସୁନ୍ଦର ଭିଡିଓ କରି ସେ ପ୍ରଶଂସକ ମାନଙ୍କ ପାଇଁ ଏହି ସବୁ ଭିଡିଓ କୁ ସେୟାର କରିଛନ୍ତି। ବହୁତ ଖୁସିର ସହିତ ସେ ତାଙ୍କ ସ୍ବାମୀଙ୍କ ସହିତ ବିଭିନ୍ନ ପ୍ରକାର ଭିଡିଓ କରିଛନ୍ତି। ତେବେ ଏହି ଭିଡିଓ ମାନଙ୍କରେ ଯାହା ଦେଖିବାକୁ ମିଳିଛି ସେ କେତେବେଳେ ରୁମ୍ ଭିତରେ ଭିଡିଓ ଶୁଟ କରୁଛନ୍ତି ତ ପୁଣି କେତେବେଳେ ବାହାରେ କାର୍ ରେ ସ୍ବାମୀଙ୍କ ସହିତ ଖୁସି ମଜାଜ୍ ର ଭିଡିଓ କରୁଛନ୍ତି। ତେବେ ତାଙ୍କର ଏହି ସବୁ ଭିଡିଓ ସୋସିଆଲ ମିଡିଆରେ ପ୍ରଶଂସକ ମାନଙ୍କ ଦ୍ଵାରା ବେଶ୍ ଗ୍ରହଣୀୟ ହୋଇଛି। ଏହାକୁ ତାଙ୍କର ପ୍ରଶଂସକ ମାନେ ବେଶ୍ ପସନ୍ଦ ମଧ୍ୟ କରିଛନ୍ତି ଏବଂ କିଛି ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି।
ଏବେ ସେହିଭଳି ଏକ ଭିନ୍ନ ଢ଼ଙ୍ଗରେ ଆକର୍ଷଣୀୟ ଲୁକ୍ ରେ ଜାଙ୍କଲିନ ଏବଂ ତାଙ୍କ ସ୍ୱାମୀ ଅରବିନ୍ଦ ପୁରୀ ବୁଲିବାକୁ ଯାଇ ସେଠାରେ ସମୁଦ୍ର ଉପକୂଳରେ ଏକ ଭିଡିଓ ଶୁଟ କରିଛନ୍ତି ଏବଂ ଏହାକୁ ସେ ସେୟାର ମଧ୍ୟ କରିଛନ୍ତି। ଏଥିରେ ସେମାନେ ଦୁଇଜଣ ଏକ ଭିନ୍ନ ଅନ୍ଦାଜ ରେ ନଜର ଆସିଛନ୍ତି।ଭିନ୍ନ ଗୀତରେ ସେମାନେ ଭିନ୍ନ ଭିନ୍ନ ପୋଜ ରେ ଏହି ଭିଡିଓ ରେ ନଜର ଆସିଛନ୍ତି। ତାଙ୍କର ଏହିଭଳି ଭିଡିଓ ଦର୍ଶକ ମାନଙ୍କୁ ବେଶ୍ ଆକର୍ଷିତ କରିବ। ସେମାନଙ୍କ ସହିତ ଅନ୍ୟଜଣେ ଯୁବତୀ ମଧ୍ଯ ମଜା କରୁଥିବାର ଏହି ଭିଡ଼ିଓରେ ଦେଖିବାକୁ ମିଳିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।