ପୁଣି ସାମ୍ନାକୁ ଆସିଲା ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିଷୟରେ ଗୁପ୍ତ ରହସ୍ୟର କିଛି ଅଜଣା କଥା। ଜାଣିଲେ ଆପଣ ବି ହୋଇଯିବେ ତାଯୁବ….

0

ନିଜର କଣ୍ଠର ଯାଦୁରେ ଶ୍ରୋତାଙ୍କୁ ମତୁଆଲା କରୁଥିବା ଓଡିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଙ୍କୁ ପ୍ରାୟତଃ ସମସ୍ତେ ଜାଣନ୍ତି। ଓଡ଼ିଶାରେ ତାଙ୍କ ପ୍ରତି ଏକ ନିଆରା ପ୍ରଶଂସା ଏବଂ ଭଲପାଇବା ରହିଛି।ଓଡ଼ିଆ ଯୁବ ବର୍ଗ ଙ୍କୁ ନିଜ ସ୍ଵରର ଯାଦୁରେ ସେ ଦୀର୍ଘଦିନ ଧରି ମତୁଆଲା କରି ଆସୁଛନ୍ତି। ତରଙ୍ଗ ର ସଙ୍ଗୀତ ପ୍ରତିଯୋଗିତା ଶୋ ରେ ଯୋଗ ଦେଇ ସେ ଏହାର ବିଜେତା ହେବା ପରେ ଓଡ଼ିଆ ସିନେମା ଜଗତରେ ବେଶ୍ ଆଦୃତି ହାସଲ କରି ପାରିଛନ୍ତି।

ସେ ପ୍ରଥମ ଫିଲ୍ମ୍ ଇସ୍କ୍ ତୁ ହିଁ ତୁ ରେ ଜଣେ ପ୍ଲେ ବେକ୍ ସିଙ୍ଗର ଭାବରେ କାମ କରିଥିଲେ। ତାପରେ ସେହି ଦିନଠାରୁ ତାଙ୍କର ସଫଳତା ର ସମୟ ଆରମ୍ଭ ହୋଇଥିଲା।ଏହାପରେ ସେ ଅନେକ ଗୀତ ଗାଇଛନ୍ତି।

ଏବେ ହ୍ୟୁମାନ ସାଗର ଙ୍କ ସଙ୍ଗୀତ ୟୁ ଟ୍ୟୁବ୍ ରେ ଏବଂ ଗୁଗୁଲ ରେ ଅଧିକ ସର୍ଚ୍ଚ ହେଉଥିବା ଦେଖିବାକୁ ମିଳିଛି। ପ୍ରେମ, ପ୍ରତାରଣା, ବେଦନା ଭରା ଗୀତ ଯୁବ ପିଢ଼ି ଙ୍କ ମନକୁ ଛୁଇଁଲା ଭଳି ଗୀତ ଗାଇ ସେ ସମସ୍ତଙ୍କ ନିକଟରେ ସେମାନଙ୍କ ହୃଦୟରେ ବିଶେଷ ସ୍ଥାନ ଅଧିକାର କରି ପାରିଛନ୍ତି।ତେବେ ଏହି ସଫଳ ଗାୟକ ଜଣଙ୍କ ୨୫ ନଭେମ୍ବର ୧୯୯୦ ମସିହାରେ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ରେ ଜନ୍ମ ଗ୍ରହଣ କରିଥିଲେ।ଏବେ ସେ କଟକରେ ରହୁଛନ୍ତି।

ତେବେ ସେ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଅଟନ୍ତି।ସେ ଡିଏଭି ଅଟନୋମୋସ ସ୍କୁଲ୍ ଆଣ୍ଡ କଲେଜ୍ ରୁ ତାଙ୍କର ଶିକ୍ଷା ଗ୍ରହଣ କରିଥିଲେ।ସେ ଏବେ ଜଣେ ଗାୟକ ଏବଂ କମ୍ପୋଜର ଭାବରେ କାର୍ଯ୍ୟ କରୁଛନ୍ତି।ତେବେ ତାଙ୍କର ଉଚ୍ଚତା ୫ ଫୁଟ ୮ ଇଞ୍ଚ୍ ଥିବା ବେଳେ ତାଙ୍କର ଓଜନ ହେଉଛି ୭୫ କେଜି।ସେ ଶ୍ରୀୟା ମିଶ୍ର ନାମକ ଜଣେ ଯୁବତୀକୁ ବିବାହ କରିଥିବା ବେଳେ ତାଙ୍କର ଜଣେ ଝିଅ ମଧ୍ୟ ରହିଛି।

ତେବେ ଏହି ଲୋକପ୍ରିୟ ଗାୟକ ଜଣଙ୍କ ଅନେକ ଆକର୍ଷଣୀୟ ଗୀତ ଗାଇଛନ୍ତି ଏବଂ ସେ ଗୋଟିଏ ଗୀତ ଗାଇବାକୁ ସେ ୧୦ ହଜାର ଟଙ୍କା ନେଇଥାନ୍ତି।ସେ ଅନେକ ମ୍ୟୁଜିକ୍ ରେ ଏବେ ସୁଦ୍ଧା କାମ କରି ସାରିଲେଣି ଏବଂ ଅନେକ ସଫଳତା ମଧ୍ୟ ସାଉଁଟି ସାରିଛନ୍ତି।ତେବେ ତାଙ୍କ ରାଜନୈତିକ ଜୀବନ କଥା ଯଦି କହିବା, ତେବେ ସେ ୨୦୧୯ ମସିହାରେ ବିଜୁ ଜନତା ଦଳ ରେ ଯୋଗ ଦେଇଥିଲେ।

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡ଼ି ରେ ଯୋଗ ଦେଇଥିଲେ ବୋଲି କହିଛନ୍ତି। ନବୀନ ପଟ୍ଟନାୟକ ଙ୍କ ପାଇଁ ଏକ ସୁନ୍ଦର୍ ସଙ୍ଗୀତ ସେ ଗାଇଥିଲେ ଯାହା ବହୁତ୍ ହିଟ୍ଟ ମଧ୍ୟ ହୋଇଥିଲା ଏବଂ ଏହାକୁ ସମସ୍ତେ ପସନ୍ଦ ମଧ୍ୟ କରିଥିଲେ।ତେବେ ତାଙ୍କର ପ୍ରଥମ କନ୍ୟା ସନ୍ତାନ ୨୧୧୮ ମସିହାରେ ଜନ୍ମ ଗ୍ରହଣ କରିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।