ପୁଣି ସାମ୍ନା କୁ ଆସିଲା ନଗ୍ନ ଚିତ୍ର ! ଭିଡ଼ିଓ ଟି ଦେଖିଲେ ଛାତି ଥରି ଉଠିବ…ଦେଖନ୍ତୁ ଭିଡ଼ିଓ

0

ଆଜିର ସମାଜର ଲୋକଙ୍କୁ ଆପଣ କଣ କହିବେ। ସେମାନେ ବେଳେବେଳେ ଏମିତି କିଛି କାଣ୍ଡ ଘଟାଉଛନ୍ତି ଯାହା ଅନ୍ଯ ଉପରେ ଏକ କୁପ୍ରଭାବ ପକାଉଛି। ତେବେ ଦିନକୁ ଦିନ ଦୁନିଆରେ ଲୋକଙ୍କ ହାବ ଭାବରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳୁଛି। ମଣିଷ ପାଖରେ ସହନଶୀଳତା ଏବଂ ଉଦାରତା ପରିବର୍ତ୍ତେ ବୃଦ୍ଧି ପାଉଛି ରାଗ, କ୍ରୋଧ ଓ ହିଂସା। ଧୀରେ ଧୀରେ ନିର୍ଦ୍ଦୟ ହୋଇ ପଡୁଛି ଆଜିର ମଣିଷ। ହିଂସା, ମାରପିଟ୍ ଆଦି ଭିତରେ ଯେମିତି ଏକ ପ୍ରକାର ଅଭ୍ୟସ୍ତ ହେଇ ପଡ଼ିଛି ଆଜିର ମନିଷ।ଏକ ପ୍ରକାର ଭୟ, ଅସ୍ଥିରତା ଦେଇ ମଣିଷକୁ ଏବେ ଦିନ କାଟିବାକୁ ପଡ଼ୁଛି। କାରଣ କେତେବେଳେ କଣ କାହା ସହ ଘଟିବ ତାହା କହିବା ଏକ ପ୍ରକାର ମୁସ୍କିଲ।

ସରଳ, ଉଦାର ହେଲେ ମଧ୍ୟ ଅନ୍ଯ ମାନଙ୍କ ଦ୍ବାରା ଠକାମୀ ର ଶିକାର ହେବା ର ସମ୍ଭାବନା ଯଥେଷ୍ଟ ଅଧିକ। ସେହିପରି ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଯେଉଁ ଘଟଣାରେ ଜଣେ ସରପଞ୍ଚ ବାପାଙ୍କ ଦାଦାଗିରି ଦେଖିବାକୁ ମିଳିଛି।ସେ କିପରି ମଦ ପିଇ ନିଶାସକ୍ତ ଅବସ୍ଥାରେ ଜଣେ ମହିଳାଙ୍କୁ ମାଡ ମାରିଛନ୍ତି ତାହା ଏଠାରେ ସ୍ପଷ୍ଟ ଦେଖା ଯାଉଛି। ତେବେ ଏହି ଘଟଣାଟି ଘଟିଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ କାକିରିଗୁମା ଥାନା ଗୌଡଗୁଡା ଗ୍ରାମରେ। ତେବେ ମିଳିଥିବା ସୂଚନା ଅନୁସାରେ ଘଟଣାକ୍ରମ ଏହା ଥିଲା କି ସୁଆଁ ଫସଲ ଜମିରେ ଗାଇ ପଶି ଫସଲ ନଷ୍ଟ କରିଦେବାକୁ ନେଇ ସରପଞ୍ଚର ବାପା ଜଣକ ଗାଁ ଦାଣ୍ଡରେ ଗୋରୁ ଗାଇଙ୍କ ଭଳି ଏହି ମହିଳାଙ୍କୁ ଠେଙ୍ଗାରେ ପିଟି ଚାଲି ଛନ୍ତି।

ଏହାଛଡ଼ା ସେ ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହ ମହିଳା ଜଣଙ୍କୁ ଗୋଡାଇ ଗୋଡାଇ ମାଡ଼ ମଧ୍ଯ ମାରୁଛନ୍ତି।ଶେଷରେ ପ୍ରାଣ ଭୟରେ ମହିଳା ଜଣକ ଘରେ ପଶି ଯାଇଥିଲେ। ଘରୁ ବାହାରିବା ପାଇଁ ସରପଞ୍ଚଙ୍କ ବାପା ନିଶାଶକ୍ତ ଅବସ୍ଥାରେ ଧମକ ଦେବା ସହ ମାଡ ମାରୁଥିବାର ଅଭିଯୋଗ ହୋଇଛି। ଆପଣଙ୍କୁ କହି ରଖୁଛୁ ଯେ ଗୌଡଗୁଡା ପଞ୍ଚାୟତର ସରପଞ୍ଚ ଡମ୍ବୁରୁ ମୁଦୁଲିଙ୍କ ବାପା ଅଟନ୍ତି ତିର ମୁଦୁଲି।ଗତ ୨୭ ତାରିଖରେ କୁଆଡେ ମହିଳାଙ୍କ  ପାଳିତ ଗାଇଟି ତିର ମୁଦୁଲିର ଚାଷ ଜମିରେ ଫସଲ ନଷ୍ଟ କରିଦେଇଛି ବୋଲି ଏଥିରେ ରାଗିଯାଇ ତିର ମୁଦୁଲି ଗାଇ ପାଳିଥିବା  ମହିଳା ଦେବକି ବିଶୋଇଙ୍କୁ ଗାଁ ଦାଣ୍ଡରେ ଅଭଦ୍ର ଭାଷାରେ ଗାଳି ଗୁଲଜ କରିବା ସହ ଠେଙ୍ଗାରେ ଗୋରୁ ଗାଇକୁ ପିଟି ଛନ୍ତି।

ମହିଳାଙ୍କ ସ୍ବାମୀଙ୍କ ନାମରେ ମଧ୍ୟ ମାରାନାତ୍ମକ ଆକ୍ରମଣର ଅଭିଯୋଗ ହୋଇଛି। ସବୁ ଘଟଣାର ତଦନ୍ତ କରୁଛନ୍ତି କୋରାପୁଟ ଏସପି। ତେବେ ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରଲ ହେଉଛି। ଏହାକୁ ଦେଖି ଲୋକେ କହୁଛନ୍ତି ପୁଅ ସରପଞ୍ଚ ବୋଲି ଇନ୍ଦ୍ରଚନ୍ଦ୍ର ମାନୁ ନାହାନ୍ତି ସରପଞ୍ଚଙ୍କ ବାପା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।