ଦେଖନ୍ତୁ ଭିଡ଼ିଓ : ପୁଣି ସାମ୍ନା କୁ ଆସିଲା ନୂଆ ଖୁଲାସା ! କୁନ୍ଦ୍ରା ଙ୍କ ଫିଲ୍ମ ରେ ଓଡ଼ିଆ ପର୍ଣ୍ଣଷ୍ଟାର, କିଏ ସେ ପର୍ଣ୍ଣଷ୍ଟାର ? ସମସ୍ତଙ୍କ ଦିଲ ରେ କରୁଥିଲେ ରାଜ…

0

ବଲିଉଡ ର ଜଣାଶୁଣା ଲୋକପ୍ରିୟ ଅଭିନେତ୍ରୀ ଶିଳ୍ପା ସେଠୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଯିଏକି ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଅଟନ୍ତି ତାଙ୍କୁ ସୋମବାର କ୍ରାଇମବ୍ରାଞ୍ଚ ଟିମ ଗିରଫ କରିଛନ୍ତି। ଯେଉଁ ଖବର ନିଶ୍ଚିତ ଆଶ୍ଚର୍ଯ୍ୟ ଜନକ ଅଟେ କିନ୍ତୁ ଏହା ସତ। ତେବେ ମିଳିଥିବା ସୂଚନା ଅନୁସାରେ ଅଶ୍ଳୀଳ ଫିଲ୍ମ ବା ପୋନୋଗ୍ରାଫି ତିଆରି କରି ଆପରେ ପବ୍ଲିସ କରିବା ଅଭିଯୋଗରେ ରାଜ କୁନ୍ଦ୍ରା ଙ୍କୁ କ୍ରାଇମବ୍ରାଞ୍ଚ୍ ଗିରଫ କରିଛି। ତାଙ୍କ ନାଁରେ ଏଭଳି ଅଭିଯୋଗ କେବଳ ଆସିନାହିଁ ବରଂ ଯଥେଷ୍ଟ ପ୍ରମାଣ ମଧ୍ୟ ପୋଲିସ୍ ପାଖରେ ରହିଥିବା ପୋଲିସ୍ ପ୍ରକାଶ କରିଥିବା ଜଣା ପଡ଼ିଛି।

ତେବେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଅନ୍ୟ ଏକ ଘଟଣାର ତଦନ୍ତ ରେ ରାଜ କୁନ୍ଦ୍ରା ଙ୍କ ସାମିଲ୍ ରହିବା ସାମ୍ନାକୁ ଆସିଥିଲା। ତାପରେ ଏପରି ଚାଂଚଲ୍ୟକର ତଥ୍ଯ ପୋଲିସ୍ କୁ ମିଳିଥିଲା ଏବଂ ପରେ କ୍ରାଇମବ୍ରାଞ୍ଚ୍ ତାଙ୍କୁ ଗିରଫ କରିଛି। ତେବେ ସୂଚନା ଅନୁସାରେ ରାଜଙ୍କୁ ପଚରା ଉଚୁରା କରିବା ସହ ତାଙ୍କୁ ଗିରଫ କରିଛି କ୍ରାଇମ ବ୍ରାଞ୍ଚ ଟିମ।କ୍ରାଇମ ବ୍ରାଞ୍ଚର କହିବା ଅନୁଯାୟୀ ଯେଉଁ ଘଟଣା ସାମ୍ନା କୁ ଆସିଛି ସେହି ଘଟଣାର ମୁଖ୍ୟ ହେଉଛନ୍ତି ରାଜ। ତେବେ ଏହି କେଶ କୁ ନେଇ ଲଗାତାର ନୂଆ ନୂଆ ଖୁଲାସା ହେବାରେ ଲାଗିଛି। ସୂଚନାରୁ ଜଣାଯାଇଛି ଯେ ରାଜ ଏମିତି ଏକ ହୁଆଟ୍ସ ଅପ ଗୃପର ମେମ୍ବର ଥିଲେ ଯେଉଁଥିରେ ପୋର୍ନ ଫିଲ୍ମ ବିଜିନେସ ସହ ଜଡିତ ମେସେଜ ସବୁ ଦିଆନିଆ ହେଉଥିଲା।

ଯେଉଁଠୁ ପୋଲିସ୍ କୁ ତାଙ୍କ ବିଷୟରେ ସୁରାକ ମିଳିବା ସହ ଅନ୍ୟ ପ୍ରମାଣ ସବୁ ମିଳିଥିଲା। ତେବେ ଏହି ହୁଆଟ୍ସ ଅପ ଗ୍ରୁପର କିଛି ମେସେଜ ଏବେ ବେଶ ଭାଇରାଲ ହେବାରେ ଲାଗିଛି। ତେବେ ପୋଲିସ୍ ଯେଉଁ ତଥ୍ୟ ରଖିଛନ୍ତି ସେହି ଅନୁସାରେ ଏହା ଜଣା ପଡ଼ିଛି ଯେ ମୁମ୍ବାଇ ଫିଲ୍ମ ଇଣ୍ଡଷ୍ଟ୍ରିକୁ କାମ ଆଶାରେ ଆସୁଥିବା ଝିଅ ମାନଙ୍କୁ ନିଜ ଜାଲରେ ଫସାଉଥିଲେ ଏହି ଟିମ ଏବଂ ରାଜଙ୍କ ବିରୋଧରେ ଉଠିଥିବା ଏହି ଅଭିଯୋଗ ଆଗରୁ ମଧ୍ୟ ରହିଥିଲା।ଏହା ପୂର୍ବରୁ ଥରେ ମଡେଲ ପୁନମ ପାଣ୍ଡେ ରାଜ କୁନ୍ଦ୍ରା ଓ ତାଙ୍କ ସହଯୋଗୀଙ୍କ ନାଁରେ ହାଇକୋର୍ଟରେ ଏକ କେଶ ମଧ୍ୟ ଦାୟର କରିଥିଲେ। ତେବେ ଏବେ କୁନ୍ଦ୍ରାଙ୍କ କଳା କାରବାର କୁ ନେଇ ଚର୍ଚ୍ଚା ବେଶ୍ ଜୋର୍ ଧରିବାରେ ଲାଗିଛି।

କୁନ୍ଦ୍ରା ଙ୍କ ଫିଲ୍ମ ରେ ଓଡ଼ିଆ ପର୍ଣ୍ଣଷ୍ଟାର ! ମୁମ୍ବାଇ ରେ ରହୁଥିବା ଭୁବନେଶ୍ୱର ର ମଡେଲ ସେକ୍ସପିର ତ୍ରିପାଠୀ ଙ୍କୁ କୁନ୍ଦ୍ରା ଙ୍କ ଅଶ୍ଳୀଳ ଫିଲ୍ମ ରେ ଦେଖିବାକୁ ମିଳିଛି । କାରଣ ଫିଲ୍ମ୍ ନିର୍ମାଣ ଏବଂ ବିତରଣ ରେ ବ୍ରିଟିଶ ପ୍ରଡକ୍ସନ କଂପାନୀ କେନରିନ ର ସମ୍ପୃକ୍ତି ମଧ୍ୟ ସାମ୍ନାକୁ ଆସିଛି। କମ୍ପାନୀ ର କାର୍ଯ୍ଯ ନିର୍ବାହୀ ଅଧିକାରୀ ଉମେଶ କାମଥ ରାଜ୍ ଙ୍କ ପୂର୍ବତନ କର୍ମଚାରୀ ଥିଲେ।ଏହି ବ୍ରିଟିଶ ପ୍ରଡକ୍ସନ କଂପାନୀ କେନରିନ ରେ ମଧ୍ୟ ରାଜ କୁନ୍ଦ୍ରାଙ୍କ ଅଂଶଧନ ରହିଥିବା ଜଣା ପଡ଼ିଛି। ତେବେ ଏହିପରି ଅନେକ ଡାର୍ଟୀ ପିକଚର୍ ଏବେ କୁନ୍ଦ୍ରାଙ୍କୁ ନେଇ ସାମ୍ନାକୁ ଆସିବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।