ପୁଣି ଆସିଲା ସରକାରଙ୍କ ନୂଆ ନିୟମ : ଏହି ସବୁ ଗାଡି ରାସ୍ତାକୁ ଆସିଲେ ଦେବାକୁ ପଡିବ ମୋଟା ଅଙ୍କର ଫାଇନ…ଶୀଘ୍ର ଦେଖନ୍ତୁ

ପୁଣି ଆସିଲା ସରକାରଙ୍କ ନୂଆ ନିୟମ , ରାସ୍ତାରେ ଆଉ ଗଢି ପାରିବନି ପୁରୁଣା ଗାଡି । ପୁରୁଣା ଗାଡି ରାସ୍ତାକୁ ଉଠାଇଲେ ଦେବେ ମୋଟା ଅଙ୍କର ଫାଇନ , 15 ବର୍ଷ କିମ୍ୱା ତା ଠାରୁ ପୁରୁଣା ଗାଡି ପାଇଁ ନିୟମ କଡାକଡି ସରକାର । ଆସନ୍ତା ଏପ୍ରିଲ 2022 ରେ 15 କିମ୍ୱା ତା ଠାରୁ ପୁରୁଣା ଗାଡିର ରେଜିଷ୍ଟେସନ ରେ ରେନୁ କରିବା ତାଠାରୁ ଆଠଗୁଣ ମହଙ୍ଗା ହେବ । ଏପରିକି ଭାରି ବ୍ୟବସାୟୀକ ଯାନର ମାଲିକ ଙ୍କ ଉପରେ ଏହାର ପ୍ରଭାବ ପଡିବ । 15 ବର୍ଷ କିମ୍ୱା ତାଠାରୁ ପୁରୁଣା ବସ ଓ ଟ୍ରକର ଫିଟନେସ ସାର୍ଟିଫିକେଟ କରିବା ଲାଗି 8 ଗୁଣ ଅଧିକ ଶୁଳ୍କ ଦେବାକୁ ପଡିବ ।

କେନ୍ଦ୍ର ସଡକ ଓ ପରିବହନ କେନ୍ଦ୍ରାଳୟ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀରେ ଏହା କୁହାଯାଇଛି । ତେବେ ରାଜଧାନୀ ଦିଲ୍ଲୀରେ ଏହାର ପ୍ରଭାବ ପଡିବ ନାହିଁ , କାରଣ ଏଠାରେ ପୂର୍ବରୁ ନେସନାଲ ଗ୍ରୀନ ଟିମୁନାଲ ଏନଜିଟ୍ ର ନିର୍ଦ୍ଦେଶ ମୁତାବକ 10 ବର୍ଷରୁ ପୁରୁଣା ଡିଜେଲ ଏବଂ 15 ବର୍ଷର ପୁରୁଣା ପେଟ୍ରୋଲ ଗାଡି ଚଳାଚଳ ଉପରେ ପ୍ରତିବନ୍ଧକ ରହିଛି । ନୂଆ ନିର୍ଦ୍ଦେଶ ଅନୁଯାୟୀ ଏଣିକି 15 ବର୍ଷ ପୁରୁଣା କାର ରେଜିଷ୍ଟେସନ ରେ ନବୀକରଣ 5 ହଜାର ଟଙ୍କାରେ ହେବ । ତେବେ ଏଥିଲାଗି ମାତ୍ର 6 ଶହ ଟଙ୍କା ନିଆଯିବ , ସେହିପରି ପୁରୁଣା ମଟର ସାଇକେଲ ପଞ୍ଜୀକରଣ ର ନବୀକରଣ ଫିସ୍ 1 ହଜାର ଟଙ୍କା ହେବ ।

ବର୍ତ୍ତମାନ ସମୟରେ ଏହା ଏବେ 300 ଟଙ୍କା ରହିଛି ,15 ବର୍ଷ ପୁରୁଣା ବସ , ଟ୍ରକ ଲାଗି ଫିଟନେସ୍ ସାର୍ଟିଫିକେଟ 12 ହଜାର 5 ଶହ ଟଙ୍କା ହେବ । ବର୍ତ୍ତମାନ ଏହା 15 ଶହ ଟଙ୍କା ରେ ଏହା ହେଉଛି , କ୍ୟାପ ଲାଗି ଫିଟନେସ୍ ନବୀକରଣ ମଧ୍ୟ 7 ଗୁଣା ମହଙ୍ଗା କରି ଦିଆଯାଇଛି । ଏବେ ଏଥିଲାଗି 1 ହଜାର ଟଙ୍କା ଦେବାକୁ ପଡୁଛି , ଯଦି କୌଣସି ବ୍ୟକ୍ତି ନବୀକରଣ ନକଲେ ସେଥିପାଇଁ ଦଣ୍ଡ ବିଧାନ ମଧ୍ୟ କରାଯାଇଛି । 15 ବର୍ଷରୁ ଅଧିକ ପୁରୁଣା ଗାଡି ନବୀକରଣ କରିବାରେ ବିଳମ୍ୱ କଲେ 300 ଟଙ୍କା ପ୍ରତି ମାସ ହିସାବରେ ଫାଇନ ଲାଗିବ । ବ୍ୟବସାୟୀକ ଯାନବାହାନ ଲାଗି ଏହି ଫାଇନ 500 ଟଙ୍କା ମାସକୁ ଦେବାକୁ ହେବ ।

ସେହିଭଳି ବ୍ୟବସାୟିକ ଯାନବାହାନରେ ଫିଟନେସ୍ ସାର୍ଟିଫିକେଟ ନବୀକରଣ ନକଲେ ପ୍ରତିଦିନ 50 ଟଙ୍କା ହିସାବରେ ଫାଇନ ଆଦାୟ କରାଯିବ । ପୁରୁଣା ଗାଡିର ପଞ୍ଜୀକରଣ ଓ ଫିଟନେସ୍ ସାର୍ଟିଫିକେଟର ନବୀକରଣ ଫିସ୍ ରେ ଏପରି ବୃଦ୍ଧି ଯୋଗୁଁ ପୁରୁଣା ଗାଡି ରଖିବା ଉପରେ ରୋକ ଲାଗି ପାରିବ । ଏଥିପାଇଁ ସାଧାରଣ ଲୋକ ଓ ବ୍ୟବସାୟୀ ମାନଙ୍କୁ କିଛି ଦିନ ପର୍ଯ୍ୟନ୍ତ ଅସୁବିଧାର ସମ୍ମୁଖୀନ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment