ଏହି ଆଧୁନିକ ଯୁଗର ପ୍ରେମ ଓ ପୁରାତନ ଯୁଗ ର ପ୍ରେମ ମଧ୍ୟରେ ଆକାଶ ଓ ପାତାଳ ର ଫରକ ରହିଛି । ପୂର୍ବ କାଳରେ ପ୍ରେମ ଥିଲା ଏକ ପ୍ରକାରର ପବିତ୍ର ସମ୍ପର୍କ ଯେଉଁଥିରେ ଥିଲା ସତ ଭଲ ପାଇବା , ବିଶ୍ୱାସ ଓ ପବିତ୍ରତା ତଥା ପରସ୍ପର ପ୍ରତି ସମ୍ମାନ କିନ୍ତୁ ବର୍ତ୍ତମାନର ପ୍ରେମ ରେ ରହିଛି କେବଳ ସ୍ଵାର୍ଥପରତା ,ଲୋଭ ଓ କାମନା ର ବଶବର୍ତ୍ତୀ ତଥା ଧକ୍କା । ତେବେ ଏବେର ଯୁବ ପିଢୀ ପ୍ରେମର ଅର୍ଥ ଶାରୀରିକ ସମ୍ବନ୍ଧ ବୋଲି ମାନେକରୁଛନ୍ତି ବୋଲି କହିଲେ କିଛି ଅତୃପ୍ତ ହେବ ନାହିଁ ।ଆଉ ସ୍ଵାର୍ଥ ସରିବା ପରେ ଭୁଲି ଯାଉଛନ୍ତି ସବୁ କିଛି।
ତେବେ ବର୍ତ୍ତମାନ ଆମେ ଆପଣ ଙ୍କୁ କଟକ ର ଏହିପରି ଏକ ଘଟଣା ବିଷୟ ରେ ଜଣେଇବା କୁ ଯାଉଛୁ ଯାହା ଜାଣିଲା ପରେ ଆପଣ ଙ୍କ ର ପ୍ରେମ ଉପରୁ ବିଶ୍ୱାସ ଉଠିଯିବ। ଘଟଣା ଟି କିଛି ଏହିପରି ହୋଇଛି କି ଜଣେ ଇଞ୍ଜିନିୟରିଙ୍ଗ ଛାତ୍ରୀ ଙ୍କୁ ତାଙ୍କର ପ୍ରେମିକ ମରଣାତ୍ମକ ଆକ୍ରମଣ କରିଥିଲେ। ତେବେ ସୌଭାଗ୍ୟ ବଶତ ଛାତ୍ରୀ ଜଣଙ୍କ ର ଜୀବନ ବଂଚି ଯାଇଥିଲା। ତେବେ ଘଟଣା ଟି କିଛି ଏହିପରି ଥିଲା କି କଟକ ଜିଲ୍ଲା ର ସତ୍ୟଜିତ ନାମକ ଜଣେ ଯୁବକ ,ସେହି ଅଞ୍ଚଳ ର ଜଣେ ଇଞ୍ଜିନିୟରିଙ୍ଗ ଛାତ୍ରୀ ଙ୍କୁ ପ୍ରେମ କରୁଥିଲେ।
ତେବେ ପ୍ରେମ ମଧ୍ୟରେ ସତ୍ୟଜିତ ସେହି ଝିଅ କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ତା ସହ ଶାରୀରିକ ସମ୍ପର୍କ ରଖିଥିଲେ ଆଉ ପରେ ତାହାର ଭିଡ଼ିଓ କୁ ଦେଖାଇ ବାରମ୍ବାର ସେକ୍ସ କରିବା ପାଇଁ ବାଧ୍ୟ କରୁଥିଲେ। ମାତ୍ର ଯୁବତୀ ଜଣଙ୍କ ଏଥିରେ ରାଜି ହୋଇ ନଥିଲେ। ତେବେ ଏହା ପରେ ଯୁବକ ଙ୍କ ମୁଣ୍ଡ ରେ ପଶିଥିଲା ପାଗଲାମୀ , ନିଷ୍ପତ୍ତି ନେଇଥିଲେ ଯୁବତୀ ଙ୍କୁ ଜୀବନ ରୁ ମାରି ଦେବା ପାଇଁ। ତେବେ ଗତ କାଲି ଛାତ୍ରୀ ଜଣଙ୍କ କଲେଜ ରୁ ଫେରୁ ଥିବା ସମୟ ରେ ପୁରା ସିନେମା ଷ୍ଟାଇଲ ରେ ଯୁବତୀ ଙ୍କ ପାଖ ରେ ପହଁଚି ଯାଇଥିଲେ ଯୁବକ ଜଣଙ୍କ।
ଆଉ ସିନେମା ର ଭିଲିୟାନ ଭଳି ସେ ଯୁବତୀ ଙ୍କ ଚାରି ପଟେ ବୁଲେଟ ଗାଡି ଧରି ବୁଲୁଥିଲେ , ପରେ ଛାତ୍ରୀ ଙ୍କ ହାତ ଧରି ତାଙ୍କୁ ଗାଡି ରେ ବସିବା ପାଇଁ ବାଧ୍ୟ କରିଥିଲେ। ମାତ୍ର ଛାତ୍ରୀ ଜଣଙ୍କ ରାଜି ନହେବା ରୁ ତାଙ୍କୁ ମାରିବା ପାଇଁ ଛୁରୀ ବାହାର କରିଥିଲେ ଆଉ ପ୍ରଥମେ ତାଙ୍କ ବେକ କୁ କାଟିବାକୁ ଯାଉଥିଲେ ମାତ୍ର ଛାତ୍ରୀ ଜଣଙ୍କ ବୁଲି ଯିବା ରୁ ତାଙ୍କ ହାତ କାଟି ଯାଇଥିଲା। ଖାଲି ଏତିକି ନୁହେଁ ବରଂ ପରେ ତାଙ୍କ ପେଟ କୁ ଆଘାତ କରିବା କୁ ଯାଉଥିବା ବେଳେ ତାଙ୍କର ଜଙ୍ଘ ରେ ଆକ୍ରମଣ କରିଥିଲେ ଯୁବକ ଜଣଙ୍କ। କିନ୍ତୁ ସୌଭାଗ୍ୟ ଯେ ସେହି ସମୟ ରେ ସୂଚନା ପାଇ ପୋଲିସ ଆସି ସେଠାରେ ପହଁଚି ଥିଲେ ଏବଂ ଛାତ୍ରୀ ଙ୍କୁ ଉଦ୍ଧାର କରିଥିଲେ। ତେବେ ଘଟଣା ଟି ବର୍ତ୍ତମାନ ଖୁବ ଭାଇରାଲ ହେବା ରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।