ଆପଣମାନେ ସମସ୍ତେ ଦେଖୁଥିବେ ସୋନେ ଟିଭିରେ ପ୍ରସାରିତ ହେଉଥିବା ସମସ୍ତଙ୍କର ଅତିପ୍ରିୟ ଇଣ୍ଡିଆନ ଆଇଡଲ 12 ଶୋରେ ପଫମ୍ କରୁଥିବା ସିଙ୍ଗର ମାନଙ୍କୁ ନିଶ୍ଚୟ ଦେଖୁଥିବେ । ଏହି ଶୋ ବହୁଦିନ ଚାଲିଥିବା ବେଳେ ବର୍ତ୍ତମାନ ଏହି ଶୋର ଅନ୍ତ ଘଟିଛି । ଏହି ରିୟାଲିଟି ଶୋ ଇଣ୍ଡିଆନ ଆଇଡଲ 12 ରେ ବିଜତାଙ୍କ ନା ଘୋଷଣା କରାଯାଇଛି । ଅଗଣିତ ଦର୍ଶକ ମାନଙ୍କ ମନରେ ଥିବା ସେହି ଆକାଙ୍କ୍ଷାର ଅନ୍ତ ହୋଇଛି । କାରଣ ଅଗଣିତ ଦର୍ଶକ ମାନେ ଚାହିଁ ବସିଥିଲେ କି ଏହି ରିୟାଲିଟି ଶୋ ରେ ୱିନର କିଏ ହେଉଛନ୍ତି । ତେବେ ସୂଚନା ଅନୁସାରେ ଉତ୍ତରାଖଣ୍ଡର ପୱନଦୀପ ରାଜନ ଶୋ ର ବିଜେତା ହୋଇଛନ୍ତି ।
ବିଜେତା ହୋଇଥିବା ପୱନଦୀପ ଙ୍କୁ ପୁରସ୍କାର ସ୍ୱରୂପ 25 ଲକ୍ଷ ଟଙ୍କା ଓ ମାରୁତି ସୁଜୁକିର ଏକ ସ୍ୱିଫ୍ଟି କାର ପ୍ରଦାନ କରାଯାଇଛି । ଏହି ରିୟାଲିଟି ଶୋର ପ୍ରଥମ ଏବଂ ଦ୍ୱିତୀୟ ରନର୍ସ ଅଫ ହୋଇଛନ୍ତି ଆପଣ ମାନଙ୍କର ପ୍ରିୟ ଅରୁଣିତା କାଞ୍ଜିଲାଲ ଓ ସାୟଲି କମ୍ୱେଲ । ସୋନି ଟିଭିରେ ପ୍ରସାରିତ ହେଉଥିବା ରିୟାଲିଟି ଶୋ ‘ Indian Idol 12 ‘ ର ଗ୍ରାଣ୍ଡ ଫିନାଲିରେ ଜଜ୍ ସିଟରେ ବସିଥିଲେ ସୋନୁ କକ୍କର , ବିଶାଲ୍ ଦଦଲାନୀ , ହିମେଶ ରୈଶମ୍ମିୟା ଓ ଅନୁ ମଲ୍ଲିକଙ୍କ ବ୍ୟତୀତ ଫିଲ୍ମୀ ଶେରସା ରେ ଦମଦାର ଅଭିନୟ କରିଥିବା ଅଭିନେତ୍ରୀ କିଆରା ଆଡଭାନି ଓ ସିଦ୍ଧାର୍ଥ ମଲହୋତ୍ରା ନଜର ଆସିଥିଲେ ।
ପୱନଦୀପ ଙ୍କ ଫ୍ୟାମ ମାନେ ତାଙ୍କୁ ବିଜେତା ରୂପେ ଦେଖି ବହୁତ ଖୁସୀ ହୋଇଯାଇଛନ୍ତି ଓ ତାଙ୍କର ଆଗାମୀ ସଙ୍ଗୀତ ଶୁଣିବା ପାଇଁ ମଧ୍ୟ ବହୁତ ଆଗ୍ରହ ପ୍ରକାଶ କରିଛନ୍ତି । କିନ୍ତୁ ପୱନଦୀପ ଏହି ଶୋର ବିଜେତା ହେବା ପରେ ଇଟିମେସ କୁ ଏକ ସାକ୍ଷାତାକାର ଦେଇଥିଲେ । ସେଥିରେ ସେ କହିଥିଲେ କି ମତେ ଯେତେବେଳେ ଟୋଫି ପ୍ରଦାନ କରାଯାଇଥିଲା , ସେତେବେଳେ ମୁଁ ଅଧିକ ଖୁସୀ ନଥିଲି । କାରଣ ଏହି ଶୋ ରେ ସମସ୍ତେ ଏହି ଟୋଫି ପାଇବା ପାଇଁ ଯୋଗ୍ୟ ଥିଲେ , ସେ ଏହା ମଧ୍ୟ କହିଛନ୍ତି କି ଆଗାମୀ ଦିନରେ ଆମେ ସମସ୍ତେ ଏକାଠି ହୋଇ କାମ କରିବା ପାଇଁ ଯୋଜନା କରିଛୁ । ସମସ୍ତେ ସମସ୍ତଙ୍କ ସହ ଯୋଗାଯୋଗରେ ମଧ୍ୟ ରହିବେ ବୋଲି ସେ କହିଛନ୍ତି ।
ପୱନଦୀପଙ୍କୁ ପୁରସ୍କାର ସ୍ୱରୂପ ମିଳିଥିବା ଅର୍ଥରାଶୀ ସମ୍ପର୍କରେ ଏକ ପ୍ରଶ୍ନ ପଚରା ଯାଇଥିଲା , ଯାହାର ଉତ୍ତର ରେ ସେ କହିଛନ୍ତି ଏହି ଅର୍ଥ ରାଶିରେ ନିଜ ହୋମଟାଉନ୍ ରେ ଏକ ମ୍ୟୁଜିକ ସ୍କୁଲ ଖୋଲିବା ପାଇଁ ଚାହୁଛି । ସେଠାରେ ଲୁଚି ରହିଥିବା ଅନେକ ପ୍ରତିଭାବାନ ପିଲାମାନଙ୍କର ସଠିକ୍ ଦିଗଦର୍ଶନ ମଧ୍ୟ ହୋଇପାରିବ । ଏହାଛଡା ଏମିତି ଏକ ରିୟାଲିଟି ସୋରେ ପାର୍ଟିସିପେଟ କରିବା ପାଇଁ ଅନେକ ଦୂର ଦୂରାନ୍ତୁରୁ ପିଲା ମାନେ ଆସିଥାନ୍ତି , ନିଜର ସ୍ୱପ୍ନକୁ ସାକାର କରିବା ପାଇଁ । ସେ ମଧ୍ୟ ନିଜର ସଂଘର୍ଷ ବଳରେ ଏହି ଶୋ ର ବିଜେତା ହୋଇପାରିଛନ୍ତି , ସେଥିପାଇଁ ମୁଁ କୃତଜ୍ଞ ବୋଲି କହିଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।