ପୁଣି ସୌମ୍ୟରଞ୍ଜନ case ରେ ନୂଆ ଟୁଇଷ୍ଟ ! 70 ପ୍ରଶ୍ନରେ ପାଣି ପିଇଲେ ବିଦ୍ୟାଭାରତୀ…ଦେଖନ୍ତୁ ଭିଡ଼ିଓ

0

ସମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ବିଦ୍ୟାଭାରତୀଙ୍କୁ ସାଢେ 6 ଘଣ୍ଟା ଜେରା କଲା କ୍ରାଇମବ୍ରାଞ୍ଚ । 70 ପ୍ରଶ୍ନରେ ପାଣି ପିଇଲେ ବିଦ୍ୟାଭାରତୀ , ଦରକାର ପଡିଲେ ପୁଣି ବିଦ୍ୟାଙ୍କୁ କରାଯିବ ଜେରା । ବିଦ୍ୟାଭାରତୀଙ୍କ ପରିବାର ଲୋକଙ୍କୁ ବି କରାଯିବ ଜେରା , ଏସଓଫୋ ସମ୍ୟରଞ୍ଜନ ଙ୍କ ମୃତ୍ୟୁ ମାମଲାରେ ବିଦ୍ୟାଭାରତୀଙ୍କୁ ସାଢେ 6 ଘଣ୍ଟାରେ 70 ପ୍ରଶ୍ନ ପଚାରିଲେ କ୍ରାଇମବ୍ରାଞ୍ଚ । ବିଦ୍ୟାଭାରତୀଙ୍କ ପାଖରୁ ସନ୍ତୋଷ ଜନକ ଉତ୍ତର ମିଳିଥିବା କହିଛନ୍ତି ତଦନ୍ତକାରୀ ଟିମ , ତେବେ 70 ପ୍ରଶ୍ନରେ ଉତ୍ତର କଣ ଦେଲେ ବିଦ୍ୟା । ତାହା ବର୍ତ୍ତମାନ ସୁଦ୍ଦା ସାମ୍ନାକୁ ଆସି ନାହିଁ , ପୋଲିସ କୁ ଯାହା କହିଥିଲେ ବିଦ୍ୟା ସମାନ କଥା କ୍ରାଇମବ୍ରାଞ୍ଚ କୁ କହିଥାଇ ପାରନ୍ତି ବୋଲି ଆନୁମାନ କରାଯାଉଛି ।

ବିଦ୍ୟାଙ୍କୁ ପଚାରାଯାଇଥିବା 70 ପ୍ରଶ୍ନ , ପ୍ରକୃତ ହତ୍ୟାକାରୀଙ୍କ ନିକଟରେ ପହଞ୍ଚାଇ ପାରିବ ତ । ତେବେ କ୍ରାଇମବ୍ରାଞ୍ଚ ପାଇଁ ସେତିକି ଯଥେଷ୍ଟ ନା ଆହୁରି ଖୋଲତାଲ କରିବ ତାହା ହିଁ ସମୟ କହିବ । କାହିଁକି ନା ଜଣେ ନାରୀ ହିଁ ବୁଝିପାରିବ ଜଣେ ନାରୀ ର କଥା , ସେଥିପାଇଁ ଆଜି ଟାର୍ଗେଟ୍ ରେ ଥିଲେ ବିଦ୍ୟାଭାରତୀ ପଣ୍ଡା । ଆଉ ସେଥିପାଇଁ ଦୁଇ ଜଣ ମହିଳା ଅଫିସର ଙ୍କୁ ନେଇ କ୍ରାଇମବ୍ରାଞ୍ଚ ପହଞ୍ଚିଥିଲା କପତିପଦା ସ୍ଥିତ ବିଦ୍ୟାଭାରତୀ ପଣ୍ଡାଙ୍କ ବାସଭବନରେ । ସନ୍ଧ୍ୟା ପର୍ଯ୍ୟନ୍ତ ଥିଲା କବାଟକିଳା ତଦନ୍ତ , ଅନେକ ସାରା ପ୍ରଶ୍ନ ମଧ୍ୟ ପଚାରା ଯାଇଥିଲା ।

ଅନେକ ଜାଗାରେ ଝୁଣ୍ଟିଥିଲେ ବିଦ୍ୟାଭାରତୀ , ସାଟିସଫାଏଡ୍ ହୋଇନାହାନ୍ତି କ୍ରାଇମବ୍ରାଞ୍ଚ । ମନରେ ଆହୁରି କିଛି ଅଛି , ଏଥିପାଇଁ ମାଡାମ୍ କହିଦେଇଛନ୍ତି ଦରକାର ପଡିଲେ ଆଉଥରେ ଆସି ପ୍ରଶ୍ନ ପଚାରିବେ । ନାରୀ ହିଁ ବୁଝିପାରିବ ନାରୀ ର ମାୟା , ତେବେ ବିଦ୍ୟାଭାରତୀ ଯଦି ପ୍ରହେଳିକା ଖେଳୁଛନ୍ତି ବା କୌଣସି କଥା ଲୁଚଉଛନ୍ତି ତେବେ ଗୋଟିଏ ନାରୀର ତୀକ୍ଷ୍ଣ ଆଖିରୁ ସେ ବର୍ତ୍ତୀ ଯାଇ ପାରିବେ ନାହିଁ । ବହୁ ଚର୍ଚ୍ଚିତ ASFO ସମ୍ୟରଞ୍ଜନ ମୃତ୍ୟୁ ମାମଲାକୁ ଇଆ ଭିତରେ ପୂରି ଯାଇଛି 50 ଦିନ , ଆଉ ଆଜି ହିଁ ତାଙ୍କ ମୃତ୍ୟୁ ବାବଦରେ ବିଦ୍ୟାଭାରତୀଙ୍କୁ ସାତ ଘଣ୍ଟାରୁ ଅଧିକ ସମୟ ଜେରା କରିଛି କ୍ରାଇମବ୍ରାଞ୍ଚ ।

ଖରାବେଳ 2 ଟାରୁ ସନ୍ଧ୍ୟା ସାଢେ 6 ଟା ପର୍ଯ୍ୟନ୍ତ ଜେରା ଚାଲିଥିଲା ବିଦ୍ୟାଭାରତୀଙ୍କର , ଜେରା କରି ବିଦ୍ୟାଭାରତୀଙ୍କୁ 70ରୁ ଅଧିକ ପ୍ରଶ୍ନ ପଚାରା ଯାଇଥିଲା । ଆଉ କିଛି ପ୍ରଶ୍ନର ରୋକ ଠକ ଉତ୍ତର ରଖିଥିବା ବେଳେ ଅନେକ ପ୍ରଶ୍ନରେ ଅନେକ ଥର ଝୁଣ୍ଟିଥିଲେ ବିଦ୍ୟାଭାରତୀ । ତେବେ ବର୍ତ୍ତମାନ ସୁଦ୍ଧା ବିଦ୍ୟାଭାରତୀଙ୍କୁ କେଉଁ କେଉଁ ପ୍ରଶ୍ନ ପଚାରାଯାଇଛି ଏ ପର୍ଯ୍ୟନ୍ତ ଜଣା ପଡି ନାହିଁ , ତେବେ ସମୟ ହିଁ କହିବ ଘଟଣାର ସତ୍ୟତା ବିଷୟରେ । ଆବଶ୍ୟକ ହେଲେ ବିଦ୍ୟାଭାରତୀଙ୍କୁ ପୁଣିଥରେ ଜେରା କରିପାରେ କ୍ରାଇମବ୍ରାଞ୍ଚ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।