ପୁଣି ସୃଷ୍ଟି ହେଲା ସାମୁଦ୍ରିକ ବାତ୍ୟା ! ଏହି ଜାଗାରେ କରିବ ଲ୍ୟାଣ୍ଡଫଲ ବାତ୍ୟା ” ଖ୍ରୀଷ୍ଟୋଫ୍ ” !! ସେୟାର କରି ସମସ୍ତଙ୍କୁ ଜଣାନ୍ତୁ….

0

ଏବେ ଏବେ ଆସିଛି କିଛି ବଡ଼ ସୂଚନା ପାଣି ପାଗ ବିଭାଗ ତରଫରୁ। ଆପଣ ମାନେ ନିଶ୍ଚୟ ଜାଣିଥିବେ ଯେ କିଛି ମାସ ଅନ୍ତର ରେ ଆମକୁ ଏକ ବାତ୍ୟା ର ମୁକାବିଲା କରିବା ପାଇଁ ପଡ଼ିଥାଏ।ତେବେ ବର୍ତ୍ତମାନ ପୁଣି ଏକ ବାତ୍ୟା ର ଆଶଙ୍କା କୁ ନେଇ ଭୟବତ ଅବସ୍ଥା ରେ ଅଛନ୍ତି ଅଞ୍ଚଳ ବାସୀ ।ବର୍ତ୍ତମାନ ସମୟ ରେ କୋରୋନା ଯୋଗୁ ଭୟବୀତ ଅବସ୍ଥା ରେ ଲୋକ ମାନେ ଥିବା ବେଳେ ଏହି ଖବର ଟି ସାମ୍ନା କୁ ଆସୁଅଛି । ତେବେ କଣ ରହିଛି ଏହି ବିଷୟ ରେ ସମ୍ପୂର୍ଣ ଖବର ଆସନ୍ତୁ ଜାଣିବା ;

ତାଣ୍ଡବ ଲୀଳା ରଚି ପାରେ ଆଉ ଏକ ବାତ୍ୟା । ବାତ୍ୟା ର ନାମ ହେଉଛି ‘ ଖ୍ରୀଷ୍ଟୋଫ୍ ‘ ।ତେବେ ପାଣି ପାଗ ବିଭାଗ ସୂଚନା ଅନୁସାରେ ୟୁକେ ରେ ଦାନା ବାନ୍ଧୁଛି ଏହି ବାତ୍ୟା। ତେବେ ପାଣି ପାଗ ବିଭାଗ ଆକଳନ ରୁ ଜଣା ପଡିଛି ଯେ ୟୁକେ ର କିଛି ଅଞ୍ଚଳ ରେ ଏହାର ଗଭୀର ପ୍ରଭାବ ପଡିପାରେ।ଏହି ବାତ୍ୟା ପ୍ରଭାବ ରେ ବିଜୁଳି ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହା ସହିତ ଏହାର ପ୍ରଭାବ ରେ ବନ୍ୟା ର ଆଶଙ୍କା ମଧ୍ୟ ରହିଛି।ଏହାର ପ୍ରଭାବ ବିଶେଷ ଭାବରେ ମଙ୍ଗଳ ବାର ଠାରୁ ଗୁରୁବାର ଜାଏ ରହିପାରେ ।

ତେଣୁ ପ୍ରଶାସନ ତରଫରୁ ସ୍ଥାନୀୟ ବାସିନ୍ଦା କୁ ଏହି ସମୟ ରେ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ବନ୍ୟା ର ମୁକାବିଲା କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । କରନା କଟକଣା କୁ ଆଖି ଆଗରେ ରଖି ସମସ୍ତ ପ୍ରକାର ପ୍ରସ୍ତୁତି କରା ଯାଇଛି ବୋଲି ଡୋନକାଷ୍ଟରର ମେୟର ରୋସ୍ ଜୋନସ କହିଛନ୍ତି। ତେବେ ଏହାର ପ୍ରଭାବ ବିଶେଷ ଭାବରେ ଇଂଲଣ୍ଡ ର ଉତ୍ତର କେନ୍ଦ୍ରାଞ୍ଚଳ ରେ ପଡି ପାରେ ବୋଲି ପାଣି ପାଗ ବିଭାଗ ରୁ ଆକଳନ କରା ଯାଇଛି ।

ତେଣୁ ସେହି ସ୍ଥାନ ମାନଙ୍କ ରେ ଲୋକ ମାନଙ୍କୁ ସୁରକ୍ଷିତ ସ୍ଥାନ ମାନଙ୍କୁ ସ୍ଥାନତରିତ କରା ଯିବାର କାର୍ଯ୍ୟକ୍ରମ ମଧ୍ୟ ଜାରି ରହିଛି। ତେବେ ଏହି ବାତ୍ୟା ର ପ୍ରଭାବ ମଙ୍ଗଳବାର ଦିନ ରାତି ରୁ ଆରମ୍ଭ ହୋଇ ଯାଇପାରେ ବୋଲି ଆଶଙ୍କା କରା ଯାଉଛି । ମଙ୍ଗଳବାର ଦିନ ରାତି ରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।।

ତେବେ ଏହି ବାତ୍ୟା ରେ ପ୍ରବଳ ରୁ ପ୍ରବଳ କ୍ଷତି ହେବାର ସମ୍ଭାବନା ରହିଛି ତେଣୁ ସମସ୍ତଙ୍କୁ ସତର୍କ ରହିବାକୁ ବିଶେଷ ଭାବେ ନିର୍ଦ୍ଦେଶ ଦିଆଯାଇଛି। ଓ ବିଭିନ୍ନ ସ୍ଥାନ ମାନଙ୍କ ରେ ୟିଲୋ ୱର୍ଣୀଙ୍ଗ ଜାରି କରାଯାଇ ଅଛି, ଏହା ଇଂଲଣ୍ଡ ର ତୃତୀୟ ସାମୁଦ୍ରିକ ଝଡ଼ ଅଟେ ।ତେବେ ଏହି ବାତ୍ୟା ର ପ୍ରଭାବ ଭାରତ ଉପରେ ପଡ଼ିବ କି ନାହିଁ ଏନେଇ କୌଣସି ସୂଚନା ମିଳିନାହିଁ । ଆଶା କରାଯାଉ ଅଛି ଯେ ଏହାର କୌଣସି ପ୍ରକାର ପ୍ରଭାବ ଭାରତ ଉପରେ ପଡ଼ିବ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।