ପୁଣି Sumit ଙ୍କ ପରିବାର କୁ ଦେଲେ ବଡ ଝଟକା…ଦେଖନ୍ତୁ ଭିଡ଼ିଓ

0

ମଣିଷ ଜୀବନ ଅନେକ ପରିସ୍ଥିତି ଦେଇ ଗତି କରିଥାଏ। ବର୍ତ୍ତମାନର ଆଧୁନିକ ସମାଜରେ ଅନେକ ଘଟଣା ଦେଖିବା ପାଇଁ ମିଳିଥାଏ। ଏଥି ସହିତ ବିଶେଷ କରି ପରିବାର କଳହ ବେଶୀ ସମସ୍ୟା ବହୁ ମାତ୍ରାରେ ଦେଖା ଦେଇଥାଏ। ଆଜିକାଲି ଯୁବକ ଓ ଯୁବତୀ ମାନେ ଭଲ ପାଇ ବିବାହ କରୁଛନ୍ତି, ସେଥିରେ ଶାଶୂ ଓ ଶ୍ୱଶୁର ପସନ୍ଦ କରନ୍ତି ନାହିଁ। ଏହା ପରେ ଆରମ୍ଭ ହୋଇଯାଏ ସ୍ୱାମୀ ସ୍ତ୍ରୀ ମଧ୍ୟରେ ବହୁ ପ୍ରକାର ସମସ୍ୟା। ତଥାପି କିନ୍ତୁ ଜଣେ ନାରୀ ନିଜ ସ୍ୱାମୀଙ୍କ ପାଖରେ ରହିବା ପାଇଁ ବହୁତ ସଂଘର୍ଷ କରିଥାଏ। ଏଥି ସହିତ ସେ ନିଜର ଲକ୍ଷ୍ୟ ସ୍ଥଳରେ ହିଁ ପହଁଛି ଥାଏ। ତେବେ ଏମିତିକି ଏହା ପରେ ମଧ୍ୟ ଥାନା ଓ କୋର୍ଟ କଚେରୀ ପୁଣି ଥରେ ଦୌଡ଼ିବା ପାଇଁ ପଡିଥାଏ।

ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ତପସ୍ୱିନୀଙ୍କ ଶାଶୂ ଓ ଗୋସେଇଁ ଶାଶୂଙ୍କ ପିଟିସନକୁ କୋର୍ଟ ଖାରଜ କରିଛନ୍ତି। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜାଣିବା। ସୂଚନା ଅନୁସାରେ, ଓଡ଼ିଶାରେ ବର୍ତ୍ତମାନ ଗୋଟିଏ ଖବରକୁ ନେଇ ଚର୍ଚ୍ଚା ଜୋର ସୋର ଭାବରେ ଲାଗି ରହିଛି। ତପସ୍ୱିନୀ ଦାସ ଓ ଡାକ୍ତର ସୁମିତ ସାହୁଙ୍କ ବିବାଦକୁ ନେଇ ଚାରି ଆଡ଼େ ଶୁଣିବା ପାଇଁ ମିଳୁଛି। ସେ ଦୁଇ ଜଣଙ୍କ ଘଟଣାକୁ ନେଇ ପ୍ରତିଦିନ କିଛି ନା କିଛି ନୂଆ ନୂଆ ତଥ୍ୟ ଶୁଣିବା ପାଇଁ ମିଳୁଛି। ମହିଳା ତାଙ୍କ ସ୍ୱାମୀଙ୍କ ପାଖରେ ରହିବା ପାଇଁ ଶ୍ୱଶୁର ଘର ସମ୍ନାରେ ଦୀର୍ଘ ଦିନ ଧରି ଧାରଣାରେ ବସି ରହିବା ପରେ ଜିଲ୍ଲା କୋର୍ଟ ନିର୍ଦେଶ ଅନୁସାରେ ତପସ୍ୱିନୀ ବର୍ତ୍ତମାନ ତାଙ୍କ ଶ୍ୱଶୁର ଘରେ ରହୁଛନ୍ତି।

ତେବେ କୋର୍ଟ ମଧ୍ୟ ତାଙ୍କ ରହିବା ବାବଦକୁ ତାଙ୍କ ଶ୍ୱଶୁର ଲୋକ ୧୭ ହଜାର ଟଙ୍କା ଦେବେ ବୋଲି ନିର୍ଦେଶ ଦେଇଥିଲେ। ଏଥି ସହିତ ଉଭୟ ପକ୍ଷ ଉଭୟ ପକ୍ଷଙ୍କ ସହିତ ଯେମିତି କୌଣସି ଗଣ୍ଡଗୋଳ କରିବେ ନାହିଁ ବୋଲି ମଧ୍ୟ କୁହା ଯାଇ ଥିଲା। ମହିଳାଙ୍କ ଶାଶୂ ଓ ଗୋସେଇଁ ଶାଶୂ ମେଣ୍ଟେନାନ୍ସ ଓ ନିଜ ସୁରକ୍ଷା ପାଇଁ କୋର୍ଟରେ ପିଟିସନ ଦାଖଲ କରିଥିଲେ। କିନ୍ତୁ ମାନ୍ୟବର କୋର୍ଟ ତାଙ୍କ ପିଟିସନକୁ ଖାରଜ କରି ଦେଇଛନ୍ତି।

ଯେହେତୁ ଉପରିସ୍ଥ କୋର୍ଟ ଅର୍ଡର କରିଛନ୍ତି ସେଥିପାଇଁ ତଳ କୋର୍ଟ କୌଣସି ଅର୍ଡର ଗ୍ରହଣ କରିବା ପାଇଁ ସକ୍ଷମ ନୁହଁନ୍ତି ସେଥିପାଇଁ ତାଙ୍କ ପିଟିସନ ଖାରଜ ହୋଇ ଯାଇଛି। ତେବେ ମୂଳ ପିଟିସନ ଉପରେ ଆସନ୍ତା ୧୭ ତାରିଖରେ କାଉଣ୍ଟର ହେବା ପରେ ଶୁଣାଯିବ ବୋଲି କୁହାଯାଇଛି। ଏଥି ସହିତ ସେମାନେ ତପସ୍ୱିନୀ ପାଇଲା ଭଳିଆ ଜିନିଷ ଜଣାଇ ନାହାଁନ୍ତି, ଯଦି ନଜଣାନ୍ତି ତା’ହେଲେ ଏହା ପରେ ଆଇନ ଅନୁସାରେ କୋର୍ଟରେ ପିଟିସନ ଫାଇଲ କରାଯିବ ଓ ଫାଇଲ ହେବା ପରେ ଆଇନ ଅନୁସାରେ କୋର୍ଟ ନିର୍ଦେଶ ଦେବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।