ପୁଣି ତେଜିଲା ବର୍ଷା-ଅନୁଭବଙ୍କ ପାରିବାରିକ ବିବାଦ, ଶେଷରେ ଥାନା କୁ ଗଲେ ଅନୁଭବ….

0

ପୁଣି ଏବେ ସାମ୍ନାକୁ ଆସିଲା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ ଙ୍କ ବିବାଦ ମାମଲା। ଏବେ ପୁଣି ଥାନାର ଦ୍ୱାରସ୍ଥ ହେଲେ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। ଆଉ ଏଥିପାଇଁ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାଦ ମାମଲାରେ ପୁରୀଘାଟ ଥାନାର ଦ୍ୱାରସ୍ଥ ହୋଇଛନ୍ତି ସାଂସଦ ଅନୁଭବ ମହାନ୍ତି। ତେବେ ଏ ନେଇ ସେ ତାର କାରଣ ମଧ୍ୟ ସ୍ପଷ୍ଟ କରିଛନ୍ତି। ସାଂସଦ ଙ୍କ କହିବା ଅନୁସାରେ ତାଙ୍କ ଘରେ ଅଜଣା ଲୋକ ପଶୁଥିବା ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି।ସେ ଏହି ଅଭିଯୋଗ ରେ କହିଛନ୍ତି ଯେ ତାଙ୍କ ଘରେ ଯେଉଁ ଅଜଣା ଲୋକେ ପଶୁ ଛନ୍ତି ସେମାନଂକୁ ସେ ଜାଣି ନାହାନ୍ତି କି ସେମାନଙ୍କୁ ସେ ଚିହ୍ନି ନାହାଁନ୍ତି ବୋଲି ସେ ଥାନାରେ ଅଭିଯୋଗ ପତ୍ରରେ ଏହାକୁ ନେଇ ଦର୍ଶାଇଛନ୍ତି।

ଆଗରୁ ମଧ୍ୟ ଅନୁଭବ ଏବଂ ବର୍ଷା ଙ୍କ ଏପରି ବିବାଦ ସାମ୍ନାକୁ ଆସିଥିବା ବେଳେ ଏହା ଚର୍ଚ୍ଚା ସୃଷ୍ଟି କରିଥିଲା। ତେବେ ସୂଚନା ଥାଉ କି କିଛି ଦିନ ପୂର୍ବେ ମଧ୍ୟସ୍ଥ କେନ୍ଦ୍ରକୁ ସାଂସଦ ଅନୁଭବ ମହାନ୍ତି ଆସିଥିଲେ ସୁଦ୍ଧା ଅଭିନେତ୍ରୀ ତଥା ପତ୍ନୀ ବର୍ଷା ନ ଆସିବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ସାଂସଦ ଅନୁଭବ ମହାନ୍ତି। ବାରମ୍ବାର ନୋଟିସ ସତ୍ତ୍ୱେ ବର୍ଷା ଆସୁ ନଥିବା କଥା କହିଥିଲେ ଅନୁଭବ ମହାନ୍ତି। ଏହାଛଡ଼ା ଅନୁଭବ ମହାନ୍ତି କହିଥିଲେ ଯେ ସୋଶାଲ୍‌ ମିଡିଆ ପାଇଁ ସେ ସମୟ ପାଉଛନ୍ତି, ସେଠାରେ ସମୟ ଅତିବାହିତ କରିବାକୁ ସମୟ ଅଛି କିନ୍ତୁ କୋର୍ଟକୁ ଆସିବାକୁ ତାଙ୍କୁ ସମୟ ନାହିଁ।

ଜାଣିଶୁଣି ମାମଲାକୁ ସାରିବାକୁ ଚାହୁଁନାହାନ୍ତି ସେ। ଏହାକୁ ନେଇ ସେ ତାଙ୍କର ମନ୍ତବ୍ୟ ରଖିଥିଲେ। ଏହାଛଡ଼ା ଅନୁଭବ ଆହୁରି କହିଛନ୍ତି ଯେ ମୁଁ ଆରମ୍ଭରୁ କହିଥିଲି ଏହା ଏକ ଘରୋଇ ମାମଲା। ତେଣୁ ଏହାକୁ ନେଇ ବାହାରେ କେଉଁଠି କିଛି ମୁଁ କହିବାକୁ ଚାହୁଁନଥିଲି। କିନ୍ତୁ ବାରମ୍ଵାର ତାଙ୍କର ଏଭଳି କିଛି କାର୍ଯ୍ୟ କଲାପ ଯୋଗୁଁ ତାଙ୍କୁ ଏହା ବହୁତ୍ ଅସନ୍ତୋଷ କରିବା ସହିତ ଏହା ଅପ୍ରୀତିକର ହେବାରେ ଲାଗିଛି ବୋଲି ସେ କହିଛନ୍ତି। ଏହାକୁ ନେଇ ପୁର୍ବରୁ ସେ ମୁହଁ ଖୋଲିଥିବା ବେଳେ ପୁଣି ଏବେ ଥାନାର ଦ୍ୱାରସ୍ଥ ହୋଇଛନ୍ତି।ସେ ଆଇନ୍ ବ୍ୟବସ୍ଥା ଉପରେ ସବୁ କିଛି ଛାଡି ଦେଇଛନ୍ତି ଏବଂ ବର୍ଷାଙ୍କ ସବୁ ପିଟିସନ ରେ ସେ ତାଙ୍କର ରିପ୍ଲାଏ ଦେଇଛନ୍ତି।

ଯଦି ବର୍ଷା ନ୍ୟାୟାଳୟରେ ଦ୍ୱାରସ୍ଥ ହେଲେ ତେବେ ସେଥିରେ ମୋର କିଛି କହିବାର ନାହିଁ। କିନ୍ତୁ ବର୍ଷା ଏହାକୁ ରିଶିଭ୍ କରିବା ଦରକାର। ସର୍ବୋପରି ନ୍ୟାୟାଳୟ ଯାହା ନିଷ୍ପତ୍ତି ନେବେ ତାହା ହିଁ ଉଚିତ ନିଷ୍ପତ୍ତି ଅଟେ। ତେଣୁ ସେ ଆଇନ୍ ଉପରେ ବିଶ୍ୱାସ ରଖିଛନ୍ତି ଏବଂ ଏଥିରେ ବର୍ଷା ଙ୍କ ସହଯୋଗ ମଧ୍ୟ ଲୋଡ଼ିଛନ୍ତି। ତେବେ ଏହାକୁ ନେଇ ଏବେ ପୁଣି ଚର୍ଚ୍ଚା ଜୋର ଧରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।