ପୁଣି ଥରେ ଲକଡାଉନ-କାରୋନା ଫେରିଲା, ସ୍କୁଲ ଆକ୍ରାନ୍ତ ହେଲେ ଛାତ୍ର ଛାତ୍ରୀ ତେଣୁ ଶିକ୍ଷାନୁଷ୍ଠାନ ବନ୍ଦ ହେବା ସରକାରଙ୍କ ନିଷ୍ପତି ତେବେ ଆସନ୍ତୁ ଜାଣିବା

ଗତ ବର୍ଷ ଅଜଣା ମହାମାରୀ ସାରା ବିଶ୍ୱକୁ ହନ୍ତସନ୍ତ କରୁଛି। ଯାହା ଦ୍ୱାରା ଶିକ୍ଷାନୁଷ୍ଠାନ ଅଧିକ ପ୍ରଭାବ ହେଉଛି ଆଉ ପିଲା ମାନେ ପାଠ ପଢ଼ାରୁ ବଂଚିତ ହେଉଛନ୍ତି। କିଛି ପିଲା ଅନଲାଇନ ରୁ ପଢି ପାରୁଥବା ବେଳେ ଆଉ କିଛି ଏହାର ସୁବିଧା ଉଠେଇ ପାରୁ ନାହାନ୍ତି। ଯାହା ପାଖରେ ମୋବାଇଲ କି ଲାପଟପ ଅଛି ସେମାନେ ପଢି ପାରିବେ ଆଉ ଅବଶିଷ୍ଟ ପିଲା ପଢ଼ାରୁ ବଂଚିତ ହେଉଛନ୍ତି। ହେଲେ ଚଳିତ ବର୍ଷ କାରୋନା ମହାମରି ର ପ୍ରଭାବ କମ ହୋଇଥିବାରୁ ଶ୍ରେଣୀ ଗୃହରେ କ୍ଲାସ ବା ପଢ଼ା ଚାଲୁଥିଲା କିନ୍ତୁ ଏବେ ପୁଣି କାରୋନା ତାର କାୟା। ଵିସ୍ତାର କଲାଣି। ଯାହା ଦ୍ୱାରା ରାଜ୍ୟର ର କିଛି ସ୍କୁଲ ଆଉ କଲେଜ ର ଛାତ୍ର ଛାତ୍ରୀ ମାନେ ଆକ୍ରାନ୍ତ ହୋଇଛନ୍ତି ଏହାକୁ ନେଇ ସ୍କୁଲ ବନ୍ଦ ହେବାର ସମ୍ଭାବନା ରହିଛି।ତେବେ ଆସନ୍ତୁ ଜାଣିବା ସ୍କୁଲ କେବେ ବନ୍ଦ ହେବ।

ଏପ୍ରିଲ ୧ ରୁ ରାଜ୍ୟର ସବୁ ସ୍କୁଲ ବନ୍ଦ। କେନ୍ଦ୍ରୀୟ ବିଦ୍ୟାଳୟ ସହିତ ରାଜଧାନୀର ୨ ଟି ବିଦ୍ୟାଳୟ ୪ ଜଣ ଛାତ୍ର ଛାତ୍ରୀ କାରୋନା ଆକ୍ରାନ୍ତ ହୋଇଛନ୍ତି। ଗତ କାଲି ଏହି ସମ୍ପର୍କରେ ଜାଣିଲା ପରେ ଏପ୍ରିଲ ରୁ ସ୍କୁଲ ବନ୍ଦ ନେଇ ଏକ ଖବର ଚାରିଆଡେ ଘୁରି ବୁଲୁଛି। ଯାହା କୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ଯେ ଏ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଦ୍ଵାରା ସ୍କୁଲ କିମ୍ବା ହଷ୍ଟେଲ କୁ କୌଣସି ଆକ୍ରାନ୍ତ ବାହାରି ନାହାନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଏସ ଓ ପି କୁ କଡ଼ାକଡ଼ି ଭାବେ ପାଳନ କରିବା ଲାଗି ନିର୍ଦେଶ ଦିଆ ଯାଇଛି ଏବଂ ଘରୋଇ ସ୍କୁଲ ଉପରେ ଜିଲା ପ୍ରଶାସନ ତରଫରୁ କଡା ନଜର ରଖା ଯାଇଛି।କିନ୍ତୁ ସ୍କୁଲ ବନ୍ଦ ହେବା ପାଇଁ ଏତ ପର୍ଯ୍ୟନ୍ତ ସେମିତି କିଛି ନିଷ୍ପତି ଆସି ନାହିଁ।ଛାତ୍ର ଛାତ୍ରୀ ,ଅଭିଭାବକ,ସ୍କୁଲ କର୍ତ୍ତୃପକ୍ଷ ଙ୍କୁଏଭଳି ବିଭ୍ରାନ୍ତ କାରୀ ତଥ୍ୟ କୁ ବିଶ୍ୱାସ ନ କରି ବାକୁ ଶ୍ରୀ ଦାସ କହିଛନ୍ତି।

ଅନ୍ୟପକ୍ଷରେ କହିବାକୁ ଗଲେ କିଛି ଦିନ ତଳେ ଭୁବନେଶ୍ୱର ସ୍ଥିତ XIMB ,ଏକ କୋଚିଂ ସେଣ୍ଟର ,ଘରୋଇ ବିଦ୍ୟାଳୟ, ଇଂଜିନିୟରିଂ କଲେଜ,ରାଉରକେଲା ସ୍ଥିତ NIT,କଟକ ସ୍ଥିତ ଏକ ଘରୋଇ କଲେଜ, ରେଭେନ୍ସା ବିଶ୍ୱବିଦ୍ୟାଳୟ ର ଛାତ୍ର ଛାତ୍ରୀ କାରୋନା ଆକ୍ରାନ୍ତ ହେବା ପରେ ରାଜ୍ୟ ସରକାରଙ୍କ ଚିନ୍ତା ବଢି ଯାଇଛି। ଏହାକୁ କିପରି ମୁକବିଲା କରିବା ତାହାକୁ ନେଇ ଜିଲ୍ଲା ସ୍ତର ରେ ପଦକ୍ଷେପ ନେବା ପାଇ ନିର୍ଦେଶନାମା ଦିଆ ଯାଇଛି।

ହଷ୍ଟେଲ ଛାତ୍ର ଛାତ୍ରୀ ବହୁତ ପ୍ରଭାବ ହୋଇ ଥିବାରୁ ଆଜି ଭୁବନେଶ୍ୱର ମହାନଗର ନିଗମ ପକ୍ଷ ରୁ ସହରର ତିନୋଟି ଶିକ୍ଷାନୁଷ୍ଠାନ ରେ କାରୋନା ପରୀକ୍ଷା କରା ଯାଇଛି ଏବଂ ରେଭେନ୍ସା ବିଶ୍ୱ ବିଦ୍ୟାଳୟ ରେ ପରୀକ୍ଷା ବାତିଲ ସହ କ୍ୟାମ୍ପସ କୁ କଡ଼ାକଡ଼ି କରା ଯାଇଛି। ପୁଣି କାରୋନା ତାର କାୟା ବିସ୍ତାର ଧୀରେ ଧୀରେ କରୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment