ପୁଣି ଥରେ Live ଭିଡ଼ିଓ କରି ପ୍ରତାରିତ ପ୍ରେମିକ କଲା ଆତ୍ମହତ୍ୟା…ଦେଖନ୍ତୁ ଭିଡ଼ିଓ

0

ବର୍ତ୍ତମାନ ର ସମାଜରେ 99 ପ୍ରତିଶତ ଲୋକ ଭଲପାଇଁ ଅର୍ଥାତ୍ ପ୍ରେମ ବିବାହ କରୁଛନ୍ତି । ଆଜିର ଯୁବପିଢୀ ମାନଙ୍କ ପାଇଁ ପ୍ରେମ ଖେଳଘର ପାଲଟିଗଲାଣି , ଅର୍ଥାତ୍ ଆଜିର ଯୁବପିଢୀ ମାନେ ନିଜର ମନର ଆଶା ପୂରଣ କରିବା ଲାଗି ପ୍ରେମ କରିଥାନ୍ତି । ତାହା ପୂରଣ ହୋଇଗଲେ ସେମାନେ ନିଜର ପ୍ରେମକୁ ଭୁଲି ଯାଇଥାନ୍ତି । ପ୍ରେମ ଏକ ପବିତ୍ର ସମ୍ପର୍କ ଅଟେ ଏବଂ ଏହାର ବହୁତ ମାନ୍ୟତା ରହିଛି ସ୍ୱୟଂ ଭଗବାନ ମଧ୍ୟ ପ୍ରେମ କରିଛନ୍ତି । ମାତ୍ର ଆଜିର ଯିବପିଢୀ ମାନେ ପ୍ରେମ ପରି ପବିତ୍ର ଶବ୍ଦକୁ ଏବେ ଅପବିତ୍ର କରିବାରେ ଲାଗିଛନ୍ତି । କାରଣ ବର୍ତ୍ତମାନ ସମୟରେ ସେହିପରି ଏକ ଘଟଣା ଆମ ମାନଙ୍କ ସାମ୍ନାକୁ ଆସିଛି , ଯାହାକୁ ଜାଣିଲେ ଆପଣ ମାନଙ୍କର ପ୍ରେମ ଉପରୁ ଭରସା ଉଠିଯିବ । ତେବେ ଆସନ୍ତୁ ଜାଣିବା ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ବିଷୟରେ ।

ସୂଚନା ଅନୁସାରେ ଭଦ୍ରକ ଜିଲ୍ଲା ବନ୍ତ ବାଣିତିଆ ଗ୍ରାମ ନିବାସୀ ସନାତନ ପତିଙ୍କ ସାନ ପୁଅ ବଳରାମ ପତି , କେନ୍ଦ୍ରାପଡା ରାଜଧାନୀକା ବ୍ଲକ ବଜୟପୁର ନିବାସୀ ଗୋକୁଳପାଣିଙ୍କ ଝିଅ ଶୁଭଶ୍ରୀ ପାଣିକୁ ପ୍ରେମ କରୁଥିଲେ । ଦୀର୍ଘ 8 ବର୍ଷର ସମ୍ପର୍କରେ ଦୁହେଁ ପ୍ରେମର ସମସ୍ତ ସୀମା କୁ ଅତିକ୍ରମ କରି ସାରିଥିଲେ , ଉଭୟେ ଉଭୟଙ୍କ ସହିତ ଏକ ଶାସ୍ୱତ ପ୍ରେମରେ ସିକୁଳୀରେ ବାନ୍ଧି ହୋଇଥିଲେ । ପ୍ରେମିକ ବଳରାମ ମଧ୍ୟ ପ୍ରେମିକା ଶୁଭଶ୍ରୀ ଙ୍କୁ ଲକ୍ଷାଧିକ ଟଙ୍କା ଦେଇ ସାରିଥିଲେ । ଗତବର୍ଷ ବଳରାମଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ , ସେ ପୁଅ ବଳରାମଙ୍କୁ ବିବାହ କରାଇବାକୁ ନିଷ୍ପତ୍ତି ନେଇଥିଲେ ।

ମା ଙ୍କ ନିଷ୍ପତ୍ତି ଅନୁସାରେ ପୁଅ ବଳରାମ ଶୁଭଶ୍ରୀଙ୍କୁ ବିବାହ କରିବାକୁ କହିଥିଲେ , କିନ୍ତୁ ଦୁର୍ଭାଗ୍ୟର କଥା ଶୁଭଶ୍ରୀ ବଳରାମଙ୍କ କଥାରେ ରାଜି ନହୋଇ ଅନ୍ୟତ୍ର ବିବାହ କରି ନବାକୁ କହିଥିଲେ । ଏ ବାବଦରେ ଶୁଭଶ୍ରୀ ଘର ଲୋକଙ୍କୁ ଅବଗତ କରାଇଥିଲେ ମଧ୍ୟ କିଛି ସୁଫଳ ମିଳି ନଥିଲା । ଶେଷରେ ସେ ସବୁଦିଗରୁି ନିରାଶ ହୋଇ ବଳରାମ ଘର ଲୋକଙ୍କ ନିଷ୍ପତ୍ତି ଅନୁସାରେ ଗତ ବର୍ଷ ଜୁନ ମାସରେ ନିକଟସ୍ଥ ଗ୍ରାମରେ ବଡ ଧୁମଧାମ୍ ରେ ବିବାହ କରିଥିଲେ । ବିବାହର 6 ମାସ ଯାଏ ଦୁହିଁଙ୍କ ମଧ୍ୟରେ କୌଣସି ସମ୍ପର୍କ ନଥିବା ବେଳେ ବଳରାମ ମଧ୍ୟ ତାଙ୍କ ବୈବାହିକ ଜୀବନରେ ଖିୁସୀ ଥିଲେ ।

କିଛିଦିନ ତଳେ ବଳରାମ କୌଣସି ସୂତ୍ରରୁ ଶୁଭଶ୍ରୀ ତାଙ୍କୁ ଧୋକା ଦେଇ ଅନ୍ୟ ଜଣେ ଯୁବକଙ୍କ ସହ ସମ୍ପର୍କରେ ଅଛନ୍ତି ବୋଲି ଜାଣିବାକୁ ପାଇଁ ମାନସିକ ଭାବରେ ଭାଙ୍ଗି ପଡିଥିଲେ । ମାନସିକ ସନ୍ତୁଳନ ହରାଇ ଅତୀତରେ ଶୁଭଶ୍ରୀଙ୍କୁ ଦେଇଥିବା ଲକ୍ଷାଧିକ ଟଙ୍କା ଫେରାଇବାକୁ ଅନୁରୋଧ କରିଥିଲେ । ଏ ବାବଦରେ ଶୁଭଶ୍ରୀ ଘର ଲୋକଙ୍କୁ ଅବଗତ କରାଇବାରୁ ଶୁଭଶ୍ରୀଙ୍କ ଭାଇ ଏବଂ ମାମୁଁ କିଛି ଗୁଣ୍ଡାଙ୍କୁ ଧରି ବଳରାମ ଙ୍କ ଘରେ ପହଞ୍ଚି ପରିବାର ଲୋକଙ୍କୁ ଧମକ୍ ଚମକ୍ ଦେବା ସହିତ ବଳରାମଙ୍କୁ ଜୀବନରୁ ମାରିଦେବାକୁ ଏବଂ ରଖିଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ ଭାଇରାଲ କରିଦବାକୁ ଧମକ ଦେଇଥିଲେ ।

ବାପା ମାଆ ଙ୍କୁ ଭଲ ପାଉଥିବା ବଳରାମ ଏହାକୁ ସହ୍ୟ କରିପାରିନଥିଲେ , ମାନସିକ ସ୍ତରରେ ସାମାଜିକ ନିନ୍ଦା ଅପବାଦକୁ ସହ୍ୟ କରିବାର କ୍ଷମତାକୁ ହରାଇ ବସିଥିଲେ । ଏସବୁ ପରେ ନିଜ ପରିବାର ପ୍ରିୟଜନ ସମସ୍ତଙ୍କୁ ନିରାଶ କରି ଶେଷରେ ସେ ଚାକିରୀ କରୁଥିବା ଦିଲ୍ଲୀ ଗୁଡ୍ ଗାଅ ସେକ୍ଟର 43 ସ୍ଥିତ ଭଡାଘରେ ଗତ 27 ତାରିଖ ରାତ୍ରୀ 10 ଘଟିକା 30 ମିନିଟ ସମୟରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।