ପୁପିନ୍ଦର ସିଂହ ଜଣେ ଓଡ଼ିଆ କଥାଚିତ୍ର ଅଭିନେତା। କେବଳ ଅଭିନେତା ନୁହଁନ୍ତି ଓଡ଼ିଆ କଥାଚିତ୍ର ପ୍ରଯୋଜକ, ଦୂରଦର୍ଶନ ଓ ମଞ୍ଚ ଉପସ୍ଥାପକ ଏବଂ ଜଣେ ଲୋକପ୍ରିୟ ଆଲବମ୍ ଅଭିନେତା। ଆପଣ ମାନେ ଅଭିନେତା ପୁପିନ୍ଦର ସିଂହଙ୍କୁ ଖୁବ୍ ଭଲ ଭାବରେ ଜାଣିଥିବେ। ପ୍ରଥମେ ଜଣେ ଆଲବମ୍ ଅଭିନେତା ଭାବରେ ସେ ଦର୍ଶକ ମାନଙ୍କ ଭଲ ପାଇବା ଜିତି ପାରିଥିଲେ। ମୁଖ୍ୟତଃ ସମ୍ବଲପୁରୀ ଗୀତରେ ନୃତ୍ୟ କରି ଦର୍ଶକ ମାନଙ୍କୁ କିମିଆ କରି ପାରିଥିଲେ ପୂପିନ୍ଦର୍।
ତେବେ ୨୦୦୮ ମସିହାରେ ‘ତୋ ବିନା ଭଲ ଲାଗେନା’ ଓଡିଆ କଥାଚିତ୍ର ମାଧ୍ୟମରେ ପୁପିନ୍ଦର ପ୍ରଥମ ଥର ପାଇଁ ଅଭିନୟ କରିବାର ସୁଯୋଗ ପାଇଥିଲେ ସେଥିରେ ପୁପିନ୍ଦର୍ ଏକ ଡକ୍ଟରର ଭୂମିକାରେ ଅଭିନୟ କରିଥିଲେ ଯାହା ଦର୍ଶକ ମାନଙ୍କୁ ବେଶ୍ ପସନ୍ଦ ଆସିଥିଲା। ଏହା ପରେ ୨୦୧୦ ମସିହାରେ ସେ ଓଡିଆ କଥାଚିତ୍ର ଶୁଭ ବିବାହରେ ପ୍ରଥମ ଥର ପାଇଁ ମୁଖ୍ୟ ଅଭିନେତା ଭାବେ ଅଭିନୟ କରିଥିଲେ। ଶୁଭ ବିବାହରେ ପୁପିନ୍ଦରଙ୍କ ନାୟିକା ସାଜିଥିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଏହି ସିନେମାକୁ ଦର୍ଶକ ମାନଙ୍କ ଖୁବ୍ ଭଲ ପାଇବା ମିଳି ପାରିଥିଲା। ଏହା ପରେ ପୁପିନ୍ଦର ଏକାଧିକ ଓଡ଼ିଆ କଥାଚିତ୍ର ଓ ଆଲବମରେ ନଜର ଆସିଛନ୍ତି ପୁପିନ୍ଦର। ଅନେକ ଦୂରଦର୍ଶନ ଓ ମଞ୍ଚରେ ଉପସ୍ଥାପନା ମଧ୍ୟ କରୁ ଥିବାର ନଜର ଆସୁଛନ୍ତି।
ତେବେ ନିକଟରେ ଏକ ସାକ୍ଷାତ କାରରେ ପୁପିନ୍ଦର ତାଙ୍କର ବ୍ୟକ୍ତିଗତ ଜୀବନରେ କିଛି ସିକ୍ରେଟ୍ ସେୟାର କରିଥିଲେ। ତେବେ ଆପଣ ମାନେ ଜାଣିଥିବେ କି ବିଗତ ଦିନରେ ଅଭିନେତ୍ରୀ ପ୍ରିୟା ଚୌଧୁରୀ ଏବଂ ପୁପିନ୍ଦରଙ୍କ ଯୋଡିକୁ ନେଇ ବେଶ୍ ଚର୍ଚ୍ଚା ଲାଗି ରହିଥିଲା। ସେ ବାବଦରେ ପୁପିନ୍ଦର ତାଙ୍କର ଫ୍ୟାନସ୍ ମାନଙ୍କ ସହିତ ସେୟାର କରିଛନ୍ତି। ତେବେ ଆସନ୍ତୁ ଜାଣିବା ପ୍ରିୟା ଏବଂ ତାଙ୍କ ସମ୍ପର୍କକୁ ନେଇ କଣ କହୁଛନ୍ତି ପୁପିନ୍ଦର।
ଅଭିନେତା ପୁପିନ୍ଦର କହିଛନ୍ତି କିସେତେବେଳେ ପ୍ରିୟା ମୋର ଜଣେ ବନ୍ଧୁ ଥିଲେ। ସେ ସେତେବେଳେ ବହୁତ୍ ଛୋଟ ଥିଲେ ସେ ଖାଲି ମୋତେ ନୁହେଁ ସାରା ଓଡିଶାକୁ ଭଲ ଲାଗନ୍ତି। ସେଦିନ ଯେଉଁ ରେସ୍ପେକ୍ଟ ତାଙ୍କ ପାଇଁ ଥିଲା ଆଜି ବି ରହିଛି ମୁଁ ସବୁ ବେଳେ ୱିଶ୍ କରେ କି ସେ ଭଲରେ ରୁହନ୍ତୁ ଖୁସିରେ ରୁହନ୍ତୁ। ସେମାନେ ଉଭୟ ପରସ୍ପରର ଭଲ ବନ୍ଧୁ ବୋଲି ଭାବୁଥିଲେ । ପ୍ରିୟା ପୁପିନ୍ଦରଙ୍କୁ ନିଜ ଗାଇଡ୍ ବୋଲି ମାନୁଥିଲେ। ପ୍ରିୟାଙ୍କ ପ୍ରତି ସବୁବେଳେ ତାଙ୍କର ରେସ୍ପେକ୍ଟ ରହିଥିବ ବୋଲି ସେ କହିଛନ୍ତି। ତେବେ ସେମାନେ ଖାଲି ବନ୍ଧୁଠୁ ବି କିଛି ଅଧିକ କହିଲେ ଚଳେ। ତେବେ ଏକଥା ମଧ୍ୟ ପୁପିନ୍ଦର କହିଛନ୍ତି କି ଭାଗ୍ୟରେ ଯିଏ ଅଛି ସେ ହିଁ ରହିବ ପୁପିନ୍ଦର ଭାଗ୍ୟରେ ରୂପିନ୍ଦର୍ ଲେଖା ଅଛି ମାନେ ଯିଏ ଯେତେ ଆସିଥିଲେ ବି ସେ ଯାଇଥାନ୍ତେ ରୂପିନ୍ଦର୍ ପାଖକୁ ନହେଲେ ରୂପିନ୍ଦର୍ ଆସିଥାନ୍ତେ ପୁପିନ୍ଦରଙ୍କ ପାଖକୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।