ବାତ୍ୟା ୟାସ ର ପ୍ରଭାବ ବାଲେଶ୍ଵର ରେ କିଭଳି ଭାବରେ ପଡିଛି ତାହା ଏବେ ସାମ୍ନାକୁ ଆସିଛି।ଅନେକ ଚିତ୍ରରୁ ଏହା ସ୍ପଷ୍ଟ ହୋଇ ଯାଉଛି ଯେ ଏହି ବାତ୍ୟା କିପରି ଭାବରେ ତାର ପ୍ରଳୟ ରଚିଛି। କିଭଳି ଭାବରେ ଅନେକ ଗ୍ରାମ ଏହା ଦ୍ବାରା ପ୍ରଭାବିତ ହୋଇଛନ୍ତି ତାହା ଆପଣ ଏଠାରେ ଦେଖିବାକୁ ପାଇବେ। ବାତ୍ୟା ୟାସ ତାର ତାଣ୍ଡବ ରଚିବା ପରେ ଯେଉଁଭଳି ଭାବରେ ବର୍ତ୍ତମାନର ସ୍ଥିତି ରହିଛି ତାହା ଆପଣ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ମାନଙ୍କରେ ଦେଖିବାକୁ ପାଉଥିବେ।ତେବେ ଆପଣଙ୍କୁ କହି ରଖୁଛୁ ଯେ ଏହି ବାତ୍ୟା ଧାମରାର ଉତ୍ତର ଓ ବାଲେଶ୍ୱର ସହର ତଳକୁ ବାହାନଗା ପାଖରେ ଏହା ଲ୍ୟାଣ୍ଡଫଲ କରିଛି।
ସେହି ଅଞ୍ଚଳରେ ଏକ ପ୍ରକାର ଭୟାନକ ସ୍ଥିତି ମଧ୍ୟ ସୃଷ୍ଟି କରିଛି ବାତ୍ୟା ୟାସ।ତେବେ ଏହି ପ୍ରକ୍ରିୟା ଶେଷ ହେବାକୁ ୩ରୁ ୪ ଘଣ୍ଟା ସମୟ ଲାଗିବ ବୋଲି କୁହା ଯାଇଛି। ଦିନ ୧ଟା ସୁଦ୍ଧା ଲ୍ୟାଣ୍ଡଫଲ ଶେଷ ହେବ ବୋଲି ଭାରତୀୟ ପାଣିପାଗ ବିଭାଗର ପକ୍ଷରୁ ସୂଚନା ଦିଆଯାଇ ଥିବା ବେଳେ କିନ୍ତୁ ଆଗାମୀ କିଛି ସମୟ ପାଇଁ ଏହାର ବିପଦ ରହିଛି ବୋଲି କୁହା ଯାଇଛି। ଯଦିଓ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ୧ଟା ସୁଦ୍ଧା ଶେଷ ହେବାକୁ ଥିଲେ ହେଁ ପବନର ବିପଦ ସନ୍ଧ୍ୟା ଯାଏ ରହିଥିବା ଭାରତୀୟ ପାଣିପାଗ ବିଭାଗର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।
କିନ୍ତୁ ଏହି ସମୟରେ ବାତ୍ୟାର ପ୍ରଭାବରେ ଯେଉଁ ସ୍ଥିତି ସୃଷ୍ଟି ହୋଇଛି ତାହା ଏଠାରେ ଦେଖିବାକୁ ମିଳିଛି।ବାଲେଶ୍ଵର ର ଅନେକ ଗ୍ରାମରେ ସମୁଦ୍ର ପାଣି ପଶି ଆସିବା ଫଳରେ ଗାଆଁ ସଂପୂର୍ଣ୍ଣ ଜଳାମୟ ହୋଇ ପଡିଛି।ଗ୍ରାମରେ କିପରି ଭାବରେ ବାତ୍ୟା ୟାଶ ତାଣ୍ଡବ ରଚୁଚି ତାହା ଦେଖିବାକୁ ମିଳିଛି।ଏଠାରେ କିପରି ଭାବରେ ଗ୍ରାମ ଭିତରେ ପାଣି ପଶିଯିବା ଫଳରେ ଅନେକ ଅସାବାପତ୍ର ସବୁ ଭାସି ଯାଇଛି ତାହା ଦେଖିବାକୁ ମିଳିଛି। ବାଲେଶ୍ଵର ର ଅନେକ ଗାଆଁ ରେ ପାଣି ପଶିଯିବା ଫଳରେ ଅନେକ ଚାଳ ଏବଂ କଚ୍ଚା ଘର ଭାଙ୍ଗି ସେଥିରେ ଥିବା ଅନେକ ଘରୋଇ ଅସାବାପତ୍ର ସବୁ ଭାସି ଯାଇଛି।
ଲୋକେ ଏହାକୁ ପାଣିରୁ ଉଠାଇ ନେଇ ଯାଉ ଥିବାର ଦୃଶ୍ୟ କ୍ୟାମେରା ରେ ରେକର୍ଡ ହୋଇଛି। କୃଷ୍ଣ ନଗର ଗ୍ରାମର ଚିତ୍ର ମଧ୍ୟ ଆପଣ ଏଠାରେ ଦେଖି ପାରୁଥିବେ।ଏଠାରେ ଗ୍ରାମରେ ପାଣି ମାଡ଼ିଯିବା ଫଳରେ ଗ୍ରାମବାସୀ ରହିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। କିଛି ଘର ଜଳରେ ବୁଡ଼ି ରହିଛି। ଲୋକେ ଆତଙ୍କିତ ହୋଇ ପଡ଼ିଥିବା ବେଳେ ସେମାନେ ଏହି ପରିସ୍ଥିତିରୁ ଉଦ୍ଧାର ହେବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି। ତେବେ ଏଠାରେ କିଭଳି ଭାବରେ ଘରେ ଭିତରେ ପାଣି ପଶିଯିବା ଫଳରେ ଘରୋଇ ଆସାବାପତ୍ର,ଗାଡ଼ି ଆଦି ବୁଡି ରହିଛି ତାହା ଆପଣ ଦେଖିବାକୁ ପାଇବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।