ଦେଖନ୍ତୁ ଭିଡ଼ିଓ : ପୁରୀ ବଡ଼ ଦାଣ୍ଡରେ ଜଗନ୍ନାଥଙ୍କ ନ୍ୟାୟ ପାଇଁ ଅଖିଆ ଅପିଆ ବସିଛନ୍ତି, ଅଭିନେତ୍ରୀ ‘ରାନୀ ପଣ୍ଡା’ କାରଣ ଜାଣିଲେ ହେବେ ତାଯୁବ

0

ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ, ଯଦି ଜଣେ ସାଧାରଣ ଜନତା ସରକାରଙ୍କ ପାଖରେ କିଛି ଦାବି ରଖନ୍ତି, ତାହାକୁ କାର୍ଯ୍ୟକାରୀ କରିବା ଟିକିଏ ବିଳମ୍ବ ହୋଇଥାଏ ବା ତାଙ୍କ କଥା କେହି ଶୁଣିନାହାଁନ୍ତି। ଅନେକ ସମୟରେ ଜଗନ୍ନାଥଙ୍କୁ ନେଇ ଅନେକ ଦାବି ରଖାଯାଇଥାଏ। କିନ୍ତୁ ଆଜି ଜଣେ ସେଲିବ୍ରେଟି ଜଗନ୍ନାଥଙ୍କୁ ନ୍ୟାୟ ଦେବା ଆଶାରେ ପୁରୀ ବଡ଼ଦାଣ୍ଡରେ ଅନଶନରେ ବସିଛନ୍ତି। ଯାହାକି ସମସ୍ତଙ୍କ ମଧ୍ୟରେ ଉତକଣ୍ଠ ରହିଛି ଯେ ନିଶ୍ଚିତ ଭାବରେ ତାଙ୍କ କଥା ପ୍ରଶାସନ ବୁଝିବେ। କାରଣ ଜଣେ ସାଧାରଣ ଲୋକ ଯେଉଁଠି ଫେଲ ମାରି ଯାଆନ୍ତି, ଜଣେ ସେଲିବ୍ରେଟି ଦ୍ୱାରା ଖୁବ ସହଜ ହୋଇଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଯେଉଁ ସେଲିବ୍ରେଟି ଜଣକ ମହାପ୍ରଭୁ ଜଗନ୍ନାଥଙ୍କୁ ନ୍ୟାୟ ଦେବାକୁ ଅନଶନରେ ବସିଛନ୍ତି, ସେ ଆଉ କେହି ନୁହନ୍ତି ଆମ ସମସ୍ତଙ୍କର ପ୍ରିୟର ରାନୀ ପଣ୍ଡା। ତେବେ ବର୍ତ୍ତମାନ ତାଙ୍କ ଫ୍ୟାନ ମାନେ ମଧ୍ୟ ତାଙ୍କ ସହିତ ଥିବାର ଦେଖା ଯାଇଛି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା କଣ ତାଙ୍କର ଦାବି, କଣ ପାଇଁ ପୁରୀ ବଡ଼ଦାଣ୍ଡ ରେ ଏପରି ଭାବରେ ବସିଛନ୍ତି। ତେବେ ଆସନ୍ତୁ ପୂରା ଘଟଣା ଜାଣିବା;

ସୂଚନା ଅନୁସାରେ, ପ୍ରଥମ ଥର ପାଇଁ ରାନୀ ପଣ୍ଡା ଓଡ଼ିଆ ସଂସ୍କୃତିକୁ ଆଖି ଆଗରେ ରଖି, ସେ ଆସି ଛନ୍ତି ଏକ ନର୍ତ୍ତକୀ ଭାବରେ ଜଗନ୍ନାଥଙ୍କ ମନ୍ଦିରକୁ। ସେ କହୁଛନ୍ତି ଯେ ଜଗନ୍ନାଥଙ୍କ ଦ୍ୱାରେ ମୁଁ ଦେବଦାସୀ ସେଥିପାଇଁ ଜଗନ୍ନାଥଙ୍କ ପାଇଁ ଏଭଳି ଗେଟପରେ ଆସିଛି। କିନ୍ତୁ ତାଙ୍କର ଏଇ ଗେଟପକୁ ସେଠାକାର ଜଣେ ବ୍ୟକ୍ତି ତାଙ୍କୁ ଅପମାନ ଦେଇଥିଲେ। ସେ ଭାବିଲେ ମୋତେ ଅପମାନ ଦେଇ ନାହାନ୍ତି, ସେ ଜଗନ୍ନାଥଙ୍କୁ ଅପମାନ ଦେଇଛନ୍ତି। ସେ ଅପମାନକୁ ସହି ନ ପାରି ପୁରୀ ସିଂହ ଦ୍ୱାର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ସେହି ଥାନାର ISC କହିଥିଲେ ଯେ ଆମକୁ ଦୁଇ ଦିନ ସମୟ ଦିଅନ୍ତୁ, ଆମେ ଆପଣ ମାନଙ୍କୁ ଜଣାଇ ଦେବୁ, କିନ୍ତୁ ରାନୀ ପଣ୍ଡା କହିବା ମୁତାବକ ଯେ ଦୁଇ ଦିନରୁ ସାତ ଦିନ ହୋଇ ଗଲା ଏପର୍ଯ୍ୟନ୍ତ କୌଣସି ଉତ୍ତର ମିଳି ନାହିଁ।

ତେବେ ତାଙ୍କ କହିବା ଅନୁସାରେ ଯଦି ପୋଲିସ କିଛି କାର୍ଯ୍ୟ କ୍ରମ ନ କରିବ, ତା ହେଲେ ସେ କାର୍ଯ୍ୟ ଦିଅନ୍ତୁ ଆମକୁ କରିବା ପାଇଁ, ବହୁତ ଦୁଃଖ ଓ ଲଜ୍ୟା ର କଥା ଯେ ଜଗନ୍ନାଥ ସାରା ସଂସାରକୁ ନ୍ୟାୟ ଦେଉଛନ୍ତି କିନ୍ତୁ ତାଙ୍କୁ ନ୍ୟାୟ ଦେବା ପାଇଁ ଜଣେ ମଧ୍ୟ ଆଗକୁ ବାହାରୁ ନାହାନ୍ତି। ମୋର ପ୍ରଶାସନ କୁ ଏତିକି ଅନୁରୋଧ ଯେ ସେ ବ୍ୟକ୍ତି ଙ୍କୁ ତୁରନ୍ତ ଖୋଜି ତାକୁ ଉପଯୁକ୍ତ ଦଣ୍ଡ ମିଳୁ ଏବଂ ସେ ଆସି ଜଗନ୍ନାଥଙ୍କ ନିକଟରେ କ୍ଷମା ମାଗୁ ଏବଂ ସାରା ଓଡ଼ିଶା ବାସୀଙ୍କୁ ମଧ୍ୟ ଭୁଲ ମାଗୁ, ଏହି ଖବରଟି ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।