Puri ସମୁଦ୍ର କୂଳରେ ଲାଗିଲା ଏକ ବିଶାଳକାୟ ତିମି, JCB ସାହାଯ୍ୟରେ କରାଯାଉଛି ଉଦ୍ଧାର…ଦେଖନ୍ତୁ ଭିଡ଼ିଓ

0

ବନ୍ଧୁଗଣ ଆମେ ଆପଣଙ୍କୁ ଏମିତି ଏକ ଭିଡିଓ ବିଷୟରେ କହିବାକୁ ଯାଉଛୁ ଯାହାକୁ ଦେଖିଲେ ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ୟ୍ଯ ହୋଇଯିବେ। କାରଣ ଏଠାରେ ଏକ ଭିନ୍ନ ରକମର ଘଟଣା ଘଟିଛି। ଯାହା ପ୍ରାୟତଃ ବହୁତ୍ କମ୍ ବା କ୍ଵଚିତ ଦେଖିବାକୁ ମିଳିଥାଏ। ତେବେ ଏହି ଘଟଣା ହେଉଛି ପୁରୀର ସମୁଦ୍ର କୂଳର। ଏଠାରେ କୃଷ୍ଣ ପ୍ରସାଦ ଅଂଚଳରେ ସମୁଦ୍ର କୂଳରେ ଲାଗିଛି ଏକ ତିମି। ଏହି ତିମି କେତେ ବଡ ତାହା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଏହା ଏତେ ବଡ ଯେ ଯାହାକୁ ସେଠାରେ ଜେଶିବି ସାହାଯ୍ୟରେ ଟଣା ଯାଉଥିବା ଦେଖିବାକୁ ମିଳିଛି। ତେବେ ଏହି ଘଟଣା ସେଠାରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି।

ଯାହାକୁ ଦେଖିବା ପାଇଁ ସେଠାରେ କେତେ ଲୋକ ଜମା ହେଇଛନ୍ତି ଥରେ ଆପଣ ଦେଖନ୍ତୁ। ତେବେ ଏହି ତିମି ମାଛଟି ଏତେ ବଡ ହୋଇଛି ଯେ ତାକୁ ଆପଣ ନ ଦେଖିଲେ ବିଶ୍ୱାସ କରି ପାରିବେ ନାହିଁ।ଏକ ବିଶାଳ କାୟ ତିମି ମାଛ ସମୂଦ୍ର କୂଳରେ ଆସି ଲାଗିଛି। ଏହା ସମ୍ପୁର୍ଣ୍ଣ କଳା ରଙ୍ଗର ଦେଖା ଯାଉଛି। ଯାହାକୁ ମଣିଷ ଟାଣିବା ସମ୍ଭବ ପର ହୋଇ ନ ପାରିବାରୁ ପରେ ଏକ ଯେଶିବି ସାହାଯ୍ୟରେ ଏହି ମାଛକୁ ପାଣିରୁ ଉପରକୁ ଅଣା ଯାଉଛି। ପରେ କିଛି ସମୟ ପରେ ଏହା କୂଳକୁ, ଶୁଖିଲା ସ୍ଥାନକୁ ଆସିବା ପରେ ଯାଇ ଏହାକୁ ଛାଡି ଦେଇ ଯାଇଛି ଜେସିବିି। ତେବେ ମାଛଟିର ଆକାର କୁ ଥରେ ଆପଣ ଦେଖନ୍ତୁ।ଏହା କେତେ ବଡ ହୋଇଛି।

ସେଠାରେ ଏକ ସାନ ପିଲା ମାଛର ଲାଞ୍ଜ କୁ ଧରି ଟାଣି ବାରେ ଲାଗିଛି। ସମସ୍ତ ଲୋକମାନେ ଖୁସିର ସହିତ ଏହି ତିମି ର ଉଦ୍ଧାର କୁ ଦେଖୁଛନ୍ତି ଏବଂ ପରେ ତା ଉପରେ ଯାଇ ଛିଡା ହୋଇଛନ୍ତି ସ୍ଥଳ ଭାଗକୁ ଆସିବା ପରେ। ଯେସିବିି ଦ୍ବାରା ତାକୁ ସମୁଦ୍ରର ଢେଉ ରୁ ବାହାରକୁ ଆଣିବା ପରେ ଲୋକେ ତା ପାଖକୁ ଯାଇ ତିମିକୁ ଭଲ ଭାବରେ ଦେଖୁଛନ୍ତି ଏବଂ ତାର ଫଟୋ ମଧ୍ଯ ନେଉଛନ୍ତି। ସେଠାରେ ଏକ ପ୍ରକାର ଜନ ସମୁଦ୍ର ସୃଷ୍ଟି ହୋଇଛି ଏହି ତିମି ମାଛକୁ ଦେଖିବା ପାଇଁ।ଅନେକ ସଂଖ୍ୟାରେ ଲୋକ ସେଠାରେ ପହଞ୍ଚି ଏହି ଦୃଶ୍ୟକୁ କ୍ୟାମେରା ରେ ରେକର୍ଡ କରିବା ସହ ଏତେ ବଡ ତିମି କୁ ଦେଖି ଚକିତ ହୋଇ ପଡିଛନ୍ତି।

ତେବେ ସୂଚନା ଅନୁସାରେ ପୁରୀର କୃଷ୍ଣ ପ୍ରସାଦ ଅଂଚଳରେ ସମୁଦ୍ର କୂଳରେ ଏହି ତିମିଟି ଲାଗିଛି ବୋଲି ଜଣା ପଡ଼ିଛି।ଏହି ଭିଡିଓ ଦେଖିଲେ ଆପଣ ବି ଜାଣି ପାରିବେ ଏଠାରେ କିଭଳି ସ୍ଥିତି ସୃଷ୍ଟି ହୋଇଛି ତିମି ମାଛକୁ ଦେଖିବା ପାଇଁ। ତେବେ ଏହି ଭିଡିଓ ଟି ଏବେ ସୋସିଆଲ ମିଡିଆରେ ବହୁତ୍ ମାତ୍ରାରେ ସେୟାର୍ ହେବାରେ ଲାଗିଛି। ଲୋକେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହେବା ସହିତ ତାଙ୍କର ପ୍ରତିକ୍ରିୟା ଦେଉଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।