ପୂର୍ଣ୍ଣିମା ହେଲେ ଆମ ଛୁଆକୁ ସିଏ ଖାଇଯାଉଛି, ମୁଣ୍ଡ ବାଡ଼େଇ କହୁଛି ଡାକିଲୁ କାଇଁ…ପୂରା ଘଟଣା ଜାଣି ହୋସ ଉଡିଯିବ

0

ବର୍ତ୍ତମାନ ସମୟରେ ମଣିଷମାନେ ନିଜର ବୈଜ୍ଞାନିକ ବୁଦ୍ଧି ଖଟାଇ ଚନ୍ଦ୍ର ପୃଷ୍ଠରେ ପହଁଚିଲେଣି, ତେବେ ସମାଜରେ ଶିକ୍ଷାର ପ୍ରସାର ହେବା ଯୋଗୁଁ, ଲୋକେ ପ୍ରତିଦିନ କିଛି ନା କିଛି ଉଦ୍ଭାବନ କରୁଛନ୍ତି। ବର୍ତ୍ତମାନ ଭଳି ଆଧୁନିକ ସମୟରେ ଲୋକମାନେ ଏତେ ସଭ୍ୟ ହୋଇ ମଧ୍ୟ ଆମ ସମାଜରେ ଅନେକ ଏପରି ଲୋକ ଅଛନ୍ତି। ଯେଉଁ ମାନେ ଅନ୍ଧବିଶ୍ୱାସ ମନ ମଧ୍ୟରେ ଭରି ରହିଥାଏ। ବନ୍ଧୁଗଣ ଆପଣ ମାନେ ଅନେକ ସମୟରେ ବିଭିନ୍ନ ପ୍ରକାର ଅନ୍ଧ ବିଶ୍ୱାସ ଖବର ଶୁଣିବା ପାଇଁ ପାଇଥାନ୍ତି। ଆଜିବି ଲୋକ ମାନଙ୍କ ମଧ୍ୟରେ ତନ୍ତ୍ର ମନ୍ତ୍ର ଗୁଣି ଗାରେଣି ଇତ୍ୟାଦି ଉପରେ ବିଶ୍ବାସ କରୁଛନ୍ତି। ବେଳେ ବେଳେ ମନୁଷ୍ୟ ଅନ୍ଧ ବିଶ୍ୱାସର ଶିକାର ହୋଇ ଜୀବନ ମଧ୍ୟ ଚାଲିଯାଇଥାଏ। ଏପରି ଅନେକ ଘଟଣା ଆମେ ସୋସିଆଲ ମିଡିଆରେ ଦେଖିବା ପାଇଥାଉ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଭିଡିଓ ସୋସିଆଲ ମିଡ଼ିଆରେ ଦେଖିବା ପାଇଁ ମିଳିଛି। ଆପଣ ମାନେ ପୂରା ଘଟଣାଟିକୁ ଦେଖିଲା ପରେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ଘଟଣାଟି ହେଉଛି, ପୂର୍ଣ୍ଣିମା ହେଲେ ସିଏ ଖାଇ ଯାଉଛି, ଗୁଣଆ ଘରକୁ ପଳୁଛି, ଡାକ୍ତର ଡାକ୍ତର ଜାଣି ପାରୁନାହାନ୍ତି। ଏଭଳି ଘଟଣା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ପୂରା ଘଟଣା ବିଷୟରେ;

ଏଭଳି ଏକ ଘଟଣା ଗଜପତି ଜିଲ୍ଲାର ସଦର ମହକୁମା ପାରଳା ଖେମୁଣ୍ଡିର ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ ୧୫ ବର୍ଷୀୟ ନାବାଳିକା ଅସୁସ୍ଥ ହୋଇପଡିଥିଲେ। ଏହା ପରେ ଗ୍ରାମର ନାଗାଗ୍ରାମର ଜଣେ ଗୁଣିଆଙ୍କ ଘରକୁ ଚାଲିଯାଇଥିଲା, ଆଉ ମୁଣ୍ଡ ବାଡ଼େଇ ବାଡ଼େଇ କହୁଥିଲେ। କଣ ପାଇଁ ତାଙ୍କୁ ଡାକିଥିଲେ। ତାଙ୍କ ବାପାଙ୍କ କହିବା କଥା ଯେ ପ୍ରତି ପୂର୍ଣ୍ଣିମା ଦିନ ତାଙ୍କ ଝିଅକୁ କିଏ ଖାଇ ଯାଉଛି। ଏହାକୁ ଡାକ୍ତର ମାନେ ମଧ୍ୟ ଜାଣି ପାରୁ ନାହାଁନ୍ତି। ତେବେ ଡାକ୍ତରଙ୍କ କହିବା କଥା ଯେ ଯୁବତୀ ଜଣଙ୍କ ଜାଣିଶୁଣି ଏମିତି କରୁଛି। ଗୁଣି ଗାରେଡି କିଛି ହୋଇ ନାହିଁ।

ତେବେ ଗ୍ରାମ ବାସୀଙ୍କ କହିବା କଥା ଯଦି ଗୁଣି ଗାରେଡି କିଛି ହୋଇନାହିଁ ତାହାଲେ ପ୍ରତି ପୂର୍ଣ୍ଣିମାରେ କାହିଁକି, ଗୁଣିଆ ଘରକୁ ଯାଇ ମୁଣ୍ଡ ବାଡ଼େଇ କହୁଛି, କଣ ପାଇଁ ଡାକିଛି ବୋଲି। ପୋଲିସ କିମ୍ବା ଅନ୍ୟ ମାନେ କେହି ବି ସେମାନଙ୍କ କଥା ଶୁଣୁ ନାହାନ୍ତି। ଏହା ପରେ ଗ୍ରାମର ସମସ୍ତ ଲୋକେ ଏକଜୁଟ ହୋଇ ଗୁଣିଆ ଘର ଭିତରେ ପ୍ରବେଶ କରି ଜିନିଷ ପତ୍ର ଭଙ୍ଗା ରୁଜା କରିଥିଲେ। ଏହା ପରେ ପୋଲିସ ଆସି ପରିସ୍ଥିତି କୁ ଆୟତକୁ ଆଣିଥିଲେ। ଓ ପୋଲିସ ପ୍ରତିଶୃତି ଦେଇଥିଲେ ଯେ ତାଙ୍କ ଅସୁବିଧାକୁ ଶୀଘ୍ର ସମାଧାନ କରାଯିବ। ତେବେ ବନ୍ଧୁଗଣ ଆପଣଙ୍କୁ କଣ ଲାଗୁଛି ସତରେ କଣ ଗୁଣି ଗାରେଡି ଅଛି ?

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।