Dr. Lipika Das – ଗୁଟକା ଖାଇ ଦାନ୍ତ କଳା ହୋଇଯାଇଛି କି ? କରନ୍ତୁ ଏହି ଉପାୟ ଆପଣଙ୍କ ଦାନ୍ତ ଚମକିବ ପୁରା ମୋତି ଭଳିଆ

0

ସମାଜରେ ପ୍ରତ୍ୟେକ ବ୍ୟକ୍ତି ସୁସ୍ଥ ଜୀବନ ଯାପନ କରିବା ପାଇଁ ଚାହିଥାନ୍ତି । ଯଦି କୌଣସି ବ୍ୟକ୍ତିଙ୍କ ନିକଟରେ ଧନସମ୍ପତ୍ତି ଅଧିକ ମାତ୍ରାରେ ଥାଏ କିନ୍ତୁ ତାଙ୍କ ଶରୀର ଅସୁସ୍ଥ ଥାଏ , ତେବେ ତାଙ୍କ ନିକଟରେ ଧନସମ୍ପତ୍ତି ରହିବା ତୁଚ୍ଛ ମନେ ହୋଇଥାଏ । ତେଣୁ ଆଜି ଆମେ ଆପଣଙ୍କୁ ସୁସ୍ଥ ରହିବା ପାଇଁ ଏକ ସୁନ୍ଦର କଥାଟି କହିବାକୁ ଚାହୁଛୁଁ । ତେବେ ବର୍ତ୍ତମାନ ସମୟରେ ଲୋକମାନେ ପ୍ରାୟ ବିଭିନ୍ନ ପ୍ରକାର ଚର୍ମ ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଯେପରିକି ଯାଦୁ , କାଛୁ , କୁଣ୍ଡିଆ ଇତ୍ୟାଦି ଅନେକ ପ୍ରାକାର ଚର୍ମ ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏକ ଘୋରଇ ଉପାଚାର ବିଷୟରେ କହିବୁ , ଯାହା ସାହାର୍ଯ୍ୟରେ ଆପଣ ଅଳ୍ପ ଦିନରେ ସମସ୍ତ ପ୍ରକାର ଚର୍ମ ରୋଗରୁ ରକ୍ଷା ପାଇଁ ପାରିବେ । ତେବେ ଆସନ୍ତୁ ଜାଣିବା ସେହି ଉପଚାର ବିଷୟରେ ।

ସାଧାରଣ ଭାବରେ କହିବାକୁ ଗଲେ , ଯେତେବେଳେ ଆମ ଶରୀରରେ ଝାଳ ବୋହିଥାଏ ବା ଦୂଷିତ ଜଳର ବ୍ୟବାହର କରିଥାଉ , ସେତେବେଳେ ଆମ ଶରୀରରେ କେତେକ ସ୍ଥାନରେ ଯାଦୁ , କାଛୁ , କୁଣ୍ଡିଆ ପରି ଅନେକ ଚର୍ମ ରୋଗ ହୋଇଥାଏ । କିନ୍ତୁ ବହୁତ ବଡ ଆଶ୍ଚର୍ଯ୍ୟକର କଥା ହେଉଛି କି ଏହାକୁ ଛୁଇଁବା ମାତ୍ରେ ଅଧିକ ହୋଇଥାଏ । ତେବେ ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଏହି ସହଜ ଉପଚାର ଟିକୁ ବ୍ୟବାହର କରିପାରିବେ । ଉପଚାର ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ସାମଗ୍ରୀ ଗୁଡିକ ହେଉଛି ନିମ୍ୱପତ୍ର, ନଡିଆତେଲ ।

ପ୍ରଥମେ ଆପଣ କେତେକ ନିମ୍ୱ ପତ୍ରକୁ ନେଇ ତାକୁ ଛିଣ୍ଡାଇ ଧୋଇ ନିଅନ୍ତୁ ଏବଂ ଏହାକୁ ଗ୍ରାଇଣ୍ଡିଙ୍ଗ କରିନିଅନ୍ତୁ । ଅନ୍ୟ ଏକ ପାତ୍ରରେ ଦୁଇ ଚାମଚ ନଡିଆ ତେଲ ନିଅନ୍ତୁ ଏବଂ ସେଥିରେ ନିମ୍ୱ ପତ୍ରର ପେଷ୍ଟ ମିଶାଇ ଭଲ ଭାବରେ ମିକ୍ସ କରି ନିଅନ୍ତୁ । ବର୍ତ୍ତମାନ ଆପଣଙ୍କ ଯାଦୁ ହୋଇଥିବା ସ୍ଥାନକୁ ଭଲ ଭାବରେ ଉଷମ ପାଣିରେ ଧୋଇ ନିଅନ୍ତୁ ଏବଂ ଡେଟଲ ପକାଇ ସଫା କରି ନିଅନ୍ତୁ । ବର୍ତ୍ତମାନ ପ୍ରସ୍ତୁତ କରିଥିବା ପେଷ୍ଟକୁ ଯାଦୁ , କାଛୁ ଏବଂ କୁଣ୍ଡିଆ ହୋଇଥିବା ସ୍ଥାନରେ ଲଗାଇ ଦିଅନ୍ତୁ । ଏହାକୁ ଲଗେଇ ସାରିବା ପରେ 2 ରୁ 3 ମିନିଟ ପର୍ଯ୍ୟନ୍ତ ଭଳ ଭାବରେ ମସାଜ କରି ନିଅନ୍ତୁ । ଏହାପରେ 2-3 ଘଣ୍ଟା ଛାଡି ଦିଅନ୍ତୁ ।

ଏହି ରେମିଡିକୁ ରାତିରେ ଶୋଇବା ପୂର୍ବରୁ ବ୍ୟବାହର କରିବା ଉଚିତ ଏବଂ ଏହାକୁ ରାତି ସାରା ସେମିତି ଛାଡି ଦେବା ପରେ ସକାଳେ ଏହାକୁ ଥଣ୍ଡା ପାଣିରେ ସଫା କରି ନିଅନ୍ତୁ । ଏହିପରି ନିୟମିତ ଭାବରେ 15 ଦିନ ପର୍ଯ୍ୟନ୍ତ ଲଗାତାର ବ୍ୟବହାର କରନ୍ତୁ । ଏହାକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କର ଯାଦୁ , କାଛୁ ଓ କୁଣ୍ଡିଆ ପରି ଚର୍ମ ରୋଗ ଭଲ ହୋଇଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।