ତମ ପୁଅ ପାଠ ପଡ଼ୁନି ସେଇ ପାଇଁ ତାକୁ ଅଣ୍ଡା ଦେଲିନି… ଏ ନେଇ କଣ କହୁଛନ୍ତି ଦିଦି, ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ |ତେବେ ବର୍ତ୍ତମାନ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆଉ ଶୁଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ |ଆଉ ଯେଉଁଠି କୁହାଯାଉଛି କି ସ୍କୁଲ ରେ ପାଠ ପଢ଼ୁଥିବା ଦିଦି ଜଣଙ୍କର ବ୍ୟବହାର ରେ ଦେଖିବାକୁ ମିଳିଛି ପରିବର୍ତ୍ତନ |ଆଉ ଯେଉଁଠି ପିଲା ମାନଙ୍କୁ ହସେଇ ଖେଳେଇ ପାଠ ପଢିବାକୁ ଉତ୍ସାହନା ଦେବା କଥା ସେଭଳି ସ୍ଥାନରେ ଦିଦି ଜଣଙ୍କ ପାଠ ପଢାଇ ବୁଝାଇବା ବଦଳରେ ପିଲା ପ୍ରତି କରୁଛନ୍ତି କିଛି ଏଭଳି ବ୍ୟବହାର ଯାହା ପାଇଁ ପିଲା ଜଣଙ୍କର ମାଅ ମଧ୍ୟ ଏହି ଘଟଣା କୁ ନେଇକି ଅଭିଯୋଗ କରୁଥିବାର ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ଖୋଲିକୋଟ ବ୍ଲକ ଲକ୍ଷ୍ମୀ ନାରାୟଣପୁର ଗ୍ରାମ ର ସରକାରୀ ପ୍ରାଥମିକ ବିଦ୍ୟାଳୟ | ଆଉ ଯେଉଁଠି କୁହାଯାଉଛି କି କୁନି ପିଲା ଟି ହେଉଛି ଦ୍ଵିତୀୟ ଶ୍ରେଣୀ ର ଛାତ୍ର| ଆଉ ଯେଉଁଠି ଦେଖିବାକୁ ମିଳିଥିଲା କି ପିଲା ଟି ପାଠ ପଢିବାକୁ ଯାଉଥିଲା ଆଉ ପାଠରେ ଟିକିଏ ପଛରେ ଥିବା ରୁ ପିଲା ଟିକୁ ଟର୍ଚ୍ଚର କରୁଛନ୍ତି ଦିଦି ଜଣଙ୍କ | ଆଉ କୁହାଯାଉଛି କି ସବୁ ପିଲା ଅଣ୍ଡା ନେଇ ଖାଇବାକୁ ଦିଆଯାଉଥିବା ବେଳେ ପିଲା ଟିକୁ ଟିକିଏ ଡାଲି ପାଣି ଦିଆଯାଉଛି ବୋଲି |

ଆଉ ଯେଉଁଠି ଦେଖିବାକୁ ମିଳିଥିଲା କି ପିଲା ଜଣଙ୍କ ଯେତେବେଳେ ସ୍କୁଲ ରେ ଖାଇସାରି ହାତ ଧୋଇବା ପାଇଁ ନଳକୂପ ନିକଟକୁ ଆସିଥିଲେ ସେତେବେଳେ ପିଲା ଟିର ହାତ ନଳକୂପ ରେ ଛେଞ୍ଚି ଯାଇଥିଲା | ଆଉ ଯାହା ଫଳ ରେ ପିଲାଟିର ଆଙ୍ଗୁଠି ଚାପି ଯାଇ ରକ୍ତ ବାହାରି ଥିଲା | ଆଉ ସେଭଳି ସ୍ଥଳରେ ପିଲା ଟିର ଘର ଲୋକକୁ ଦିଦି ଜଣଙ୍କ କିଛି ବି ଖବର ଦେଇ ନ ଥିଲେ | ଆଉ ସେମିତି ରଖିଥିଲେ ବୋଲି | ଆଉ ଯାହା ର ଖବର ପାଇଁକି ପିଲା ଟିର ମାଅ ସ୍କୁଲ ରେ ଏଇ କଥା ନେଇକି ଯୁକ୍ତି ମଧ୍ୟ କରିବାକୁ ଲାଗିଥିଲେ |

ଆଉ ସେପଟେ ପିଲା ପ୍ରତି ଏଭଳି କିଛି କାମ ଆଉ ଅନ୍ୟୟ କରୁଥିବାର ଦେଖି ମିଡ଼ିଆ ଭାଇ ମାନେ ଯେତେବେଳେ ସ୍କୁଲ କୁ ଯାଇଥିଲେ ଆଉ ଦିଦି ଜଣଙ୍କ ନାଁ ଆଉ ପରିଚୟ ପଚାରିଥିଲେ ସେତେବେଳେ ଦିଦି ଜଣଙ୍କ ତାଙ୍କର ପରିଚୟ ଦେବାକୁ ମନା କରିଥିଲେ | ଆଉ ସେହି ମିଡ଼ିଆ ଭାଇ ମାନଙ୍କ ଫୋଟ ଉଠାଇବା ସହିତ ପିଲା ଟି ପଢିବ ବୋଲି ଅଣ୍ଡା ନ ଦେଇ ତାକୁ ଡରାଉଥିଲେ ବୋଲି ମଧ୍ୟ କହିଥିଲେ | ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment