ଓଡିଶା ଶିକ୍ଷକ ସଂଘର କଡା ଚେତାବନୀ : ରବିବାର ଛୁଟି ନ ଦେଲେ ଆଇନ୍‌ର ଆଶ୍ରୟ ନେବୁ, ରବିବାର ସ୍କୁଲ ଖୋଲିବା ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ…

0

ସ୍କୁଲ ଖୋଲିବା ପରେ ଏବେ ଚାଲିଛି କ୍ଲାସରୁମ୍ ପାଠପଢ଼ା। ଏହାକୁ ନେଇ ପିଲା ମାନଙ୍କ ମଧ୍ୟରେ ଉତ୍ସାହ ଭରି ରହିଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମଧ୍ୟ ସହଯୋଗ କରୁଛନ୍ତି। ଦୀର୍ଘ ଦିନ ଧରି କ୍ଲାସ୍ ରୁମ୍ ପାଠପଢ଼ା ବନ୍ଦ ରହିବା ଫଳରେ ପାଠପଢ଼ା ବହୁତ ପଛେଇ ଯାଇଛି ଆଉ ସେଥିପାଇଁ ଶିକ୍ଷକ ମାନଙ୍କୁ ପ୍ରତିଦିନ କ୍ଲାସ୍ କରିବାକୁ ପଡୁଛି।ଏହି ସମୟରେ ପିଲାମାନଙ୍କ ଭବିଷ୍ୟତ ଏବଂ ଉନ୍ନତ ଜ୍ଞାନ ଆହାରୋଣ ପାଇଁ ସରକାର୍ ପର୍ଯ୍ୟାୟକ୍ରମେ ସ୍କୁଲ ସବୁକୁ ଖୋଲିବାକୁ ଅନୁମତି ଦେଉଛନ୍ତି ଏବଂ ପିଲା ମାନଙ୍କ କ୍ଲାସ୍ ରୁମ୍ ପଢ଼ାକୁ ଅଧିକ ଗୁରୁତ୍ବ ଦେଉଛନ୍ତି। ଶିକ୍ଷକ ମାନଙ୍କୁ ୭ ଦିନ ଧରି ବିଦ୍ୟାଳୟରେ ପଢ଼ାଇ ବାକୁ ପଡ଼ୁଛି।

ତେବେ ଆପଣ ଜାଣିଛନ୍ତି ସରକାରଙ୍କ ପକ୍ଷରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଦଶମ, ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଠପଢା ଆରମ୍ଭ ହୋଇଥିବା ବେଳେ ପରେ ନବମ ଓ ଏକାଦଶ କ୍ଲାସ୍ ଆରମ୍ଭ ହୋଇଥିଲା।ଏବଂ ଏବେ ଯାହା ବିଭାଗୀୟ ସ୍ତରରେ ସୂଚନା ରହିଛି, ସେହି ଅନୁସାରେ ଫେବୃଆରୀ ଶେଷ ଆଡ଼କୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ସ୍କୁଲ୍ ଆସିବାକୁ ସରକାର ଅନୁମତି ଦେଇ ପାରନ୍ତି।ତେବେ ସମସ୍ତଙ୍କ ପାଇଁ ସ୍କୁଲ୍ ଖୋଲିପାରେ ବୋଲି କୁହାଯାଉଛି।ଆଉ ଏହାକୁ ନେଇ ଏବେ ପ୍ରତିବାଦ ଦେଖିବାକୁ ମିଳିଛି ଓଷ୍ଟା ଶିକ୍ଷକ ସଂଘ ପକ୍ଷରୁ।

ତେବେ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ଓଷ୍ଟାର ଚେତାବନୀ ସ୍ୱରୂପ କୁହା ଯାଇଛି ଯେ ଆମେ ୬ ଦିନ କାର୍ଯ୍ୟ କରି ସାରିବା ପରେ ଗୋଟିଏ ଦିନ ଛୁଟି ଚାହୁଁଛୁ।ଆଉ ଛୁଟି ନ ଦେଲେ ଆମେ ଆଇନ୍‌ର ଆଶ୍ରୟ ନେବୁ ବୋଲି ସେମାନେ କହିଛନ୍ତି। ତେବେ ସୂଚନା ଅନୁସାରେ ଓଷ୍ଠା ପକ୍ଷରୁ ଆଜି ଦାବି କରା ଯାଇଛି ଯେ ଆମେ ଶିକ୍ଷାଦାନରେ ଅସହଯୋଗ ସହ ଆଇନର ଆଶ୍ରୟ ନେବୁ ଯଦି ଆମ ଦାବି ପୂରଣ ନହୁଏ।

ଆଉ ଏକଥା ମଧ୍ୟ କୁହା ଯାଇଛି ଯେ ଆମେ ଗୋତି ଶ୍ରମିକ ନୁହେଁ ଏହିଭଳି ଭାବରେ ଅନବରତ ପରିଶ୍ରମ କରିବୁ।୬ ଦିନ କାମ ପରେ ଗୋଟିଏ ଦିନ ଛୁଟି ପାଇବା ଆମ ଅଧିକାର ଅଟେ। ୬ ଦିନ ଯାଏଁ ବରଂ ଏକ ଘଣ୍ଟା ଲେଖାଏଁ ଅଧିକ ପଢ଼େଇବୁ କିନ୍ତୁ ରବିବାର ଆମକୁ ଛୁଟି ମିଳୁ।ଏହା ଆମର ଦାବି ଅଟେ।

ଏପଟେ ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପାଠ ପଢ଼ାଇବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏସ୍ଓପି ପ୍ରସ୍ତୁତ କରାଯାଉ ଥିବା ବେଳେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିଲେ ଶିକ୍ଷକ ଓ ଛାତ୍ରଛାତ୍ରୀ ମାନେ କିଭଳି ଗାଇଡ୍‌ଲାଇନ୍‌ ପାଳନ କରି କ୍ଲାସ୍‌ କରିବେ ତାହା ସମସ୍ତଙ୍କ ପାଇଁ ଏକ ବଡ଼ ଚାଲେଞ୍ଜ ରହିବ।ତେବେ ଅଙ୍ଗନବାଡି କେନ୍ଦ୍ରଗୁଡିକ ଖୋଲି ସାରିଥିବାରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପଢ଼ା ପାଇଁ ସ୍କୁଲ୍ ଖୋଲିବା ନେଇ ନିଷ୍ପତ୍ତି ଉଚିତ୍ ନିଷ୍ପତ୍ତି ନିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।